ଖୁବ ଶୀଘ୍ର ହିନ୍ଦୁ ରାଷ୍ଟ୍ର ଘୋଷିତ ହେବେ ପଡୋଶୀ ଦେଶ! ଜନମତ ସଂଗ୍ରହ ସମର୍ଥନରେ ଆସିଲେ ମନ୍ତ୍ରୀ
Advertisement
Article Detail0/zeeodisha/odisha1140729

ଖୁବ ଶୀଘ୍ର ହିନ୍ଦୁ ରାଷ୍ଟ୍ର ଘୋଷିତ ହେବେ ପଡୋଶୀ ଦେଶ! ଜନମତ ସଂଗ୍ରହ ସମର୍ଥନରେ ଆସିଲେ ମନ୍ତ୍ରୀ

ଯଦି ଦେଶର ଅଧିକାଂଶ ଜନସଂଖ୍ୟା ଏହାକୁ ସମର୍ଥନ କରନ୍ତି ତାହେଲେ ସଂଗ୍ରହ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ। 

 ଖୁବ ଶୀଘ୍ର ହିନ୍ଦୁ ରାଷ୍ଟ୍ର ଘୋଷିତ ହେବେ ପଡୋଶୀ ଦେଶ! ଜନମତ ସଂଗ୍ରହ ସମର୍ଥନରେ ଆସିଲେ ମନ୍ତ୍ରୀ

କାଠମାଣ୍ଡୁ: ହିନ୍ଦୁ ରାଷ୍ଟ୍ର ସମର୍ଥନରେ ଆସିଛନ୍ତି ନେପାଳ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରେମ ଅଲେ। ଏନେଇ ମତ ରଖି ଗୁରୁବାର ସେ କହିଛନ୍ତି ଯଦି ଦେଶର ଅଧିକାଂଶ ଜନସଂଖ୍ୟା ଏହାକୁ ସମର୍ଥନ କରନ୍ତି ତାହେଲେ ସଂଗ୍ରହ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ। ରାଜଧାନୀ କାଠମାଣ୍ଡୁ ଠାରେ ବିଶ୍ୱ ହିନ୍ଦୁ ସଂଘ ପକ୍ଷରୁ ଆୟୋଜିତ ୨ ଦିନିଆ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଯୋଗ ଦେବା ଅସରରରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଶ୍ୱ ହିନ୍ଦୁ ସଂଘ (World Hindu Federation) ପକ୍ଷରୁ କରାଯାଇଥିବା ଦାବି ଉପରେ ଜବାବ ରଖି ଏହା କହିଛନ୍ତି ନେପାଳ ମନ୍ତ୍ରୀ ପ୍ରେମ ଅଲେ। ସଂଘ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ନେପାଳ, ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିୟା, ଆମେରିକା, ଜର୍ମାନୀ ଏବଂ ବ୍ରିଟେନ ସମେତ ୧୨ ଦେଶର ୧୫୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। 

Also Read: କଂଗ୍ରେସ କାରଣରୁ ହିନ୍ଦୁରାଷ୍ଟ୍ର ନେପାଳ ହୋଇଥିଲା କମ୍ୟୁନିଷ୍ଟ ଦେଶ

ଦେଶକୁ ପୁନର୍ବାର ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବା ପ୍ରସଙ୍ଗରେ ମତ ରଖି ନେପାଳ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରେମ ଅଲେ (Nepal Minister Prem Ale) କହିଛନ୍ତି ଏନେଇ ହେଉଥିବା ଦାବି ଉପରେ ବିଚାର କରାଯାଇପାରିବ। ଯଦି ଏପରି ଦାବି ଆସେ ତାହେଲେ ସେ ଏ କ୍ଷେତ୍ରରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବେ। 

ପାଞ୍ଚଟି ଦଳକୁ ନେଇ ଗଠିତ ମେଣ୍ଟ ସରକାର ବର୍ତ୍ତମାନ ନେପାଳରେ କ୍ଷମତାସୀନ ରହିଛି। ଏହି ସରକାର ପାଖରେ ଦେଶର ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଥିବାରୁ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଜନମତ ସଂଗ୍ରହ କରାଯାଇ ପାରିବ। ଯଦିଓ ନେପାଳ ସମ୍ବିଧାନ ଦେଶକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରିଛି ହେଲେ ଯଦି ଦେଶର ବହୁସଂଖ୍ୟକ ଜନସଂଖ୍ୟା ହିନ୍ଦୁ ସମ୍ପ୍ରଦାୟ ହିନ୍ଦୁ ରାଷ୍ଟ୍ର ସପକ୍ଷରେ ରହିଛି ତାହେଲେ ନେପାଳ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷିତ ହୋଇପାରିବ ନାହିଁ କାହିଁକି? ଗତ ୨୦୦୬ ବର୍ଷରେ ହୋଇଥିବା ଗଣ ଆନ୍ଦୋଳନ ପରେ ଦେଶରୁ ରାଜତନ୍ତ୍ର ହଟିବା ସହ ୨୦୦୮ ବର୍ଷରେ ଏହାକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା। ନେପାଳର ଅଧିକାଂଶ ଜନସଂଖ୍ୟା ହେଉଛି ହିନ୍ଦୁ। 

Also Read: India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶ୍ୱ ହିନ୍ଦୁ ସଂଘ ଆନ୍ତର୍ଜାତୀୟ ସଭାପତି ଅଜୟ ସିଂହ ଦାବି କରିଛନ୍ତି ଯେ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯିବା ଆବଶ୍ୟକ କାରଣ ଦେଶରେ ହିନ୍ଦୁ ଜନସଂଖ୍ୟାର ଏକ ବଡ଼ ଅଂଶ ବସବାସ କରୁଛନ୍ତି। ଯଦି କିଛି ଦେଶକୁ ମୁସଲିମ କିମ୍ବା ଖ୍ରୀଷ୍ଟିଆନ ରାଷ୍ଟ୍ର ଭାବେ ଘୋଷଣା କରାଯିବା ପରେ ଯଦି ସେଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁଛି ତାହେଲେ ନେପାଳକୁ ହିନ୍ଦୁ ଗଣତାନ୍ତ୍ରିକ ଦେଶ ଭାବେ କାହିଁକି ଘୋଷିତ କରାଯାଇପାରିବ ନାହିଁ? ମୁଁ ନେପାଳୀ କଂଗ୍ରେସ CPN-Maoist Center, CPN-UML ଏବଂ Madhesi ଦଳ ଉଦ୍ଦେଶ୍ୟରେ ଆହ୍ୱାନ କରୁଛି ସେମାନେ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରିବାକୁ ଆଗେଇ ଆଶିବା ଆବଶ୍ୟକ।