ଦିନେ ଥିଲେ ପ୍ରସିଦ୍ଧ ଟିଭି ଆଙ୍କର୍, ଏବେ ରାସ୍ତା କଡ଼ରେ ବିକୁଛନ୍ତି ଖାଦ୍ୟ!
Advertisement

ଦିନେ ଥିଲେ ପ୍ରସିଦ୍ଧ ଟିଭି ଆଙ୍କର୍, ଏବେ ରାସ୍ତା କଡ଼ରେ ବିକୁଛନ୍ତି ଖାଦ୍ୟ!

Afghan TV Anchor Sells Food: ଅନେକ ଭାରତୀୟ ଲୋକ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଲଭ୍ ଆଣ୍ଡ କେୟାର ଫର୍ମ ଇଣ୍ଡିଆ... ଆଶା କରୁଛି ଯେ ଭାରତ ସରକାର ଏହି ଲୋକଙ୍କୁ ସାହାଯ୍ୟ କରିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଭାରତକୁ ଆସ, ଏଠାରେ ଅଧିକ ସୁଯୋଗ ଅଛି ।

ଦିନେ ଥିଲେ ପ୍ରସିଦ୍ଧ ଟିଭି ଆଙ୍କର୍, ଏବେ ରାସ୍ତା କଡ଼ରେ ବିକୁଛନ୍ତି ଖାଦ୍ୟ!

ନୂଆଦିଲ୍ଲୀ: Afghan TV Anchor Sells Food: ସୋସିଆଲ ମିଡିଆରେ ଜଣେ ଟିଭି ସାମ୍ବାଦିକଙ୍କ କାହାଣୀ ଭାଇରାଲ ହେଉଛି । କୁହାଯାଉଛି ଯେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ତାଙ୍କୁ ରାସ୍ତାର ଖାଦ୍ୟ ବିକ୍ରୟ କରିବାକୁ ପଡ଼ୁଛି । ଅନେକ ଲୋକ ଏହି ପୋଷ୍ଟରେ ସାମ୍ବାଦିକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି । ଏହି ଘଟଣାଟି ଆଫଗାନିସ୍ତାନରୁ ସାମ୍ନାକୁ ଆସିଛି । ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇଙ୍କ ସରକାରରେ କାର୍ଯ୍ୟ କରୁଥିବା କବୀର ହକମାଲି (Kabir Haqmal) ଟ୍ୱିଟ୍ କରି ଜଣେ ସାମ୍ବାଦିକଙ୍କ କାହାଣୀ ସେୟାର କରିଛନ୍ତି । 

ସେ ତିନୋଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏରେ ସେ ଏକ ଷ୍ଟୁଡିଓରେ ଏକ ଆଙ୍କର୍ ପୋଜରେ ବସିଥିବାର ନଜର ଆସିଛନ୍ତି । ଅନ୍ୟଟିରେ, ସେ କିଛି ଖାଦ୍ୟ ସାମଗ୍ରୀ ଧରି ରାସ୍ତା ପାର୍ଶ୍ୱରେ ବସିଥିବାର ନଜର ଆସିଛନ୍ତି ।

କବୀର ହକମାଲି ଟ୍ୱିଟ୍ କରି ଲେଖିଛନ୍ତି ଯେ, ତାଲିବାନୀ ଶାସନ ଅଧୀନରେ ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଜୀବନ । ମୁସା ମହମ୍ମଦୀ (Musa Mohammadi) ବିଭିନ୍ନ ଟିଭି ଚ୍ୟାନେଲରେ ଆଙ୍କର୍ ଓ ସାମ୍ବାଦିକ ଭାବରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପରିବାର ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ । ସେ ଷ୍ଟ୍ରିଟ୍ ଫୁଡ୍ ବିକ୍ରୟ କରି କିଛି ଟଙ୍କା ରୋଜଗାର କରନ୍ତି । ଗଣତନ୍ତ୍ର ଶେଷ ହେବା ପରଠାରୁ ଆଫଗାନିସ୍ତାନର ଲୋକମାନେ ଅଦୃଶ୍ୟ ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି ।

ଏହା ବି ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ପାରାସିଟାମୋଲ ସମେତ ଏହି ୧୬ଟି ଔଷଧକୁ ନେଇ ଆସିଲା ବଡ଼ ଖବର

ଏହା ବି ପଢ଼ନ୍ତୁ:-ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାରେ ହେବ ବଡ଼ ଧରଣର ବୃଦ୍ଧି!

 

ଅନେକ ଭାରତୀୟ ଲୋକ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଲଭ୍ ଆଣ୍ଡ କେୟାର ଫର୍ମ ଇଣ୍ଡିଆ... ଆଶା କରୁଛି ଯେ ଭାରତ ସରକାର ଏହି ଲୋକଙ୍କୁ ସାହାଯ୍ୟ କରିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଭାରତକୁ ଆସ, ଏଠାରେ ଅଧିକ ସୁଯୋଗ ଅଛି ।

ଏହାପୂର୍ବରୁ କବୀର ଟ୍ୱିଟ୍ କରି ଅନ୍ୟ ଜଣେ ସାମ୍ବାଦିକଙ୍କ ଭିଡିଓ ସେୟାର କରିଥିଲେ । ସେତେବେଳେ ସେ ଏକ୍ରାମ ଇସ୍ମାତି (Ikram Ismati) ଙ୍କ ସହ ଏହି ଘଟଣା ବିଷୟରେ କହିଥିଲେ । ସେ ଲେଖିଛନ୍ତି ଯେ,  ଏ ହେଉଛନ୍ତି ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏକ୍ରାମ ଇସ୍ମାତି । ତାଙ୍କୁ କାବୁଲର PD5 ରୁ ତାଲିବାନ ଅପହରଣ କରିନେଇଥିଲା । ଜିନ୍ସ ପିନ୍ଧିଥିବାରୁ ଓ ଦାଢ଼ି କାଟିବା ଯୋଗୁଁ ତାଙ୍କୁ ମାଡ଼ ମରାଯାଇଥିଲା ଏବଂ ଅପମାନିତ କରାଯାଇଥିଲା । ଏକ୍ରାମ ଇସ୍ମାତିଙ୍କ ଫୋନକୁ ବେଆଇନ ଭାବେ ଯାଞ୍ଚ କରାଯାଇଥିଲା ଓ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି ।