ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA
Advertisement
Article Detail0/zeeodisha/odisha750543

ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA

କେରଳ ଓ ପଶ୍ଚିମବଙ୍ଗରୁ ୯ ଆତଙ୍କବାଦୀଙ୍କୁ ଉଠାଇନେଇଛି ଏନଆଇଏ ।

ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା  NIA

ନୂଆଦିଲ୍ଲୀ: ଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ (NIA-National Investigation Agency)। ଏପରି ଘଟଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏନଆଇଏ କେରଳ (Kerala) ଓ ପଶ୍ଚିମବଙ୍ଗ (West Bengal) ରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ (Al-Qaeda Terrorist) ଉଠାଇନେଇଛି ।  

ଏନଆଇଏ ହାତରେ ଧରାପଡିଥିବା ଆତଙ୍କବାଦୀ ଆଲକାଏଦା ସଙ୍ଗଠନ ସହ ଜଡିତ ଥିଲେ । ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ଏନଆଇଏ ପକ୍ଷରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ (Murshidabad), କେରଳର ଏର୍ଣ୍ଣାକୁଲମ (Ernakulam) ଠାରେ ଚଢାଉ କରିଥିଲା ଏନଆଇଏ । ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ କରିବା ସମୟରେ ହୋଇଥିବା ଯାଞ୍ଚ ବେଳେ ୯ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।

ଏନେଇ ଜଣେ NIA ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଏହି ସଦିଗ୍ଧ ଆତଙ୍କବାଦୀ ଅଲ କାଏଦା ସଙ୍ଗଠନର ଅନେକ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିଲେ । ସେମାନଙ୍କର ସମ୍ପର୍କ ସିଧାସଳଖ ପାକିସ୍ତାନ (Pakistan) ସହ ରହିଥିଲା । ଏପରିକି ସେମାନେ ପାକିସ୍ତାନୀ ଆତଙ୍କବାଦୀଙ୍କ (Pakistani Terrorist) ସହ ସମ୍ପର୍କରେ ଥିଲେ ।         

ଏନଆଇଏ ତଦନ୍ତରୁ ଜଣାପଡିଛି ଯେ, ଗିରଫ ଆତଙ୍କବାଦୀ ଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଏଭଳି କାଣ୍ଡ ଭିଆଇବା ପୂର୍ବରୁ କେରଳର ୩, ପଶ୍ଚିମବଙ୍ଗରୁ ୬ ଉଠାଇନେଇଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ।

fallback

ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀ ହେଉଛନ୍ତି

  • ମୁର୍ଶିଦ୍ ହାସନ୍ 
  • ୟାକୁବ ବିଶ୍ୱାସ 
  • ମୁସର୍ଫ ହୁସେନ୍ 
  • ନଜମସ୍ ଶାକିବ୍ 
  • ଆବୁ ସୁଫିଆନ୍ 
  • ମୈନୁଲ ମଣ୍ଡଳ 
  • ଲେଉ ଅହମ୍ମଦ 
  • ଅଲ ମମୁନ୍ କମଲ 
  • ଅତୀତୁର ରହମାନ