ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ
Advertisement

ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ

Punjab CM, Bhagwant Mann, Arvind Kejriwal: ଆପ୍ (AAP) ର ପଞ୍ଜାବ ୟୁନିଟ୍ ଏହି ବୈଠକକୁ ନେଇ କହିଛନ୍ତି ଯେ ଯଦି ଦଳର ରାଷ୍ଟ୍ରୀୟ ସଂଯୋଜକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସ୍ୱାର୍ଥରେ ଏପରି କରନ୍ତି ତେବେ କିଛି ବେଆଇନ ନୁହେଁ । AAP ମୁଖପାତ୍ର ଏମଏସ କାଙ୍ଗ କହିଛନ୍ତି, "ଆମେ ତାଙ୍କ ମାର୍ଗଦର୍ଶନ ନେଉଛୁ, ତେଣୁ ଏଥିରେ କିଛି ଭୁଲ୍ ନାହିଁ । ପଞ୍ଜାବ ଓ ଅନ୍ୟାନ୍ୟ ରାଜ୍ୟ କେଜ୍ରିୱାଲଙ୍କ ଶାସନ ମଡେଲ୍ ବୁଝିବା ପାଇଁ ଦିଲ୍ଲୀ ଯାଉଛନ୍ତି ।"

ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: Punjab CM, Bhagwant Mann, Arvind Kejriwal: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (AAP) ବିରାଟ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିଛି । ନିର୍ବାଚନ ସମୟରେ ଦଳ ଅନେକ ବଡ଼ ବଡ଼ ଘୋଷଣା କରିଥିଲା । ଯାହା ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ଗୋଟିଏ ପଟେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ଥିବାବେଳେ ଦଳ କରିଥିବା ବଡ଼ ବଡ଼ ଘୋଷଣାକୁ ଲାଗୁ କରିବାରେ ସମସ୍ୟାର ସାମ୍ନା କରୁଛନ୍ତି ମାନ୍ ସରକାର । ଏହା ମଧ୍ୟରେ ମଙ୍ଗଳବାର ଅର୍ଥାତ ଏପ୍ରିଲ ୧୨ରେ ପଞ୍ଜାବର ଅଧିକାରୀଙ୍କ ସହ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ଏକ ବୈଠକ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବୈଠକରେ ପଞ୍ଜାବର ସିଏମ୍ ଭଗବନ୍ତ ମାନ (Punjab CM Bhagwant Mann) ଉପସ୍ଥିତ ନଥିଲେ । ଏଥିପାଇଁ ଦିଲ୍ଲୀର ସିଏମ୍ ବହୁ ସମାଲୋଚନାର ଶିକାର ହେଉଛନ୍ତି । ବିରୋଧୀ ପ୍ରଶ୍ନ କରୁଛନ୍ତି ପଞ୍ଜାବର ପ୍ରକୃତ ସିଏମ କିଏ? କେଜ୍ରିୱାଲ ନା ଭଗବନ୍ତ ମାନ । କେଜ୍ରିୱାଲ (Arvind Kejriwal) ପଞ୍ଜାବକୁ ରିମୋଟରେ ଚଲାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସେ ବିଗତ ଦିନରେ ଦିଲ୍ଲୀରେ ପଞ୍ଜାବର ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ ଓ ଅନ୍ୟ ବରିଷ୍ଠ ଅମଲାତନ୍ତ୍ରଙ୍କ ସହ ଏକ ବୈଠକ କରି ସିଏମ ଭଗବନ୍ତ ମାନ (Bhagwant Mann) ଙ୍କୁ ଅଣଦେଖା କରିଛନ୍ତି ।

ପଞ୍ଜାବ କଂଗ୍ରେସର ନୂତନ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ୱାରିଙ୍ଗ (Punjab Congress President Amarinder Singh Raja Waring) କହିଛନ୍ତି, "କ'ଣ ଦିଲ୍ଲୀର ଲୋକଙ୍କ ଦ୍ୱାରା ପଞ୍ଜାବକୁ କାଠ କଣ୍ଡେଇ କରାଯିବ? ଏହି ବୈଠକ କେଉଁ କ୍ଷମତା ଓ କେଉଁ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଥିଲା? ସିଏମ ସାହେବ ଏହାକୁ ସାର୍ବଜନୀନ କରନ୍ତୁ । ମୁଣ୍ଡ ତ ନୁଆଁଇ ସାରିଥିଲେ । ବର୍ତ୍ତମାନ ମୁଣ୍ଡ ମଧ୍ୟ ବିକି ସାରିଛନ୍ତି କି?"

ସେପଟେ ମୁଖ୍ୟମନ୍ତ୍ରୀ ମାନ (Bhagwant Mann) ଏହି ବୈଠକକୁ ଏକ ଟ୍ରେନିଂ ସହ ଜଡ଼ିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ସେ ଆଗକୁ କହିଛନ୍ତି ଯେ, "ଯଦି ଆବଶ୍ୟକ ହୁଏ, ମୁଁ ମୋର ଅଧିକାରୀମାନଙ୍କୁ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଏପରିକି ଇସ୍ରାଏଲକୁ ତାଲିମ ପାଇଁ ପଠାଇବି । କାହିଁକି କେହି ଏହାକୁ ବିରୋଧ କରିବେ? ସେ (ଦିଲ୍ଲୀ ସରକାର) ଶିକ୍ଷା, ବିଦ୍ୟୁତ୍, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷଜ୍ଞ ଅଛି । ମୁଁ କାହିଁକି ଅଧିକାରୀମାନଙ୍କୁ ପଠାଇବି ନାହିଁ?" ସେ କହିଛନ୍ତି ଯେ, ରାଜନେତା ତଥା ରାଜନୈତିକ ଦଳର ଖରାପ ତଥା ଦୁର୍ନୀତିଗ୍ରସ୍ତ ରାଜନୀତିରୁ ଲୋକମାନେ ଅସୁବିଧାରେ ଅଛନ୍ତି, କିନ୍ତୁ ଆମ୍ ଆଦମୀ ପାର୍ଟି (Aam Aadmi Party) ସେମାନଙ୍କ ପାଇଁ ଦିନରାତି କାମ କରିବ । 

ଆପ୍ (AAP) ର ପଞ୍ଜାବ ୟୁନିଟ୍ ଏହି ବୈଠକକୁ ନେଇ କହିଛନ୍ତି ଯେ ଯଦି ଦଳର ରାଷ୍ଟ୍ରୀୟ ସଂଯୋଜକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସ୍ୱାର୍ଥରେ ଏପରି କରନ୍ତି ତେବେ କିଛି ବେଆଇନ ନୁହେଁ । AAP ମୁଖପାତ୍ର ଏମଏସ କାଙ୍ଗ କହିଛନ୍ତି, "ଆମେ ତାଙ୍କ ମାର୍ଗଦର୍ଶନ ନେଉଛୁ, ତେଣୁ ଏଥିରେ କିଛି ଭୁଲ୍ ନାହିଁ । ପଞ୍ଜାବ ଓ ଅନ୍ୟାନ୍ୟ ରାଜ୍ୟ କେଜ୍ରିୱାଲଙ୍କ ଶାସନ ମଡେଲ୍ ବୁଝିବା ପାଇଁ ଦିଲ୍ଲୀ ଯାଉଛନ୍ତି ।"

ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ (Former Punjab Congress chief Navjot Singh Sidhu) କହିଛନ୍ତି ଯେ, ମାନଙ୍କ ଅନୁପସ୍ଥିତିରେ କେଜ୍ରିୱାଲଙ୍କ ଦ୍ୱାରା ଆଇଏଏସ୍ ଅଧିକାରୀଙ୍କ ଡକାଯିବା ପ୍ରକୃତ ମୁଖ୍ୟମନ୍ତ୍ରୀଙ୍କ ଚେହେରାର ଖୁଲାସା କରିଛି ଓ ପଞ୍ଜାବକୁ ରିମୋଟ-କଣ୍ଟ୍ରୋଲ୍ କରିବା ତାଙ୍କ ଉଦ୍ୟମ ସାମ୍ନାକୁ ଆସିଛି । ସଂଘବାଦର ସଂପୂର୍ଣ୍ଣ ଉଲ୍ଲଂଘନ, ପଞ୍ଜାବୀ ଗର୍ବକୁ ଅପମାନ । ଏନେଇ ଉଭୟଙ୍କୁ ସ୍ପଷ୍ଟୋକ୍ତି ଦେବାର ଆବଶ୍ୟକତା ରହିଛି ।

ଏହା ବି ପଢ଼ନ୍ତୁ:-ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!

ଏହା ବି ପଢ଼ନ୍ତୁ:-ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!

ଏହା ବି ପଢ଼ନ୍ତୁ:-ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ କରିବେ ମୋଦି ସରକାର, ତାଲିକାରୁ ହଟିବ ଏସବୁ ଲୋକଙ୍କ ନାମ

ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ (Shiromani Akali Dal President Sukhbir Singh Badal) ଏହାକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂ (Former Punjab Chief Minister and Punjab Lok Congress President Captain Amarinder Singh) କହିଛନ୍ତି ଯେ, "ସବୁଠାରୁ ଖରାପ ଆଶା କରାଯାଉଥିଲା, ସବୁଠାରୁ ଖରାପ ଘଟିଛି । ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଆଶାକୁ ବହୁ ପୂର୍ବରୁ ନିଜ ଅଧୀନକୁ ନେଇଛନ୍ତି । ଭଗବନ୍ତ ମାନ ଏକ ରବର ଷ୍ଟାମ୍ପ, ଏହା ପୂର୍ବରୁ ଏକ ନିଷ୍କର୍ଷ ଥିଲା । ବର୍ତ୍ତମାନ କେଜ୍ରିୱାଲ ଦିଲ୍ଲୀରେ ପଞ୍ଜାବର ଅଧିକାରୀଙ୍କ ସହ ବୈଠକ କରି ଏହାକୁ ସତ ପ୍ରମାଣିତ କରିଛନ୍ତି ।"