Bus Accident: ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ, ବସ ଓଲଟି ୧୦ ଯବାନ ଆହତ
Advertisement

Bus Accident: ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ, ବସ ଓଲଟି ୧୦ ଯବାନ ଆହତ

Bus Accident: ଛତିଶଗଡ଼ ବସ୍ତର ଜିଲ୍ଲାରେ ଅଘଟଣ । ଦୁର୍ଘଟଣାଗସ୍ତ ହେଲା ଯବାନଙ୍କୁ ନେଇ ଯାଉଥିବା ବସ । ଏଥିରେ ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

Bus Accident: ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ, ବସ ଓଲଟି ୧୦ ଯବାନ ଆହତ

Bus Accident: ଛତିଶଗଡ଼ ବସ୍ତର ଜିଲ୍ଲାରେ ଅଘଟଣ । ଦୁର୍ଘଟଣାଗସ୍ତ ହେଲା ଯବାନଙ୍କୁ ନେଇ ଯାଉଥିବା ବସ । ଏଥିରେ ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ପ୍ରାୟ ୩୨ ଜଣ ସିଆରପିଏଫ (CRPF) ଯବାନ ଏକ ବସ ଯୋଗେ ଦନ୍ତେୱାଡ଼ା ଫରସପାଲ ନିର୍ବାଚନ ମଣ୍ତଳୀରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ । ଏହି ସମୟରେ ରାଇକୋଟ ଗାଁ ନିକଟରେ ଏକ ଗାଈ ବସ ଆଗକୁ ଚାଲି ଆସିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଓଲଟି ପଡ଼ିବାରୁ ଏଥିରେ ଥିବା ୧୦ ଜଣ ଯବାନ ଆହତ ହୋଇଥିଲେ । ଆହତ ୧୦ ଜଣଙ୍କ ମଧ୍ଯରୁ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି, ଶନିବାର ମଧ୍ୟ ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ୨୧ ଜଣ ପୁଲିସ ଓ ହୋମଗାର୍ଡ ଆହତ ହୋଇଥିଲେ। ମଧ୍ୟପ୍ରଦେଶରେ ଏହି ଦୁର୍ଘଟଣା ଘଟଥିଲା।  

ଏହା ବି ପଢନ୍ତୁ-ପାଚେରୀ ଭୁଶୁଡ଼ି ୪ ମୃତ: ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ, ଦେଖନ୍ତୁ

ଏହା ବି ପଢନ୍ତୁ- Heat Wave: ସୋମବାରଠୁ ସକାଳୁଆ ସ୍କୁଲ, ଏହି ଦିନଠୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର

ସେପଟେ ରାଜସ୍ଥାନରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ଝାଲାଓ୍ବାଡ ଜିଲ୍ଲାର ଡୁଙ୍ଗର ଅଞ୍ଚଳର ବାଗ୍ରି ସମ୍ପ୍ରଦାୟର କିଛି ଲୋକେ ଗତକାଲି ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ବିବାହ ସମାରୋହରେ ଯୋଗ ଦେଇ ଗତକାଲି ବିଳମ୍ବିତ ରାତିରେ ନିଜ ଗାଁକୁ ଫେରୁଥିଲେ। ଭ୍ୟାନଟି ଝାଲାଓ୍ବାଡ୍ ନିକଟରେ ପହଞ୍ଚି ଥିବା ବେଳେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭ୍ୟାନ୍ ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭ୍ୟାନରେ ଥିବା ୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏକାଧିକ ଆହତ ହୋଇଥିଲେ।  ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।