Boat Accident: ହୃଦୟବିଦାରକ! ସମୁଦ୍ରରେ ଡଙ୍ଗା ବୁଡ଼ିଯିବା ଯୋଗୁଁ ୮୯ ଜଣଙ୍କର ମୃତ୍ୟୁ
Advertisement

Boat Accident: ହୃଦୟବିଦାରକ! ସମୁଦ୍ରରେ ଡଙ୍ଗା ବୁଡ଼ିଯିବା ଯୋଗୁଁ ୮୯ ଜଣଙ୍କର ମୃତ୍ୟୁ

Syria Boat Accident: ଏହି ଦୁର୍ଘଟଣାରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମହମ୍ମଦ ହାସନ ଗବାଶ କହିଛନ୍ତି । ଉଦ୍ଧାର ହୋଇଥିବା ଲୋକ ସିରିଆର ଉପକୂଳବର୍ତ୍ତୀ ଟାର୍ଟୋସର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୌ: ସୋସିଆଲ ମିଡିଆ

Syria Boat Accident: ସିରିଆ ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮୯ ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଦିନ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାଟି ଲିବାନାନରୁ ପ୍ରବାସୀମାନଙ୍କୁ ନେଇ ଯାଉଥିଲା । ସିରିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି । ସିରିଆର ଅଧିକାରୀ କହିଛନ୍ତି ଯେ ପୀଡିତଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି । ସେମାନେ ନିଜ ପ୍ରିୟ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ଲେବାନନରୁ ସିରିଆକୁ ଆସୁଛନ୍ତି ।

ଏହି ଦୁର୍ଘଟଣାରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମହମ୍ମଦ ହାସନ ଗବାଶ କହିଛନ୍ତି । ଉଦ୍ଧାର ହୋଇଥିବା ଲୋକ ସିରିଆର ଉପକୂଳବର୍ତ୍ତୀ ଟାର୍ଟୋସର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାପୂର୍ବରୁ ଶୁକ୍ରବାର ଦିନ ଟାର୍ଟସ୍ ଗଭର୍ଣ୍ଣର ଅବଦୁଲ ହଲିମ ଖଲିଲ କହିଛନ୍ତି ଯେ ସମୁଦ୍ର କୂଳରେ ଅଧିକ ମୃତଦେହ ଖୋଜା ଚାଲିଛି । ଦୁଇ ଦିନ ପୂର୍ବରୁ ଡଙ୍ଗା ବୁଡ଼ି ଯାଇଥିଲା ।

କୁହାଯାଉଛି ଯେ ୩୧ ଟି ଶବ ଭାସି ଭାସି କୂଳକୁ ଆସିଥିଲା ​​। ଅନ୍ୟ ମୃତଦେହକୁ ସିରିଆ ଡଙ୍ଗା ଦ୍ୱାରା ପାଣି ଭିତରୁ ଟାଣି କୂଳକୁ ଅଣାଯାଇଥିଲା । ଲେବାନାନର ସଙ୍କଟ ଯୋଗୁଁ ଲୋକମାନେ ସମୁଦ୍ର ଦେଇ ୟୁରୋପକୁ ପଳାଇବାକୁ ଚେଷ୍ଟା କରୁଛନ୍ତି । ଲେବାନୀୟ ସୈନ୍ୟ ଅଧିକାରୀ କହିଛନ୍ତି ଯେ ସେମାନେ ଜଣେ ସନ୍ଦିଗ୍ଧ ମାନବ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି, ଯିଏ ସାଧାରଣ ନାଗରିକଙ୍କୁ ସମୁଦ୍ର ଦେଇ ୟୁରୋପରେ ପରିବହନ କରୁଥିଲା ।

ଅଧିକାରୀଙ୍କ କହିବାନୁସାରେ, ଜାହାଜଟି ସେପ୍ଟେମ୍ବର ୨୦ ରେ ଲିବାନୋନର ବନ୍ଦର ତ୍ରିପୋଲି ନିକଟରେ ମୀନାରୁ ଯାତ୍ରା ଆରମ୍ଭ କରିଥିଲା ​​। ଏଠାରୁ ପ୍ରବାସୀମାନେ ପାଣି ଜାହାଜରେ ଚଢିଥିଲେ । ୨୨ ସେପ୍ଟେମ୍ବରରେ ଜାହାଜଟି ବୁଡ଼ିଗଲା । ଏଥିରେ 86 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ଓ ଅନେକ ନିଖୋଜ ଅଛନ୍ତି । ସମସ୍ତଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ସିରିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପ୍ରିୟଜନଙ୍କୁ ଚିହ୍ନିବା ପାଇଁ ସିରିଆ ଆସୁଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ଜାହାଜଟି ସେପ୍ଟେମ୍ବର ୨୦ ରେ ଲିବାନୋନର ବନ୍ଦର ତ୍ରିପୋଲି ନିକଟରେ ମୀନାରୁ ଯାତ୍ରା ଆରମ୍ଭ କରିଥିଲା ​​। ଏଠାରୁ ପ୍ରବାସୀମାନେ ପାଣି ଜାହାଜରେ ଚଢିଥିଲେ । ୨୨ ସେପ୍ଟେମ୍ବରରେ ଜାହାଜଟି ବୁଡ଼ିଗଲା । ଏଥିରେ ୮୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ଓ ଅନେକ ନିଖୋଜ ଅଛନ୍ତି । ସମସ୍ତଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ସିରିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପ୍ରିୟଜନଙ୍କୁ ଚିହ୍ନିବା ପାଇଁ ସିରିଆ ଆସୁଛନ୍ତି ।

ଏହା ବି ପଢ଼ନ୍ତୁ: Supreme Court: ମୁଁ ପୁଣି ଆଜାଦ, ଅବସର ନେଲାପରେ ଏପରି ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ କାହିଁକି?