Road Accident: ବ୍ରେକ୍ ଫେଲ୍ ହୋଇ ବସ୍ କୁ ଧକ୍କା ଦେଲା ଟ୍ରକ୍, ୭ ମୃତ, ୩୩ ଆହତ
Advertisement
Article Detail0/zeeodisha/odisha2429363

Road Accident: ବ୍ରେକ୍ ଫେଲ୍ ହୋଇ ବସ୍ କୁ ଧକ୍କା ଦେଲା ଟ୍ରକ୍, ୭ ମୃତ, ୩୩ ଆହତ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। 

Road Accident: ବ୍ରେକ୍ ଫେଲ୍ ହୋଇ ବସ୍ କୁ ଧକ୍କା ଦେଲା ଟ୍ରକ୍, ୭ ମୃତ, ୩୩ ଆହତ
Road Accident: ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାର  ବେଙ୍ଗାଲୁରୁ-ତିରୁପତି ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। 
 
 
ସୂଚନା ଅନୁସାରେ,  ଗତକାଲି ଏକ ବସ୍  ପାଖାପାଖି ୩୫ ରୁ ଅଧିକ ଯାତ୍ରୀଙ୍କୁ ନେଇ ତିରୁମାଲାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା। ହେଲ, ହଠାତ୍ ଏକ ଟ୍ରକ୍ ଟି  ବ୍ରେକ୍ ଫେଲ୍  ହୋଇଯିବାରୁ ବସ୍ ଆଡକୁ ମାଡି ଆସି ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଯାତ୍ରୀଙ୍କ ମୃତ୍ୟୁ  ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ମଧ୍ୟ ରହିଛି। 
 
 
ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ମୃତକ ମାନ ହେଲେ ଏସ୍. ବିଜୟମା (୫୩), ହଂସିକା ୟାଦବ (୬), ବାଲା ରାଜୁ (୩୧) ,ଏସ୍  ମୋନହର( ୫୬) ବସ୍ ଡ୍ରାଇଭ । ଏବଂ ଅନ୍ୟ ଦୁଇ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ପୋଲିସ୍ କହିଛି। ଏନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ  ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।  ପୋଲିସ୍ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି।