ମଧ୍ୟ ପ୍ରଦେଶରେ ଚଳିତ ଥର ହୋଇଥିବା ଭାରୀ ବର୍ଷା ବିଗତ କେତେ ବର୍ଷର ରେକର୍ଡ ଭାଙ୍ଗିଛି । ଏହା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ଲୋକକୁ ସେନା ସହାୟତାରେ ସହଯୋଗ ଯୋଗାଇ ଦେଉଛନ୍ତି ମଧ୍ୟ ପ୍ରଦେଶ ସରକାର ।
Trending Photos
ଭୋପାଳ: ଜନସାଧାରଣଙ୍କ ସୁବିଧା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ, ପୋଲ ଆଦି ନିର୍ମାଣ କରାଯାଇଥାଏ । ହେଲେ ବେଳେ ବେଳେ ପ୍ରାକୃତିକ ଅଥବା ଅନ୍ୟ କୌଣସି କାରଣରୁ ସାଧାରଣ ଲୋକ ଏହାର ବ୍ୟବାହର କରିବାରୁ ବଞ୍ଚିତ ହୋଇଥାନ୍ତି । ସଦ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସିଓନି ଜିଲ୍ଲାରେ (Shivni District Madhya Pradesh) ।
ଜିଲ୍ଲାର ବୈନଗଙ୍ଗା ଅଞ୍ଚଳରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପୋଲ ଲୋକାର୍ପଣ ହେବା ପୂର୍ବରୁ ବର୍ଷା ପାଣିରେ ଧୋଇ ହୋଇଯାଇଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଲୋକେ ପ୍ରଶାସନ ପକ୍ଷରୁ ନିର୍ମିତ ଏହି ପୋଲକୁ ବ୍ୟବହାର କରିବାରୁ ବଞ୍ଚିତ ହୋଇଛନ୍ତି । ଏ ସମ୍ପର୍କରେ ମତ ରଖି ସ୍ଥାନୀୟ କେୱଲାରୀ ବିଧାନସଭା ଆସନର ବିଧାୟକ ରାକେଶ ପାଲ ସିଂହ କହିଛନ୍ତି ଭାରୀ ବର୍ଷା ପରେ ନଦୀରେ ଜଳସ୍ତର ବଢିବା କାରଣରୁ ଏହି ପୋଲର ରେଲିଂରେ କାଦୁଅ ଜମା ହୋଇଯାଇଥିଲା ।
ଫଳସ୍ୱରୂପ ପାଣିର ଚାପ ବଢିବା ଫଳରେ ପୋଲର ଗୋଟିଏ ଅଂଶ ଭାସି ଯାଇଥିଲା । ଏହା ସହିତ ଭୀମଗଢ-ଛପରା ମଧ୍ୟରେ ନିର୍ମିତ ହୋଇଥିବା ପୋଲ ବର୍ଷାରେ ଭାସିଯାଇଛି । ଏହି ପୋଲ ୧୦ ବର୍ଷରୁ ଅଧିକ ପୁରୁଣା । ଏହି ଦୁଇଟି ଊାସି ଯିବା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିବା ବିଧାୟକ କହିଛନ୍ତି ।
ମଧ୍ୟ ପ୍ରଦେଶରେ ଚଳିତ ଥର ହୋଇଥିବା ଭାରୀ ବର୍ଷା ବିଗତ କେତେ ବର୍ଷର ରେକର୍ଡ ଭାଙ୍ଗିଛି । ଏହା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ଲୋକକୁ ସେନା ସହାୟତାରେ ସହଯୋଗ ଯୋଗାଇ ଦେଉଛନ୍ତି ମଧ୍ୟ ପ୍ରଦେଶ ସରକାର ।
ଭାରୀ ବର୍ଷା ପରେ ମଧ୍ୟ ପ୍ରଦେଶର ସଞ୍ଜୟ ସରୋବର ବନ୍ଧ (Sanjay Sarovar Bandh) କ୍ଷମତାଠାରୁ ଅଧିକ ପରିମାଣରେ ପାଣି ଜମା ହେବା ପରେ ଏହାର ସମସ୍ତ ୧୦ଟି ଗେଟକୁ ଖୋଲି ଦିଆଯାଇଥିଲା । ଯାହା ପରେ ଏହି ବନ୍ଧ ସହ ସଂଯୁକ୍ତ ଥିବା ନଦୀରେ ଜଳସ୍ତର ବଢିବାରେ ଲାଗି ଥିଲା ।