ଆରପାରିରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ
Advertisement
Article Detail0/zeeodisha/odisha688229

ଆରପାରିରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ଅଜିତ ଯୋଗୀ ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ୨୦ ଦିନ ଧରି ରାୟପୁର ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତାଙ୍କ ମୃତ୍ୟୁ ବିଷୟରେ ସୂଚନା ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟ୍ କରି ଦେଇଛନ୍ତି । २० वर्षीय युवा छत्तीसगढ़ राज्य के सिर

ଆରପାରିରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ଅଜିତ ଯୋଗୀ ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ୨୦ ଦିନ ଧରି ରାୟପୁର ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତାଙ୍କ ମୃତ୍ୟୁ ବିଷୟରେ ସୂଚନା ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟ୍ କରି ଦେଇଛନ୍ତି ।

ଅମିତ ଯୋଗୀ ଲେଖିଛନ୍ତି ଯେ, ୨୦ ବର୍ଷୀୟ ଯୁବା ଛତିଶଗଡ ରାଜ୍ୟର ମୁଣ୍ଡରୁ ଆଜି ପିତାଙ୍କ ଛାୟା ଉଠିଯାଇଛି । କେବଳ ମୁଁ ନୁହେଁ ବରଂ ଛତିଶଗଡ ଜଣେ ନେତା ନୁହେଁ, ନିଜ ପିତାଙ୍କୁ ହରାଇଛି । ଅଜିତ ଯୋଗୀ ୨.୫ କୋଟି ଲୋକଙ୍କ ପରିବାର ଛାଡି ଭଗବାନଙ୍କ ନିକଟକୁ ଚାଲି ଯାଇଛନ୍ତି । ଗାଁ-ଗରିବଙ୍କ ସାହାରା, ଛତିଶଗଡର ପ୍ରିୟ, ଆମଠାରୁ ବହୁ ଦୂରରେ ଚାଲି ଯାଇଛନ୍ତି ।

ଅଜିତ ଯୋଗୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ ସମସ୍ୟା ହେବା ପରେ ମେ ୨୨ରେ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା’ପରେ ଡାକ୍ତରମାନେ କହିଥିଲେ ଯେ, ତାଙ୍କର ହୃଦ୍‌ଘାତ ହୋଇଛି । ଅବସ୍ଥା ବିଗିଡିଯିବାର ଦେଖି ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥାକୁ ଦେଖି ସେମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ସମ୍ପର୍କରେ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।