ଅଜିତ ପାଓ୍ୱାର ଡେପୁଟି ସିଏମ !
Advertisement
Article Detail0/zeeodisha/odisha614889

ଅଜିତ ପାଓ୍ୱାର ଡେପୁଟି ସିଏମ !

ଆସନ୍ତା 30 ତାରିଖରେ ଶିବସେନା ସରକାର ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳ ବିସ୍ତାର କରିବାକୁ ଯାଉଛନ୍ତି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଅଜିତ ପାଓ୍ୱାର ରାଜ୍ୟର ଡେପୁଟି ଚିଫ ମିନିଷ୍ଟର ହେବାକୁ ଯାଉଛନ୍ତି

ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବାର ପ୍ରାୟ ଏକ ମାସ ପୂର୍ତ୍ତି ହେବାକୁ ଯାଉଛି । ଆସନ୍ତା 30 ତାରିଖରେ ଶିବସେନା ସରକାର ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳ ବିସ୍ତାର କରିବାକୁ ଯାଉଛନ୍ତି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଅଜିତ ପାଓ୍ୱାର ରାଜ୍ୟର ଡେପୁଟି ଚିଫ ମିନିଷ୍ଟର ହେବାକୁ ଯାଉଛନ୍ତି । ଗତ ମାସ 29 ତାରିଖରେ ଶିବସେନା ଉଦ୍ଧବ ଠାକରେଙ୍କ ସହିତ ଶିବସେନା, କଂଗ୍ରେସ ଏବଂ ରାଷ୍ଟ୍ରୀୟ କଂଗ୍ରେସ ଦଳରୁ ଦୁଇ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ପାଖାପାଖି 15 ଦିନ ପରେ ଉକ୍ତ ନୂତନ ଭାବେ ଦାୟିତ୍ୱ ନେଇଥିବା ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା । 

ତେବେ ରାଷ୍ଟ୍ରୀୟ କଂଗ୍ରେସ ଦଳର ନେତା ଅଜିତ ପାଓ୍ୱାରଙ୍କ ମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଏପରିକି ତାଙ୍କର ମନ୍ତ୍ରୀ ପଦକୁ ନେଇ ଅଜିତ କହିଥିଲେ କି, ତାଙ୍କର ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳର ମୁଖ୍ୟ ଶରଦ ପାଓ୍ୱାର ନିଷ୍ପତ୍ତି ନେବେ । ତେବେ ଏହି ମନ୍ତ୍ରିମଣ୍ଡଳ ଆସନ୍ତା ମଙ୍ଗଳବାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ୍ତ୍ରିମଣ୍ଡଳକୁ ବିସ୍ତାର କରିବା ସହିତ ପ୍ରାୟ 36 ଜଣ ମନ୍ତ୍ରୀ ଶପଥ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ପ୍ରାୟ 28 ଜଣ କ୍ୟାବିନେଟ ଏବଂ 8 ଜଣ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେବେ । 

ସେହିପରି ଦଳଗତ ଦୃଷ୍ଟିରୁ ଦେଖିଲେ 36 ଜଣଙ୍କ ମଧ୍ୟରେ ଶିବସେନାରୁ 13 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ଏଥି ମଧ୍ୟରେ 10 ଜଣ ବିଧାୟକଙ୍କୁ କ୍ୟାବିନେଟ ପାହ୍ୟା ଦିଆଯିବାର ସମ୍ଭାବନା ରହିଥିବା ସୂ୍ତ୍ରରୁ ଜଣାପଡ଼ିଛି । ସେହିପରି 3 ଜଣ ରାଜ୍ୟାପାହ୍ୟା ଭାବେ ମନ୍ତ୍ରୀ ପଦ ପାଇବେ । ସହଯୋଗୀ ଦଳ ଏନସିପିରୁ ମଧ୍ୟ 13 ଜଣ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ନେବେ ।  ସମାନ ଭାବେ ଏନସିପିରୁ 10 ଜଣ ବିଧାୟକ କ୍ୟାବିନେଟ ଏବଂ 3 ଜଣ ରାଜ୍ୟ ପାହ୍ୟା ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ସେପଟେ ରାକପାରୁ 10 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ 8 ଜଣ କ୍ୟାବିନେଟ ଏବଂ 2 ଜଣଙ୍କୁ ରାଜ୍ୟା ପାହ୍ୟା ଭାବେ ଶପଥ ଗ୍ରହଣ କରିବେ ।