ଦେଶରେ UCC ଲାଗୁ କରିବାକୁ ନେଇ ଚେତାବନୀ ଦେଲା AIMPLB
Advertisement

ଦେଶରେ UCC ଲାଗୁ କରିବାକୁ ନେଇ ଚେତାବନୀ ଦେଲା AIMPLB

ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ତାଙ୍କ ଧର୍ମ ଅନୁଯାୟୀ ଜୀବନଯାପନ କରିବାକୁ ଅନୁମତି ପ୍ରଦାନ କରିଛି।

ଦେଶରେ UCC ଲାଗୁ କରିବାକୁ ନେଇ ଚେତାବନୀ ଦେଲା  AIMPLB

AIPMLB on UCC:ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ। ଏନେଇ କୁହାଯାଇଛି ଯଦି ଏପରି ଆଇନ ଲାଗୁ ହୁଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ ହେବ ଏବଂ ମୁସଲମାନ କେବେ ଏହାକୁ ସ୍ୱୀକାର କରିବେ ନାହିଁ। 

ଏନେଇ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (All India Muslim Personal Law Board) ଏଆଇଏମପିଏଲବି (AIMPLB) ମହାସଚିବ ମୌଲନା ଖାଲିଦ ସୈଫୁଲ୍ଲା ଏକ ବିରୋଧ ପତ୍ର ଜାରି କରି ନାଗରିକ ସଂହିତା (Uniform Civil Code) ୟୁସିସି (UCC) ଲାଗୁ କରିବା ପ୍ରସଙ୍ଗରେ କୌଣସି ପଦକ୍ଷେପ ନ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏନେଇ ସେ କହିଛନ୍ତି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୟୁସିସି ଲାଗୁ କରିବା ପ୍ରସଙ୍ଗରେ ଅନାବଶ୍ୟକ ବୟାନବାଜି କରାଯାଉଛି। ଏଭଳି ବୟାନବାଜି କରି ଦରଦାମ ବୃଦ୍ଧି, ବେକାରୀ, ଅର୍ଥନୀତି ଭଳି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ସରକାର ଚାହୁଁଥିବା ଦେଶର ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି। ଏପରି ବୟାନବାଜି କରି ଘୃଣ୍ୟ ଏଜେଣ୍ଡା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି। ଏହା ହେଉଛି ସଂଖ୍ୟାଲଘୁ ବିରୋଧୀ ଏବଂ ସାମ୍ବିଧାନିକ ବିରୋଧୀ ପଦକ୍ଷେପ।

Also Read: ଉତ୍ତରାଖଣ୍ଡ ପରେ ପରେ ଏଠାରେ ଲାଗୁ ହୋଇାପରେ ସମାନ ନାଗରିକ ସଂହିତା

ଏହି ପଦକ୍ଷେପକୁ ମୁସଲମାନ କେବେ ସ୍ୱୀକାର କରିବେ ନାହିଁ। ଏଆଇଏମପିଏଲବି ଏହାର ସମାଲୋଚନା କରୁଛି। ଏପରି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସରକାରଙ୍କୁ ନିବେଦନ କରୁଛି। ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ତାଙ୍କ ଧର୍ମ ଅନୁଯାୟୀ ଜୀବନଯାପନ କରିବାକୁ ଅନୁମତି ପ୍ରଦାନ କରିଛି। ଏହା ହେଉଛି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର। ଏହି ଅଧିକାର ବଳରେ ସଂଖ୍ୟାଲଘୁ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କ ଧାର୍ମିକ ରୀତିନୀତି, ବିଶ୍ୱାସ ଏବଂ ପରମ୍ପରା ଅନୁଯାୟୀ ପୃଥକ ବ୍ୟକ୍ତିଗତ ନିୟମ କରିବାକୁ ଅନୁମତି ଦେଇଛି। 

ୟୁସିସି ପ୍ରସଙ୍ଗରେ ଏଆଇଏମପିଏଲବି ପକ୍ଷରୁ ଜାରି କରାଯାଇଥିବା ବୟାନକୁ  ଜମିୟତ ଦାବତୁଲ ମୁସଲିମିନ୍ ସଂରକ୍ଷକ କାରୀ ଇରଶାଦା ଗୋରା ସମର୍ଥନ କରିଛନ୍ତି। କେବଳ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ୟୁସିସି ଅଣାଯାଉଛି।  ସମସ୍ତ ମୁସଲମାନ ମୁସଲିମ ପର୍ସନାଲ ଲ ବୋର୍ଡ ସହ ଅଛନ୍ତି।

 ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବା ପରେ ରାଜ୍ୟରେ ୟୁସିସି (UCC) ଲାଗୁ ହେବା ନେଇ ଜଣାଇଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttarakhand Chief Minister) ପୁଷ୍କର ସିଂହ ଧାମୀ (Pushkar Singh Dhami)। ଏନେଇ ମତ ରଖି ସେ କହିଛନ୍ତି ରାଜ୍ୟ ମନ୍ତ୍ରୀମଣ୍ଡଳର (Uttarakhand Cabinet) ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଯଥା ଶୀଘ୍ର ଏକ କମିଟି ଗଠନ କରାଯଇ ରାଜ୍ୟରେ ଏହାକୁ ଲାଗୁ କରାଯିବ। 

ୟୁସିସି ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୧୨ ଫେବୃଆରୀରେ ଆମେ କହିଥିଲୁ ଯେ ଯଦି ରାଜ୍ୟରେ ବିଜେପି ଗଠିତ ହୁଏ ତାହେଲେ ଆମେ ସମାନ ନାଗରିକ ସଂହିତା ଆଣିବୁ। ବର୍ତ୍ତମାନ ଆମେ ସ୍ଥିର କରିଛୁ ଯେ ଆମେ ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବୁ। ଏନେଇ ଆମେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବୁ। ଏହି କମିଟି ୟୁସିସି ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବ ଏବଂ ଆମ ସରକାର ଏହାକୁ କାର୍ଯ୍ୟକାରୀ କରିବ।

Also Read: ଧାମୀ ଧମାକା: ରାଜ୍ୟରେ ଲାଗୁ ହେବେ ସମାନ ନାଗରିକ ସଂହିତା

ଅନ୍ୟପଟେ ରାଜ୍ୟରେ ୟୁସିସି ଲାଗୁ କରିବା କଥା କହିସାରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya)। ଏନେଇ ସେ କହିଛନ୍ତି ୟୁସିସି ଲାଗୁ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ବିଚାରବିମର୍ଶ ଜାରି କରିଛନ୍ତି। ମଧ୍ୟ ପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ସରକାର ଏହାକୁ ସେମାନଙ୍କ ରାଜ୍ୟରେ ଲାଗୁ କରିବାକୁ ସମ୍ମତି ଜଣାଇଛନ୍ତି। ଦେଶରେ ୟୁସିସି ଲାଗୁ କରିବା ପ୍ରସଙ୍ଗରେ ନୀରବତା ଅବଲମ୍ବନ କରୁଛନ୍ତି କେନ୍ଦ୍ର ସରକାର।