Afghan Taliban prisoner release: ଏହି କାର୍ଯ୍ୟ ୧୯ ବର୍ଷ ଧରି ଚାଲି ଆସିଥିବା ହିଂସା ଓ ରକ୍ତପାତକୁ ବନ୍ଦ କରି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି ।
Trending Photos
Afghan Taliban prisoner release: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚଳାଇଥିବା ତାଲିବାନ ଆତଙ୍କବାଦୀ ସଙ୍ଗଠନକୁ ସଙ୍ଗଠନକୁ ମିଳିଛି ଆଶ୍ୱସ୍ତି । ଦେଶର ମହାସଭା ଲୋୟା ଜିରାଗ ୪୦୦ ଦୁର୍ଦ୍ଦାନ୍ତ ତାଲିବାନ କଏଦୀଙ୍କୁ ଛାଡିବା ଲାଗି ରବିବାର (ଅଗଷ୍ଟ ୯,୨୦୨୦) ଘୋଷଣା କରିଛି । ଏନେଇ କୁହାଯାଇଛି ଏହି କାର୍ଯ୍ୟ ୧୯ ବର୍ଷ ଧରି ଚାଲି ଆସିଥିବା ହିଂସା ଓ ରକ୍ତପାତକୁ ବନ୍ଦ କରି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି ।
ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ରାଜଧାନୀ କାବୁଲ ଠାରେ ବିଧାନସଭା ବୈଠକ ଡାକିଥିଲେ । ଏଥିରେ ୩୨୦୦ ଆଫଗାନ ସମୁଦାୟର ନେତା ଯୋଗ ଦେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ସମଗ୍ର ବିଶ୍ୱରେ ଜାରି ରହିଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ମୁକ୍ତ କରିବା ଲାଗି ଆଫଗାନ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।
ଏନେଇ ପାଶ୍ଚାତ୍ୟ ରାଜଦୂତଙ୍କ ପକ୍ଷରୁ କୁହାଯାଇଛି ଚଳିତ ମାସରେ ଦୋହା ଠାରେ ଯୁଦ୍ଧରତ ଦଳଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି । ତାଲିବାନ ସଙ୍ଗଠନର ଏକ ଆତଙ୍କବାଦୀ ଗୋଷ୍ଠୀକୁ ମୁକ୍ତ କରିବା ଉପରେ ଆଲୋଚନା କରାଯାଉଛି । ଅନ୍ୟପଟେ ଚଳିତ ବର୍ଷ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ହେଲେ ଏହା ପୂର୍ବରୁ ଆମେରିକା ଦୀର୍ଘ ଦିନ ଧରି ଲଢୁଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଦେଇଥିବା ପ୍ରତିଶୃତିକୁ ପାଳନସ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଶନିବାର ଏକ ସାକ୍ଷାତକାରରେ ପ୍ରତିରକ୍ଷା ସଚିବ ମାର୍କ ଏରିଜୋନ କହିଛନ୍ତି ଏହି ବୁଝାମଣା ଦ୍ୱାରା ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୫୦୦୦କୁ ହ୍ରାସ ପାଇବ । ଫେବୃଆରୀରେ ହୋଇଥିବା ଏକ ଚୁକ୍ତି ଅନୁସାରେ ଆମେରିକା ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ଲାଗି ସହମତି ପ୍ରକାଶ ପାଇଥିଲା । ୱାଶିଂଟନ, କାବୁଲ, ତାଲିବାନ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିବା ଲାଗି ମତ ପ୍ରକାଶ ପାଇଥିଲା ।
ଶୁକ୍ରବାର(ଅଗଷ୍ଟ ୭, ୨୦୨୦) କଡା ସୁରକ୍ଷା ବଳୟ ମଧ୍ୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୋୟା ଜିରଗା ଆରମ୍ଭ ହୋଇଥିଲା। ଏଥିରେ ରାଜନୈତିକ, ସାମାଜିକ, ଧାର୍ମିକ, ଶିକ୍ଷାଗତ ଶ୍ରେଣୀର ୩୨୦୦ ବିଶିଷ୍ଟ ବ୍ୟକ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିଲେ। ଏହି ବୈଠକରେ ୪୦୦ ତାଲିବାନ ଆତଙ୍କବାଦୀଙ୍କ ମୁକ୍ତ କରିବା ଲାଗି ମତ ରଖିଥିଲେ । ବନ୍ଦୀ ଥିବା ଆତଙ୍କବାଦୀ ସବୁଠାରୁ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସରକାରଙ୍କ ସହ ଆଲୋଚନା କରିବା ପୂର୍ବରୁ ସଙ୍ଗଠନର ସଦସ୍ୟଙ୍କୁ ମୁକ୍ତ କରିବା ଲାଗି ଆଫଗାନିସ୍ତାନ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲା ତାଲିବାନ ।
ମୁକ୍ତ ହୋଇ ସାରିଛନ୍ତି ୫୦୦୦ ତାଲିବାନ ଆତଙ୍କୀ
ଆଫଗାନିସ୍ତାନର ସାମାଜିକ ବ୍ୟବସ୍ଥା ସହ ଜଡିତ କୌଣସି ପ୍ରସଙ୍ଗରେ ଆଲୋଚନା ସାଧାରଣ ଜନତାଙ୍କ ମତାମତ ନେବା ଲାଗି ଲୋୟା ଜିରଗା ଆୟୋଜିତ ହୋଇଥାଏ । ଏଥିରେ ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ମତାମତକୁ ଗ୍ରହଣ କରାଯାଇଥାଏ ।
ଏହାର ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିଛି ଆମେରିକା । ସରକାର ପୂର୍ବରୁ ପ୍ରାୟ ୫୦୦୦ ତାଲିବାନ ଆତଙ୍କବାଦୀଙ୍କୁ ମୁକ୍ତ କରିସାରିଛନ୍ତି ।
ଏହି ଆତଙ୍କବାଦୀଙ୍କୁ ଗୁରୁତର ଅପରାଧରେ ଜଡିତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସେମାନେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି । ଏହା ବଦଳରେ ତାଲିବାନ ୧୧୦୦ ସୁରକ୍ଷା କର୍ମୀ, ସରକାରୀ କର୍ମଚାରୀ ଏବଂ ରାଡନୈତିକ ଦଳର ନେତାଙ୍କୁ ମୁକ୍ତ କରିବା ଲାଗି ରାଜି ହୋଇଛି। ଫେବୃଆରୀରେ କତାରର ରାଜଧାନୀ ଦୋହାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଉଭୟ ପକ୍ଷରୁ ବନ୍ଦୀ ମୁକ୍ତି ଆରମ୍ଭ ହୋଇଯାଇଛି। ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ହେଉଛି ଆଫଗାନିସ୍ତାନରୁ ଆମେରିକାର ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ସହ ଶାନ୍ତି ଫେରାଇ ଆଣିବା ।
ରକ୍ତପାତ ବନ୍ଦ ହେବା ନେଇ ଆଶା
ଲୋୟା ଜିରଗାରେ ନିଆଯାଇଥିବା ନିଷ୍ପତ୍ତି ଉପରେ ମତ ରଖି ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି କହିଛନ୍ତି, ତାଲିବାନର ପକ୍ଷରୁ ଆସିଥିବା ସର୍ତ୍ତ ଅନୁସାରୃ ଯଦି ଏହି ୪୦୦ ବନ୍ଦୀଙ୍କୁ ମୁକ୍ତ କରାଯାଏ, ସେମାନେ ୩ ଦିନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରିବା ସହ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିପାରିବେ। ଲୋୟା ଜିରଗା ଯୋଗ ଦେବାକୁ ଆସିଥିବା ଅନେକ ଲୋକଙ୍କ ମତ ଅନୁସାରେ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୪୦୦ କଏଦୀଙ୍କୁ ମୁକ୍ତ କରିବାର ଆବଶ୍ୟକତା ରହିଛି ।
ଲୋୟା ଜିରଗା କଣ?
ଏହା ଆଫଗାନିସ୍ତାନରେ ଏକ ସଙ୍ଗଠନ ଯେଉଁଥିରେ ସମସ୍ତ ପାଖତୁନ, ତାଜିକ, ହଜାରା ଉଜବେକି ଆଦିବାସୀ ନେତାଙ୍କ ନେତାଙ୍କ ସମେତ ସୁନୀ ଏବଂ ସିଆ ମୁସଲମାନ ସମ୍ପ୍ରଦାୟର ନେତା ସାମିଲ ହୋଇଥାନ୍ତି । ଏଠାରେ ସେମାନେ ଦେଶର ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି ଏବଂ କୌଣସି ପ୍ରସଙ୍ଗରେ ଏକଜୁଟ ହୋଇ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଲୋୟା ଜିରଗା ହେଉଛି ପସ୍ତୋ ଭାଷାର ଶବ୍ଦ, ଯାହାର ଅର୍ଥ ହେଉଛି ମହାପରିଷଦ। ଏହି ଦୀର୍ଘସ୍ଥାୟୀ ଅନୁଷ୍ଠାନ ଇସଲାମିକ ପରାମର୍ଶଦାତା ପରିଷଦ ଭାବେ କାର୍ଯ୍ୟ କରିଥାଏ । କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଆଦିବାସୀଙ୍କ ମଧ୍ୟରେ ପାରସ୍ପରିକ ବିବାଦର ସମାଧାନ, ସାମାଜିକ ସୁଧାର ଉପରେ ବିଚା ଏବଂ ନୂତନ ସମ୍ବିଧାନକୁ ଅନୁମୋଦନ କରିବା ଲାଗି ବ୍ୟବହୃତ ହେଉଛି ।