ନୂଆଦିଲ୍ଲୀ: 7th Pay Commission, Central Government Employees, HBA Interest Rates: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ରହିଛି । ଯେଉଁ କର୍ମଚାରୀମାନେ ବ୍ୟାଙ୍କରୁ ହୋମ ଲୋନ୍ (Home Loan) ବା ବିଲ୍ଡିଂ ଆଡଭାନ୍ସ (HBA) ନେଇ ଥିଲେ, ସରକାର ତାହାର ସୁଧ ହାର ହ୍ରାସ କରିଛନ୍ତି । କେନ୍ଦ୍ରର ମୋଦି ସରକାର ହାଉସ ବିଲ୍ଡିଂ ଲୋନର ସୁଧ ହାରକୁ ୭.୯ ପ୍ରତିଶତରୁ ହ୍ରାସ କରି ୭.୧ ପ୍ରତିଶତ କରିଦେଇଛନ୍ତି । ଏନେଇ ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । କର୍ମଚାରୀଙ୍କ ଘର ନିର୍ମାଣ, ଘର ବା ଫ୍ଲାଟ୍ କିଣିବା କିମ୍ୱା ବ୍ୟାଙ୍କରୁ ନିଆଯାଇଥିବା ହୋମ୍ ଲୋନକୁ ପରିଶୋଧ କରିବା ପାଇଁ ଦିଆଯାଉଥିବା ଆଡଭାନ୍ସର ସୁଧହାରେ କେନ୍ଦ୍ର ସରକାର ୮୦ ବେସିସ୍ ପଏଣ୍ଟ ଅର୍ଥାତ ୦.୮ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ଦର ଚଳିତ ବର୍ଷ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ । ଫଳରେ କେନ୍ଦ୍ର କର୍ମଚାରୀଙ୍କ ଘର ନିର୍ମାଣ ସ୍ୱପ୍ନ ଆହୁରି ଅଧିକ ସହଜ ହୋଇପାରିବ । 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାର (Central Government) ଙ୍କ ଏହି ଘୋଷଣା ପରେ ବର୍ତ୍ତମାନ କର୍ମଚାରୀମାନେ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭.୧ ପ୍ରତିଶତ ଦରରେ ଆଡଭାନ୍ସ ନେଇପାରିବେ । ପୂର୍ବରୁ ଏହି ଦର ୭.୯ ପ୍ରତିଶତ ଥିଲା । ଆବାସ ଓ ସହରୀ ମାମଲାର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହାର ସୂଚନା ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ଦିଆଯାଉଥିବା ଏହି ସୁବିଧା ଅନ୍ତର୍ଗତ କେନ୍ଦ୍ର କର୍ମଚାରୀ ନିଜ ମୂଳ ବେତନ ହିସାବରେ ୩୪ ମାସ ପର୍ଯ୍ୟନ୍ତ ଅଧିକତମ ୨୫ ଲକ୍ଷ ଟଙ୍କା ଯାଏ ଆଡଭାନ୍ସ ନେଇପାରିବେ । ଘରର ଦାମ୍ ପରିଶୋଧ କରିବା ପାଇଁ କର୍ମଚାରୀମାନଙ୍କୁ ଯେତିକି ଅର୍ଥର କମି ରହିଛି, ସେତିକି ରାଶି ଆଡଭାନ୍ସ ଭାବେ ନେଇପାରିବେ । 


ସୂଚନାଯୋଗ୍ୟ, ସପ୍ତମ ବେତନ ଆୟୋଗ  (7th Pay commission) ର ସୁପାରିଶ ଓ ହାଉସ୍ ବିଲ୍ଡିଂ ଆଡଭାନ୍ସ (HBA) ନିୟମ ଅନୁଯାୟୀ, ଏକ ନୂଆ ଘର ନିର୍ମାଣ କିମ୍ବା ନୂଆ ଫ୍ଲାଟ କିଣିବା ପାଇଁ କେନ୍ଦ୍ର କର୍ମଚାରୀମାନେ ୩୪ ମାସର ମୂଳ ବେତନ, ସର୍ବାଧିକ ୨୫ ଲକ୍ଷ ଟଙ୍କା କିମ୍ବା ଏହାର ମୂଲ୍ୟ ଘର କିମ୍ବା ଆଡଭାନ୍ସ ପରିଶୋଧ କରିବାର କ୍ଷମତାଠାରୁ କମ୍ ଥିବା ପରିମାଣର ଆଡଭାନ୍ସ ନେଇପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୭.୯ ପ୍ରତିଶତ ଦରରେ ଏହି ଆଡଭାନ୍ସ ଉପରେ ସରଳ ସୁଧ ଲାଗୁଥିଲା, ଯାହା ବର୍ତ୍ତମାନ ୭.୧ ପ୍ରତିଶତକୁ ହ୍ରାସ ପାଇଛି । ୫ ବର୍ଷର ନିରନ୍ତର ସେବା ସହିତ ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ଏହି ସୁବିଧା ସୁଯୋଗ ନେଇପାରିବେ ।


ଏହା ବି ପଢ଼ନ୍ତୁ:-ପରମାଣୁ ଆକ୍ରମଣ କରିବେ ପୁଟିନ! CIA ମୁଖ୍ୟ ଦେଲେ ଏହି ବଡ଼ ବୟାନ


ଏହା ବି ପଢ଼ନ୍ତୁ:-ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା


ଏହା ବି ପଢ଼ନ୍ତୁ:-ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ


 


ଏଠାରେ କହି ରଖୁଛୁ ଯେ, କେନ୍ଦ୍ର କର୍ମଚାରୀଙ୍କୁ ହାଉସ୍ ବିଲ୍ଡିଂ ଆଡଭାନ୍ସ ମିଳିଥାଏ । ଏଥିରେ କର୍ମଚାରୀ ନିଜର ବା ନିଜ ପତ୍ନୀର ଫ୍ଲାଟ ଉପରେ ଘର ନିର୍ମାଣ କରିବା ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା ଅକ୍ଟୋବର ୧, ୨୦୨୦ ଆରମ୍ଭ ହୋଇଥିଲା ।