କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ
Advertisement
Article Detail0/zeeodisha/odisha922844

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ

ନବୋଦୟ ବିଦ୍ୟାଲୟର ପ୍ରଧାନ ଶିକ୍ଷକଙ୍କ ମେଡିକାଲ କ୍ଲେମର ରିମ୍ୱର୍ସମେଣ୍ଟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କୁ ଜୁଲାଇ ୧ରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଏହା ସହିତ କର୍ମଚାରୀମାନେ ସେମାନଙ୍କ DA ବକେୟା ମଧ୍ୟ ପାଇବେ ବୋଲି ଆଶା କରାଯାଉଛି, ଯାହା ବିଷୟରେ ଚଳିତ ମାସରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ସମୟରେ ଆଉ ଏକ ଭଲ ଖବର ଆସିଛି । ନବୋଦୟ ବିଦ୍ୟାଳୟ (NVS) ରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମହଙ୍ଗା ଭତ୍ତା ବ୍ୟତୀତ ବର୍ଦ୍ଧିତ ମେଡିକାଲ କ୍ଲେମ୍ ମିଳିବ ।

ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ

ସରକାର ବଢ଼ାଇଲେ ମେଡିକାଲ  କ୍ଲେମ୍ ରିମ୍ୱର୍ସମେଣ୍ଟ

ନବୋଦୟ ବିଦ୍ୟାଲୟର ପ୍ରଧାନ ଶିକ୍ଷକଙ୍କ ମେଡିକାଲ କ୍ଲେମର ରିମ୍ୱର୍ସମେଣ୍ଟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ଯେଉଁଥିରେ କମିଶନର, NVS ଙ୍କ ଅନୁମୋଦନ କ୍ରମେ କର୍ମଚାରୀଙ୍କ ତରଫରୁ ନିଜ ପାଇଁ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ରୋଗର ଚିକିତ୍ସା ପାଇଁ ମେଡିକାଲ ରିମ୍ୱର୍ସମେଣ୍ଟ କ୍ଲେମ୍ ପ୍ରି-ଅଡିଟ୍ ପାଇଁ ସଂଶୋଧିତ ସୀମାର ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ୨୩୩୦ ସଂକ୍ରମିତଙ୍କ ମୃତ୍ୟୁ

୫,୦୦୦ ପରିବର୍ତ୍ତେ ମିଳିବ ୨୫,୦୦୦ ଟଙ୍କା

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, NVS ପ୍ରିନ୍ସିପାଲଙ୍କ ଚିକିତ୍ସା ଦାବିର ସୀମା ବାର୍ଷିକ ୫୦୦୦ରୁ ବୃଦ୍ଧି କରି ୨୫,୦୦୦ ଟଙ୍କା କରାଯାଇଛି । ସର୍କୁଲାରରେ ଦର୍ଶାଯାଇଛି ଯେ ଯଦି ଏହି ଚିକିତ୍ସା ସରକାରୀ କିମ୍ବା CGHS ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାରେ କରାଯାଏ, ତେବେ ପ୍ରିନ୍ସିପାଲଙ୍କ ପାଇଁ ଚିକିତ୍ସା ମେଡିକାଲ ରିମ୍ୱର୍ସମେଣ୍ଟର ସୀମା ୫୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଅର୍ଥାତ୍ ସରକାର କ୍ଲେମ୍ ପରିମାଣ ପାଞ୍ଚ ଗୁଣ ବଢ଼ାଇଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ୟୁପି ରାଜନୀତିରେ ଝଡ଼, ଭାଙ୍ଗିଯିବ କି BSP?

AMA ଚିକିତ୍ସା ପାଇଁ ମେଡିକାଲ ରିମ୍ୱର୍ସମେଣ୍ଟ ମଧ୍ୟ ବଢ଼ିବ

ଏହା ବ୍ୟତୀତ କେନ୍ଦ୍ର ସରକାର AMA (Against Medical Advice) ଚିକିତ୍ସା ପାଇଁ ରିମ୍ୱର୍ସମେଣ୍ଟର ସୀମାକୁ ମଧ୍ୟ ସଂଶୋଧନ କରିଛନ୍ତି । NVS ର ପ୍ରିନ୍ସିପାଲ୍ ବର୍ତ୍ତମାନ ୫୦୦୦ ଟଙ୍କା ବଦଳରେ ୧୫,୦୦୦ ଟଙ୍କା ମେଡିକାଲ କ୍ଲେମ୍ ପାଇବେ । Against Medical Advice ହେଉଛି ସେହି ପରିସ୍ଥିତି ଯେତେବେଳେ ଜଣେ ରୋଗୀ ଡାକ୍ତରଙ୍କ ପରାମର୍ଶ ନକରି ନିଜକୁ ଡିସଚାର୍ଜ କରନ୍ତି । ଏହା ବ୍ୟତୀତ, NVS କର୍ମଚାରୀଙ୍କ ପାଇଁ ବାକି ନିୟମ ଓ ସର୍ତ୍ତଗୁଡିକରେ କୌଣସି ପରିବର୍ତ୍ତନ ହୋଇନାହିଁ ।