ଜନ୍ମଦିନ ପାର୍ଟିକୁ ଡାକି ନାବାଳିକାଙ୍କୁ ୩ ଟି ଜାଗାରେ ୬ ଜଣ କଲେ Gang Rape
Advertisement
Article Detail0/zeeodisha/odisha914693

ଜନ୍ମଦିନ ପାର୍ଟିକୁ ଡାକି ନାବାଳିକାଙ୍କୁ ୩ ଟି ଜାଗାରେ ୬ ଜଣ କଲେ Gang Rape

Six Men Arrested For Gang Rape Of Minor: ପୀଡିତା କହିଛନ୍ତି ଯେ ତାଙ୍କୁ ଜଣେ ଜନ୍ମଦିନ ପାର୍ଟିରେ ନିମନ୍ତ୍ରଣ କରାଯାଇଥିଲା । ସେ ସେଠାରେ ପହଞ୍ଚିବା ପରେ ଦେଖିଲେ ଯେ ତିନିଜଣ ସାଙ୍ଗ ତାଙ୍କୁ ଅପେକ୍ଷା କରିଛନ୍ତି । କେକ୍ କାଟିବା ପରେ ଏକ କାରରେ ତିନି ଜଣ ପୁଅ ତାଙ୍କ ସହ ଗ୍ୟାଙ୍ଗ୍ ରେପ୍ କରିଥିଲେ ।

 

ପ୍ରତୀକାତ୍ମକ ଛବି (ଫଟୋ: PTI)

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ (Mumbai) ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୬ ବର୍ଷର ନାବାଳିକା ୩ ଟି ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମ (6 Men Arrested For Gang Rape Of Minor) କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବୟସ ୧୮ ରୁ ୨୩ ବର୍ଷ ବୟସ ମଧ୍ୟରେ ରହିଛି ।

ଜନ୍ମଦିନ ପାର୍ଟିରେ ପହଞ୍ଚିଥିବା ନାବାଳିକା ସହ ଗଣଦୁଷ୍କର୍ମ 
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୩୧ ମେ'ରେ ପୀଡିତାଙ୍କ ମା' ଝିଅ ନିଖୋଜ ହୋଇ ଯାଇଥିବା ନେଇ ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ଝିଅଟି ୩୧ ମେ'ରେ ବନ୍ଧୁଙ୍କ ଜନ୍ମଦିନ ପାର୍ଟୀକୁ ଯାଇ ସେଠାରୁ ଫେରି ନଥିଲା । ତା’ପରେ ପରଦିନ ୧ ଜୁନରେ ପୀଡିତା ଘରକୁ ଫେରି ଗଣଦୁଷ୍କର୍ମ (Gang Rape) ଶିକାର ହୋଇଥିବା ନିଜ ମା’ଙ୍କୁ କହିଥିଲେ । ଏହି ଘଟଣା ମଡ ଅଇଲେଣ୍ଡ ଅଞ୍ଚଳରେ ଘଟିଛି ।

ଅଧିକ ପଢ଼ନ୍ତୁ: ଦେଶରେ ୨ ମାସ ପରେ ଆସିଲା କୋରୋନାର ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ଏତିକି ସଂକ୍ରମିତଙ୍କର ମୃତ୍ୟୁ

ସେଦିନ ରାତିରେ କ’ଣ ହୋଇଥିଲା ?

ପୀଡିତା କହିଛନ୍ତି ଯେ ତାଙ୍କୁ ଜଣେ ଜନ୍ମଦିନ ପାର୍ଟିରେ ନିମନ୍ତ୍ରଣ କରାଯାଇଥିଲା । ସେ ସେଠାରେ ପହଞ୍ଚିବା ପରେ ଦେଖିଲେ ଯେ ତିନିଜଣ ସାଙ୍ଗ ତାଙ୍କୁ ଅପେକ୍ଷା କରିଛନ୍ତି । ଏହା ପରେ ମାର୍ଭ ରୋଡରେ ପାର୍କିଂ ହୋଇଥିବା ଏକ କାରରେ କେକ୍ କଟା ଯାଇଥିଲା । ସେଠାରେ ଏହି ତିନି ପୁଅ କାରରେ ଝିଅ ସହ ଗ୍ୟାଙ୍ଗ୍ ରେପ୍ (Gang Rape) କରିଥିଲେ ।

ଏହା ପରେ ବିଳମ୍ବିତ ରାତିରେ ପିତାମାତାଙ୍କଠାରୁ ଗାଳିଗୁଲଜ ଶୁଣିବା ଭୟରେ ଝିଅଟି ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲା । ଯାହାଙ୍କୁ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ଜାଣିଥିଲା । ସେହି ସାଙ୍ଗ ମଧ୍ୟ ଝିଅକୁ ବଳାତ୍କାର କରିଥିଲା । ଏହା ପରେ ସେ କୌଣସି ପ୍ରକାରେ ସେଠାରୁ ଖସି ଆସି ଅନ୍ୟ ଦୁଇ ସାଙ୍ଗଙ୍କ ଘରକୁ ଯାଇଥିଲା, ଯେଉଁଠାରେ ମଧ୍ୟ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଝିଅଟି ଏହି ଦୁଇ ସାଙ୍ଗଙ୍କୁ ମଧ୍ୟ ଇନଷ୍ଟାଗ୍ରାମରୁ ଜାଣିଥିଲା ।

ଅଧିକ ପଢ଼ନ୍ତୁ: ଧୋନିଙ୍କ ଅବସରକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ, CSK ଖେଳାଳି ଏହା କହିଲେ

ପୋଲିସ ଏ ବାବଦରେ କ’ଣ କହିଛି?

ପୋଲିସ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଅପହରଣ ମାମଲା ରୁଜୁ ହୋଇଥିଲା । ଏହା ପରଦିନ ଝିଅଟି ଘରକୁ ଫେରିବା ପରେ ସେ ତାଙ୍କ ମା’ଙ୍କୁ ତାଙ୍କ ପ୍ରତି ଘଟିଥିବା ନିଷ୍ଠୁରତା ବିଷୟରେ କହିଥିଲେ । ଏହା ପରେ ପୋଲିସ ୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗ୍ ରେପ୍ ଓ ପୋକସୋ ଆକ୍ଟ (POCSO Act) ଅନୁଯାୟୀ ମାମଲା ରୁଜୁ କରିଥିଲା । ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି ।