ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ
Advertisement
Article Detail0/zeeodisha/odisha866749

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ

7th Pay Commission latest news: ଯଦି ଆପଣ କେନ୍ଦ୍ର କିମ୍ବା ରାଜ୍ୟ ସରକାର (Central and State Govt) ଙ୍କ କର୍ମଚାରୀ (Govt Employees) ଅଟନ୍ତି ଏବଂ ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ । ବାସ୍ତବରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Union Ministry of Road Transport

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: 7th Pay Commission latest news: ଯଦି ଆପଣ କେନ୍ଦ୍ର କିମ୍ବା ରାଜ୍ୟ ସରକାର (Central and State Govt) ଙ୍କ କର୍ମଚାରୀ (Govt Employees) ଅଟନ୍ତି ଏବଂ ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ । ବାସ୍ତବରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (Union Ministry of Road Transport and Highways) ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହା କେନ୍ଦ୍ର ଓ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ (ୟୁନିଅନ୍ ଟେରିଟୋରୀ), ପବ୍ଲିକ୍ ଅଣ୍ଡରଟେକିଂ, ମ୍ୟୁନିସିପାଲିଟି ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ସରକାରୀ ବାହନ ପାଇଁ । ଏହା ଅନୁଯାୟୀ, ଏହି ସ୍ଥାନଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜର ଏପ୍ରିଲ ୧, ୨୦୨୨ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡିଗୁଡିକର ପଞ୍ଜୀକରଣ ନବୀକରଣ କରିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ: ଏହି ୫ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ଯଦି ଏହା ଚୂଡାନ୍ତ ହୁଏ, ତେବେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ । ଏହା ମଧ୍ୟରେ ସେହି କର୍ମଚାରୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଯେଉଁମାନେ ସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ ଦରମା ପାଉଛନ୍ତି ।

ଅଧିକ ପଢ଼ନ୍ତୁ:-ସର୍ଭେ: ମମତା ଲଗାଇବେ ବିଜୟର ହ୍ୟାଟ୍ରିକ୍ ନା କ୍ଷମତାକୁ ଆସିବ ବିଜେପି, ଜାଣନ୍ତୁ ବଙ୍ଗଳାରେ କାହାକୁ ମିଳିବ କେତେ ଆସନ

ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ର ସରକାର ସ୍କ୍ରାପିଂ ନୀତି କାର୍ଯ୍ୟକାରୀ କରିବାକୁ ଜିଦ୍ ଧରିଛନ୍ତି । ଫେବୃଆରୀ ୧ରେ ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବାହନ ଜଙ୍କ ନୀତି ଘୋଷଣା କରିଥିଲେ । ଏହା ଅନ୍ତର୍ଗତ ବେସରକାରୀ ବାହନର ୨୦ ବର୍ଷ ହେବା ପରେ ଓ  ବ୍ୟବସାୟିକ ବାହନର ୧୫ ବର୍ଷ ହେବା ପରେ ଫିଟନେସ୍ ପରୀକ୍ଷା କରିବା ଆବଶ୍ୟକ ।