ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବା ବଦଳରେ ତାତି ଉଠିଲେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର
ବିଜେପି ଏବଂ ଆରଏସଏସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର।
ନୂଆଦିଲ୍ଲୀ: ଶୁକ୍ରବାର ବିଜେପି ଏବଂ ଆରଏସଏସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର। ଏହି ବିକ୍ଷୋଭରେ ଆଙ୍ଗୁଠି ଗଣିତ ୩୦-୩୫ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ। ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଛାତ୍ର କହିଛନ୍ତି ଦେଶରେ ବସବାସ କରୁଥିବା ମୁସଲିମ ସମାଜକୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ସରକାର ମଧ୍ୟ ମୁସଲିମଙ୍କୁ ଟାର୍ଗେଟ କରିବାକୁ ପଛାଉନାହାଁନ୍ତି।
ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ପ୍ରଦାନ କରିଥିବା ରାୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଆମକୁ ଭଗୱା ଗୁଣ୍ଡାଙ୍କୁ ଆମେ ଭୟ କରୁଛୁ। କାରଣ ସେମାନେ କେତେବେଳ େ ଆସି ଆମକୁ ଚିରିଦେବ। ବର୍ତ୍ତମାନ ମୁସଲମାନ ନରସଂହାର ଚାଲିଛି। ଉମର ଖାଲିଦ, ଶର୍ଜିଲ ଇମାମଙ୍କ ଭଳି ଛାତ୍ରଙ୍କ ଜାମିନ ନ ମିଳିବା ଘଟଣାରେ ସେମାନେ କୋର୍ଟଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ମୁସଲମାନଙ୍କ ଭିଡ଼ ହତ୍ୟା କରାଯାଉଛି। ବୁଲି ବାଇ ଆପ୍ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଉଛି ହେଲେ ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ନୁହେଁ।
Also Read: ଖୁବ ଶୀଘ୍ର ହିନ୍ଦୁ ରାଷ୍ଟ୍ର ଘୋଷିତ ହେବେ ପଡୋଶୀ ଦେଶ! ଜନମତ ସଂଗ୍ରହ ସମର୍ଥନରେ ଆସିଲେ ମନ୍ତ୍ରୀ
ହେଲେ ଯେତେବେଳେ ଆନ୍ଦୋଳନ କରୁଥିବା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ବୁର୍ଖା ପିନ୍ଧିଥିବା ମହିଳାଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେମାନେ ଏହାର ଜବାବ ଦେବା ବଦଳରେ ଗଣମାଧ୍ୟମ ଉପରେ ତାତି ଉଠିବା ସହ ଗରମ ଦେଖାଇବାକୁ ପଛାଇନଥିଲେ। ସେମାନେ ଜବାବ ଦେବା ବଦଳରେ ଓଲଟା ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଥିଲେ। ନିକଟରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା କାଶ୍ମୀରସ୍ଥିତ ସିଆରପିଏଫ୍ କ୍ୟାମ୍ପ ଉପରେ ପେଟ୍ରୋଲ ବୋମା ଫିଙ୍ଗିଥିଲେ।
Also Read: ମନ୍ଦିର ବନ୍ଦ କରି କରାଗଲା ଇସାଇ ପ୍ରାର୍ଥନା; ପାଦ୍ରୀଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ
CAA, NRC ଆଇନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାର ପରିସରକୁ ଆସିଛି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ। ନିକଟରେ ହିଜାବ ବିବାଦ ମାମଲାରେ ଚର୍ଚ୍ଚାର ପରିସରକୁ ଆସି ସାରିଛି ବିଶ୍ୱ ବିଦ୍ୟାଳୟ।