ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
Advertisement

ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

ପ୍ରଶାନ୍ତ ମହାସାଗାରୀୟ କ୍ଷେତ୍ର ସମେତ ବିଶ୍ୱର ବିଭିନ୍ନ ଭାଗରେ ଆମେରିକା ସହ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା ପରେ ନିଜର ବଳ ଏକାଠି କରିବାରେ ଲାଗିପଡିଛି ପିଏଲଏ।

 

ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

ନୂଆଦିଲ୍ଲୀ: ସାମ୍ରାଜ୍ୟବାଦ ପରେ ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବାକୁ ମସୁଧା ଚଲାଇଛି ଚୀନ (China)। ଏଥିଲାଗି ବିଭିନ୍ନ ସମୟର ଜଳ,ସ୍ଥଳ, ଆକାଶରେ ସମରାଭ୍ୟାସ କରି ବିଶ୍ୱକୁ ଚକମା ଦେବାରେ ଲାଗିଛି ଡ୍ରାଗନ ଆର୍ମୀ (Dragon Army) ଭାବେ ପରିଚିତି ଚୀନୀ ସେନାବାହିନୀ (Chinese Army)। ନିକଟ ଅତୀତରେ କେତେକ ବିଶ୍ୱସ୍ତରୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ  ହୋଇଥିବା ରିପୋର୍ଟ ଚୀନର ଯୁଦ୍ଧଖୋର ମାନସିକତାକୁ ପର୍ଦ୍ଦାଫାଶ କରିଛି।    

ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ଜଣାଶୁଣା ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) ସହ ବିଭିନ୍ନ ସାମରିକ କ୍ଷେତ୍ରରେ ମୁହାଁମୁହଁ ହେବା ପର ଠାରୁ ଆଣବିକ ଆକ୍ରମଣ କ୍ଷମତା (Nuclear Strike Capability) ବଢାଇବାରେ ଲାଗିଛି ଚୀନ। ଏପରିକି ଏହାର ପ୍ରୟୋଗ ପାଇଁ ବାଲାଷ୍ଟିକ ମିସାଇଲ (Ballistic Missile) ସଂଖ୍ୟାକୁ ମଧ୍ୟ ବଢାଉଛି ଡ୍ରାଗନ ଆର୍ମୀ।

ପ୍ରଶାନ୍ତ ମହାସାଗାରୀୟ କ୍ଷେତ୍ର ସମେତ ବିଶ୍ୱର ବିଭିନ୍ନ ଭାଗରେ ଆମେରିକା ସହ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା ପରେ ନିଜର ବଳ ଏକାଠି କରିବାରେ ଲାଗିପଡିଛି ଚୀନର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA)। ଏହିକ୍ରମରେ ରକେଟ ଫୋର୍ସ (Rocket Force) ସଂଖ୍ୟାରେ ୩୫ ପ୍ରତିଶତ ବୃଦ୍ଧି କରି ଏହି ୟୁନିଟ ସଂଖ୍ୟାକୁ ୪୦କୁ ବୃଢାଇଛି। ଗତ ୨୦୧୭ରୁ ନିଜକୁ ଆଧୁନୀକରଣ କରିବାରେ ଲାଗିପଡିଛି ପିଏଲଏ।         

Also Read: ଭାରତରେ ସେନା ନିୟୋଜିତ କରିବ ଆମେରିକା       

ଏହା ମାଧ୍ୟମରେ ସେନାରେ ମିସାଇଲ ବ୍ୟବହାର କ୍ଷମତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛି ଡ୍ରାଗନ ଆର୍ମୀ। ଏଥିଲାଗି ବାଲାଷ୍ଟିକ କିମ୍ବା କ୍ରୁଜ ମିସାଇଲ (Balastic or Cruise Missile) ଆଦି ଧରଣର ଅସ୍ତ୍ରଶସ୍ତ୍ର ସମେତ ମିସାଇଲ ବେସ୍ (Missile Base) ନିର୍ମାଣ କରିବା ସହ ଏହାକୁ ବିକଶିତ କରିବା କାର୍ଯ୍ୟ ଜାରି ରଖିଛି ସାମ୍ରାଜ୍ୟବାଦୀ ଚୀନ।

