ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା!
Advertisement

ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା!

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ୧୭ ପ୍ରତିଶତ ଡିଏ ମିଳୁଛି । ଯଦି ସରକାର ଡିଏ ବୃଦ୍ଧି କରନ୍ତି ତେବେ ଏହି ବୃଦ୍ଧି ପ୍ରାୟ ୪ ପ୍ରତିଶତ ହୋଇପାରେ । ତେବେ ୨୦୧୯ରେ ଏହାକୁ ୨୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ଉପରେ ରୋକ ଲଗାଇଦେଇଥିଲା । 

ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ମହଙ୍ଗା ଭତ୍ତା ବା ଡିଏ (Dearness Allowance, DA) କୁ ଅପେକ୍ଷା କରୁଥିବା କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ଖୁବ ଶୀଘ୍ର କେନ୍ଦ୍ର ସରକାର (Central Government) ବଡ଼ ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଜାନୁୟାରୀ ମାସରେ କର୍ମଚାରୀଙ୍କ DA ଓ DR ରେ ବ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଗତ ବର୍ଷ କେନ୍ଦ୍ର କର୍ମଚାରୀଙ୍କ ଡିଏ ଉପରେ ରୋକ ଲଗାଇଥିଲେ । କୋରୋନା ଓ ଲକଡାଉନ୍ ଯୋଗୁଁ ମହଙ୍ଗା ଭତ୍ତା ଉପରେ ରୋକ ଲଗାଯାଇଥିଲା । କିନ୍ତୁ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହୋଲି ପୂର୍ବରୁ ମୋଦି ସରକାର (Modi Govt) କର୍ମଚାରୀମାନଙ୍କୁ ରିହାତି ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଉଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଫେବୃଆରୀ ୧ରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ, କ'ଣ ରହିଛି ଗାଇଡଲାଇନ୍?

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ୧୭ ପ୍ରତିଶତ ଡିଏ ମିଳୁଛି । ଯଦି ସରକାର ଡିଏ ବୃଦ୍ଧି କରନ୍ତି ତେବେ ଏହି ବୃଦ୍ଧି ପ୍ରାୟ ୪ ପ୍ରତିଶତ ହୋଇପାରେ । ତେବେ ୨୦୧୯ରେ ଏହାକୁ ୨୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ଉପରେ ରୋକ ଲଗାଇଦେଇଥିଲା । ୪ ପ୍ରତିଶତ ବୃଦ୍ଧିର ଲାଭ ପ୍ରାୟ ୩୫ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ବ୍ୟତୀତ ସମସ୍ତ ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯିବ । ସୂତ୍ର ଅନୁଯାୟୀ ଜାନୁୟାରୀ ୨୦୨୦ ଠାରୁ ଡିଏ ଫ୍ରିଜ୍ ହୋଇଛି । ଏପରି ପରିସ୍ଥିତିରେ ବର୍ଦ୍ଧିତ ଡିଏର ଲାଭ ଜୁଲାଇ ୨୦୨୧ର ଦରମା ସହ ମିଳିବ ।

ଅଧିକ ପଢ଼ନ୍ତୁ:-ଚିରାଗ ପାସୱାନଙ୍କ ଏନଡିଏରୁ ମୋହ ଭଙ୍ଗ, ଏବେ ଆଉ ପିଏମ ମୋଦିଙ୍କ ପ୍ରଶଂସକ ନୁହଁନ୍ତି ସେ!

AG ଅଫିସ୍ ବ୍ରଦର୍ଡର ପୂର୍ବତନ ସଭାପତି ତଥା ନାଗରିକ ବ୍ରଦର୍ଡର ସଭାପତି ହରିଶଙ୍କର ତିୱାରୀ ଏକ ଗଣମାଧ୍ୟମ ପ୍ରତିଷ୍ଠାନକୁ କହିଛନ୍ତି ଯେ, ଏଥର ମଧ୍ୟ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ । କେନ୍ଦ୍ର ସରକାର ସମୟ ସମୟରେ ଏହାକୁ ବୃଦ୍ଧି କରନ୍ତି । ଏହାର ହିସାବ ବେସିକ ପେ (Basic Pay) କୁ ଆଧାର କରି ଶତକଡ଼ାରେ ହୋଇଥାଏ । ବର୍ତ୍ତମାନ କର୍ମଚାରୀ ଓ ପେନସନଭୋଗୀମାନେ ଅଲଗା ଅଲଗା ଡିଏ ପାଉଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଡିଏ ସମ୍ପୂର୍ଣ୍ଣ ଟିକସଯୋଗ୍ୟ ହୋଇଥାଏ । ଅର୍ଥାତ ଆପଣଙ୍କୁ ଯେତିକି ରାଶି ମହଙ୍ଗା ଭତ୍ତା ନାମରେ ମିଳିଥାଏ, ତାହା ଟେକ୍ସେୱଲ ହୋଇଥାଏ ।  ତିୱାରୀଙ୍କ ଅନୁଯାୟୀ, ଜୁନ୍ ୨୦୨୧ ସୁଦ୍ଧା ଡିଏ ୩୦ରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇପାରେ ।