Nitish Government: ବିହାରରେ ପୁଣି ବଢିଲା ରାଜନୈତିକ ଅସ୍ଥିରତା: ନୀତିଶଙ୍କ ପାଇଁ ଅଡ଼ୁଆ ବଢାଇଲା ମନ୍ତ୍ରୀଙ୍କ ଇସ୍ତଫା
Advertisement

Nitish Government: ବିହାରରେ ପୁଣି ବଢିଲା ରାଜନୈତିକ ଅସ୍ଥିରତା: ନୀତିଶଙ୍କ ପାଇଁ ଅଡ଼ୁଆ ବଢାଇଲା ମନ୍ତ୍ରୀଙ୍କ ଇସ୍ତଫା

ବିଗତ ଦୁଇ ମାସ ମଧ୍ୟରେ ବିହାରରେ ନବ ଗଠିତ ସରକାରରୁ ଦୁଇ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି। ଆଜି କ୍ୟାବିନେଟରେ ଥିବା କୃଷି ମନ୍ତ୍ରୀ ସୁଧାକର ସିଂହ ଇସ୍ତଫା ଦେଇଛନ୍ତି। ନିକଟରେ ସେ ଅଫିସର ରାଜ ଚାଲିଥିବା ନେଇ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ। 

Nitish Government: ବିହାରରେ ପୁଣି ବଢିଲା ରାଜନୈତିକ ଅସ୍ଥିରତା: ନୀତିଶଙ୍କ ପାଇଁ ଅଡ଼ୁଆ ବଢାଇଲା ମନ୍ତ୍ରୀଙ୍କ ଇସ୍ତଫା

Nitish Government: ପାଟନା: ବିହାରରେ ପୁଣି ଥରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ମହାମେଣ୍ଟ ସରକାରରେ ମଧ୍ୟରେ ଦେଖାଦେଇଛି ଫାଟ। ରାଜ୍ୟ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସୁଧାକର ସିଂହ ଇସ୍ତଫା ଦେଇ ଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ମନ୍ତ୍ରୀ ଥିବା ସୁଧାକରଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଥିଲା। ସେ କୃଷି ବିଭାଗ ସମ୍ଭାଳିଥିଲେ।  ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂ ସୁଧାକର ସିଂଙ୍କ ଇସ୍ତଫା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏଠାରେ କହି ରଖୁ କି ସୁଧାକର ସିଂ ହେଉଛନ୍ତି ଜଗଦାନନ୍ଦଙ୍କ ପୁତ୍ର।

ଦୁଇ ମାସର ଏହି ମହାମେଣ୍ଟ ସରକାରରୁ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି। ବିଗତ କିଛି ଦିନ ମଧ୍ୟରେ ସୁଧାକର ନିଜର ବୟାନବାଜିକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ। ସେପଟେ ସୁଧାକରଙ୍କ ଇସ୍ତଫାକୁ ନେଇ ଅନେକ କାରଣ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଅଫିସରଙ୍କ ରାଜୁତିକୁ ନେଇ ସୁଧାକର ନିକଟରେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ତାଙ୍କ ବାପା ତଥା ଜଗଦାନନ୍ଦ ସିଂ ତେଜସ୍ୱିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ ଦାବି କରିଥିଲେ। ଯାହାକୁ ନେଇ ଉଭୟ ନୀତିଶ ଓ ଜଗଦାନନ୍ଦ ଏବଂ ସୁଧାକରଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। 

ଜଗଦାନନ୍ଦ ବିଗତ କିଛି ଦିନ ତଳେ କହିଥିଲେ କି ୨୦୨୩ରେ ତେଜସ୍ୱିଙ୍କୁ କ୍ଷମତା ହସ୍ତାନ୍ତର କରିଦେବାର ଉଚିତ। ନୀତିଶ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ତାହା ତେଜସ୍ୱିଙ୍କୁ ଦେଇ ଦେବାର ଆବଶ୍ୟକତା ରହିଛି। ଏହା ଉପରେ ତେଜସ୍ୱୀ ଯାଦବ ଆଗକୁ ଆସି କହିଥିଲେ ଯେ ଯଦି ସହଯୋଗୀ ବା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କୌଣସି କଥା କହିବାକୁ ପଡ଼ିବ, ତେବେ କେବଳ ସେ ଏଥିପାଇଁ କ୍ଷମତାପ୍ରାପ୍ତ। ସୁଧାକର ମଧ୍ୟ ନୀତିଶଙ୍କୁ ଟାର୍ଗେଟ କରି କହିଥିଲେ କି ଚୋରମାନଙ୍କର ସର୍ଦ୍ଦାର ଏବେ ରାଜ୍ୟରେ ଦେଖିବାକୁ ମିଳୁଛି। କାରଣ ରାଜ୍ୟରେ ବହୁତ ସାରା ଚୋର ରହିଛନ୍ତି। 

ସେହିପରି ବିଜେପି ମଧ୍ୟ ଏହି ମହାମେଣ୍ଟକୁ ଟାର୍ଗେଟ କରି ସୁଧାକର ସିଂହଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ଦେଇଛି। ବିହାରର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଞ୍ଜୟ ଜୟସ୍ୱାଓ୍ୱାଲ କହିଛନ୍ତି କି ଆରଜେଡ଼ି କଦାପି ନୀତିଶ କୁମାରଙ୍କ ଗୁଲାମଗିରି କରିବ ନାହିଁ। ସେ କୌଣସି ମୂହୁର୍ତ୍ତରେ ନୀତିଶଙ୍କ ସହିତ ଧୋକା ଦେଇ ତାହାଙ୍କୁ ଗାଦିରୁ ହଟାଇ ଦେଇ ପାରନ୍ତି। 

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି କି ସମ୍ପୂର୍ଣ୍ଣ ଘଟଣାର ମୂଖ୍ୟ କାରଣ ହେଉଛି କି ଅଗଷ୍ଟରେ ଯେତେବେଳେ କ୍ଷମତା ହସ୍ତାନ୍ତର ହୋଇଥିଲା, ସେହି ସମୟରେ କୃଷି ବିଭାଗର ସମସ୍ତ ଅଧିକାରୀ ବିହାରରେ ୟୁରିଆ ଲୁଟିବାରେ ବ୍ୟସ୍ତଥିଲେ। କୌଣସି ଗରିବ ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ଦେଖିବାକୁ ମିଳିଥିଲା। ଗରିବ ଚାଷୀଙ୍କୁ କଦବା ମିଳୁଥିଲା ତାହା ଚଢା ଦରରେ ମିଳୁଥିଲା। ତେବେ ସର୍ବସମ୍ମୁଖରେ କୃଷି ମନ୍ତ୍ରୀ ଥିବା ସୁଧାକର ପୋଲ ଖୋଲିଦେଇଥିଲେ। ଯାହା ନୀତିଶ କୁମାରଙ୍କୁ ପସନ୍ଦ ଆସିନଥିଲା। ନୀତିଶ ଚାହାନ୍ତିନି କି କୌଣସି ମନ୍ତ୍ରୀ ତାଙ୍କ ବିରୋଧରେ ସର୍ବସମ୍ମୁଖରେ ମୁଁ ଖୋଲନ୍ତୁ ବୋଲି ସେ କହିଥିଲେ। 

ଅଧିକ ପଢନ୍ତୁ: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ସାହୁ କଲେ ବଡ଼ ଖୁଲାସା