ଦକ୍ଷିଣରେ ଅବସ୍ଥିତ ହିମାଳୟ ପାର୍ବତ୍ୟାଞ୍ଚଳରେ (Himalayan Mountanious Region) ଭାରତ ଏବଂ ପୂର୍ବ ଭାଗରେ ଦକ୍ଷିଣ ଚୀନ ସାଗର (South China Sea) ଅଞ୍ଚଳରେ ଆମେରିକା ସହ ଦୀର୍ଘ ଦିନ ଧରି ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମିସାଇଲ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଖ୍ୟାକୁ ବୃଦ୍ଧି କରୁଛି ପିଏଲଏ। ଦେଶର ଦକ୍ଷିଣ-ପୂର୍ବ ଭାଗରେ ବଢୁଥିବା ବିପଦର ମୁକାବିଲ କରିବାକୁ ଯାଇ ୧୨ଟି ମିସାଇଲ ବ୍ରିଗେଡ ପ୍ରସ୍ତୁତ କରିଛି ଡ୍ରାଗନ ଆର୍ମୀ। 

 

ବିଗତ କିଛି ବର୍ଷ ଧରି ସାମରିକ କ୍ଷେତ୍ରରେ ଭାରତ, ଆମେରିକା, ତାଇୱାନ ଆଦି ଦେଶଙ୍କ ସହ ପ୍ରତିଦ୍ୱନ୍ଦିତା ବଢିବା ପରେ ଚୀନ ସୈନ୍ୟ ବାହିନୀର ନବୀକରଣ କରିବା ସହ ଭବିଷ୍ୟତରେ ହେବାକୁ ଥିବା ସାମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତି ଜାରି ରଖିଛି। ଆମେରିକାକୁ ଜବାବ ଦେବା ଲାଗି ରକେଟ ଫୋର୍ସ ୟୁନିଟକୁ ସମ୍ମୁଖ ଯୁଦ୍ଧରେ ଲଢାଇବା ଚୀନ। 

Also Read: ମାନୁନାହିଁ ଚୀନ, ଅନ୍ତିମ ଲଢେଇ କରିବାକୁ ତାଇୱାନର ଘୋଷଣା...

 ଏନେଇ ତାଇୱାନ ନାଭାଲ ଏକାଡେମୀ (Taiwan Naval Academy) ପୂର୍ବତନ ପ୍ରଶିକ୍ଷକ ଲୁ ଲି-ଶିହ କହିଛନ୍ତି ଯେ ତାଇୱାନକୁ ବଳପୂର୍ବକ ଦଖଲ କରିବାକୁ ପିଏଲଏ ରକେଟ୍ ଫୋର୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ ନାହିଁ ବରଂ ଆମେରିକା ଦ୍ୱାରା ହେବାକୁ ଥିବା ଆକ୍ରମଣର ଜବାବ ଦେବାକୁ ଆଣବିକ ଆକ୍ରମଣ ମଧ୍ୟ କରିପାରିବ। ଯୁଦ୍ଧ ଜନିତ କ୍ଷୟକ୍ଷତିକୁ କମ କରିବା ଲାଗି ପିଏଲଏ କ୍ଷେପଣାସ୍ତ୍ର ଆକ୍ରମଣ କରିପାରେ। କାରଣ ଏହା ଦ୍ୱାରା ଆମେରିକା କିମ୍ବା ଜାପାନ ପକ୍ଷରୁ ହେବାକୁ ଥିବା ହସ୍ତକ୍ଷେପ ପୂର୍ବରୁ ରକେଟ ଫୋର୍ସ ୟୁନିଟ ନିଜ ଲକ୍ଷ୍ୟଭେଦ କରିବାରେ ସଫଳ ହେବ। 

ଏଥିଲାଗି ଦେଶର ଉପକୂଳବର୍ତ୍ତୀ ରାଜ୍ୟ ଯଥା ଫୁଜିୟାନ ଏବଂ ଗ୍ୱାଙ୍ଗଡୋଙ୍ଗ ଠାରେ ମିସାଇଲ ବେସ ନିର୍ମାଣ କାର୍ଯ୍ୟ ଜାରି ରଖିବା ସହ ବିଗତ କେତେ ବର୍ଷ ଧରି ଏହାକୁ ବିକଶିତ କରିବାରେ ଲାଗିଛି ଚୀନ। ଏପରିକି ସେଠାରେ ଡିଏଫ-୧୭ ହାଇପରସୋନିକ ମିସାଇଲ (DF-17 Hypersonic Missile) ଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଛି।  

Also Read: ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!

