ଓଡ଼ିଶା ଗସ୍ତରେ ଆପ ସାଂସଦ ସଞ୍ଜୟ ସିଂହ
Advertisement
Article Detail0/zeeodisha/odisha650875

ଓଡ଼ିଶା ଗସ୍ତରେ ଆପ ସାଂସଦ ସଞ୍ଜୟ ସିଂହ

ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରରେ ଏ କଥା କହିଛନ୍ତି ଆପର ରାଜ୍ୟସଭା ସାଂସଦ ତଥା ଓଡିଶା ପ୍ରଭାରୀ ସଂଜୟ ସିଂହ ।

ଓଡ଼ିଶା ଗସ୍ତରେ ଆପ ସାଂସଦ ସଞ୍ଜୟ ସିଂହ

ମଳୟ ମହାନ୍ତି, ଭୁବନେଶ୍ୱର: ଓଡିଶାରେ ଆମ ଆଦମୀ ପାର୍ଟି ଏକ ଭଲ ବିକଳ୍ପ ଭାବେ ଉଭା ହେବ । ଏଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରାଯାଇ ଦଳରୁ ଓଡିଶାରେ ଏକ ଉନ୍ନତ ବିକଳ୍ପ ଭାବେ ଛିଡା କରାଇବାକୁ ଯୋଜନା କରିଛି ଆମ ଆଦମୀ ପାର୍ଟି । ଏଥିସହିତ ଓଡିଶାରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଦେବାକୁ ଯୋଜନା କରିଛି । ଏଥିପାଇଁ ଆସନ୍ତା ୮ ତାରିଖରେ ଓଡିଶାରେ ସଂଗଠନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ ବୈଠକ କରାଯିବା ସହ ଦଳକୁ ସୁଦୃଢ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରରେ ଏ କଥା କହିଛନ୍ତି ଆପର ରାଜ୍ୟସଭା ସାଂସଦ ତଥା ଓଡିଶା ପ୍ରଭାରୀ ସଂଜୟ ସିଂହ । ଏପରିକି ୟେସ ବ୍ୟାଙ୍କ ଉପରେ କଟକଣା ସଂପର୍କରେ ବର୍ଷିଛନ୍ତି ସଂଜୟ । ବିଭିନ୍ନ ଶିଳ୍ପପତିମାନେ ବ୍ୟାଙ୍କର ଟଂକା ନେଇ ଫେରାର ହୋଇଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି । ତୁରନ୍ତ ସେମାନଙ୍କଠାରୁ ଟଂକା ଆଦାୟ କରି ବ୍ୟାଙ୍କକୁ ଫେରାଇବାକୁ ସେ କହିଛନ୍ତି ।