ଦେଶରେ ୨ ମାସ ପରେ ଆସିଲା କୋରୋନାର ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ଏତିକି ସଂକ୍ରମିତଙ୍କର ମୃତ୍ୟୁ
Advertisement

ଦେଶରେ ୨ ମାସ ପରେ ଆସିଲା କୋରୋନାର ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ଏତିକି ସଂକ୍ରମିତଙ୍କର ମୃତ୍ୟୁ

Coronavirus Cases in India: ବର୍ତ୍ତମାନ ମଧ୍ୟ ଦୁନିଆରେ କୋରୋନାରୁ ପ୍ରତି ତୃତୀୟ ମୃତ୍ୟୁ ଭାରତରେ ଘଟୁଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ଦ୍ୱିତୀୟ ଦେଶ ଯେଉଁଠାରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀର (Corona pandemic graph) ଗ୍ରାଫ କ୍ରମାଗତ ଭାବେ ହ୍ରାସ ପାଉଛି କିନ୍ତୁ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର (Ministry of Health) ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ ନୂତନ କୋରୋନା ମାମଲା ଆସିଥିବା ବେଳେ ୨୬୭୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ ୧ ଲକ୍ଷ ୮୯ ହଜାର ୨୩୨ ଜଣ ମଧ୍ୟ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଅର୍ଥାତ୍ ଗତ ଦିନରେ ୭୭,୪୪୯ ସକ୍ରିୟ ମାମଲା ହ୍ରାସ ପାଇଛି । ଏହାପୂର୍ବରୁ ୫ ଏପ୍ରିଲରେ ୯୬,୯୮୨ ସଂଖ୍ୟକ କୋରୋନା ମାମଲା ପଞ୍ଜିକୃତ ହୋଇଥିଲା ।

କ୍ରମାଗତ ୨୪ ଦିନ ଧରି ଦେଶରେ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଅପେକ୍ଷା ଅଧିକ ସୁସ୍ଥ ହୋଇଛନ୍ତି । ୫ ଜୁନ୍ ସାରା ଦେଶରେ ୨୩ କୋଟି ୧୩ ଲକ୍ଷ ୨୨ ହଜାର ଡୋଜ କରୋନା ଟିକା (Corona vaccine) ଦିଆଯାଇଛି । ଶେଷ ଦିନରେ ୩୩ ଲକ୍ଷ ୫୩ ହଜାର ୫୩୯ ଟିକା ଦିଆଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ୩୬ କୋଟି ୪୭ ଲକ୍ଷ କରୋନା ଟେଷ୍ଟ କରାଯାଇଛି । ଶେଷ ଦିନରେ ୨୦.୩୬ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା । ଯାହାର ସକାରାତ୍ମକତା ହାର ୬ ପ୍ରତିଶତରୁ ଅଧିକ ।

ଆଜି ଦେଶର କୋରୋନା ସ୍ଥିତି-
ମୋଟ କୋରୋନା ମାମଲା - ଦୁଇ କୋଟି ୮୮ ଲକ୍ଷ ୯ ହଜାର ୩୩୯ 
ମୋଟ ଡିସଚାର୍ଜ - ଦୁଇ କୋଟି ୬୯ ଲକ୍ଷ ୮୪ ହଜାର ୭୮୨ 
ମୋଟ ଆକ୍ଟିଭ ମାମଲା - ୧୪ ଲକ୍ଷ ୭୭ ହଜାର ୭୯୯ 
ମୋଟ ମୃତ୍ୟୁ- ୩ ଲକ୍ଷ ୪୬ ହଜାର ୭୫୯ 

ଅଧିକ ପଢ଼ନ୍ତୁ: ଧୋନିଙ୍କ ଅବସରକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ, CSK ଖେଳାଳି ଏହା କହିଲେ

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୨୦ ପ୍ରତିଶତ ଥିବାବେଳେ ରିକଭରୀ ହାର ୯୩ ପ୍ରତିଶତରୁ ଅଧିକ ହୋଇଛି । ଆକ୍ଟିଭ ମାମଲା 6 ପ୍ରତିଶତରୁ କମ୍ ହୋଇଛି । କୋରୋନା ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପରେ ବିଶ୍ୱରେ ବ୍ରାଜିଲ ଓ  ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଓଡ଼ିଶା (Odisha) କଥା ଆଲୋଚନା କଲେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୦୨ ଜଣ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।