ଶତ୍ରୁଙ୍କ ଜବାବ ଦେବା ଲାଗି ମିସାଇଲ ମାଧ୍ୟମରେ ଆଣବିକ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଡ୍ରାଗନ ଆର୍ମୀ। ବର୍ତ୍ତମାନ ଚୀନ ପାଖରେ ୩୫୦ ଆଣବିକ ଯୁଦ୍ଧାସ୍ତ୍ର ରହିଛି। ଏହା ମଧ୍ୟରୁ ୨୭୨ଟି ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରୁଥିବା ମିସାଇଲ ସହ ସଂଯୋଗ କରାଯାଇଛି। ଅନ୍ୟ ୭୮ଟି ସ୍ଥଳ ସହ ଜଳଭାଗରେ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରରେ ସଂଯୋଗ କରାଯିବ।

ପିଏଲଏ ବାୟୁସେନା (PLA Air Force) ମାଧ୍ୟମରେ ଆଣବିକ ଅଭିଯାନ (Nuclear Mission) ଉପରେ କାମ କରିବା ଆରମ୍ଭ କରିଛି ଚୀନ। ଆଣବିକ ଯୁଦ୍ଧାସ୍ତ୍ରକୁ ବର୍ତ୍ତମାନ ଏଚ-୬ଏନ ଏବଂ ଭବିଷ୍ୟତର ଏଚ-୨୦ ଅଦୃଶ୍ୟ ବୋମାବର୍ଷୀ ବିମାନ (Bomber) ମାଧ୍ୟମରେ ବାଲାଷ୍ଟିକ ମିସାଇଲ ସହାୟତାରେ ଶତ୍ରୁ ଦେଶଙ୍କ ବିରୁଦ୍ଧରେ ବ୍ୟବହାର କରିବ।

କେବଳ ବାୟୁସେନା ନୁହେଁ ନୌବାହିନୀକୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହେବାକୁ ଥିବା ମୁକାବିଲାରେ ନିୟୋଜିତ କରିବ ପିଏଲଏ (PLA Navy)। ଶତ୍ରୁଙ୍କ ବିରୁଦ୍ଧରେ ବ୍ୟବହାର ହେବାକୁ ଥିବା  ଆଣବିକ ଅସ୍ତ୍ରକୁ ବୁଡାଜାହାଜ (Submarine) ମାଧ୍ୟମରେ ବ୍ୟବହାର କରିବ। ଏବେ ତୃତୀୟ ପିଢିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଂଯୁକ୍ତ ବୁଡ଼ାଜାହାଜ ଟାଇପ-୦୯୬କୁ ବିକଶିତ କରିବାକୁ ଚେଷ୍ଟା କରୁଛି ଚୀନ। କାରଣ ବର୍ତ୍ତମାନର ମଡେଲ୍ ଟାଇପ୍-୦୯୪ ଧରଣର ବୁଡାଜାହାଜ ଆମେରିକା ଏବଂ ଋଷିଆ ତୁଳନାରେ ସେତେ ଶକ୍ତିଶାଳୀ ନୁହେଁ।   

Also Read: ଡ୍ରାଗନ ସହ ମୁକାବିଲା: ଏମରଜେନ୍ସି ଲ୍ୟାଡିଂ ରନୱେ ବିକଶିତ କରୁଛି ଆଇଏଏଫ

ନଜର ପକାନ୍ତୁ କାହା ପାଖରେ କେତେ ରହିଛି ଆଣବିକ ଅସ୍ତ୍ର

ଋଷିଆ-୬୩୭୨
ଆମେରିକା-୫୮୦୦
ଫ୍ରାନ୍ସ-୨୯୦
ଚୀନ-୩୨୦
ୟୁକେ-୧୯୫
ଇସ୍ରାଏଲ-୯୦
ପାକିସ୍ତାନ-୧୬୦
ଭାରତ-୧୫୦
ଉତ୍ତର କୋରିଆ-୩୫