AMPHAN: ମହାରାଷ୍ଟ୍ରରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଯିବାକୁ ଯିବା ସମସ୍ତ ସ୍ୱତନ୍ତ୍ର ଟ୍ରେନ ବାତିଲ
Advertisement
Article Detail0/zeeodisha/odisha683866

AMPHAN: ମହାରାଷ୍ଟ୍ରରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଯିବାକୁ ଯିବା ସମସ୍ତ ସ୍ୱତନ୍ତ୍ର ଟ୍ରେନ ବାତିଲ

ଏପର୍ଯ୍ୟନ୍ତ ପାଖାପାଖି ୪ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗୃହରାଜ୍ୟକୁ ପଠାଯାଇଥିବା ଉଦ୍ଧବ ସରକାରଙ୍କ ପକ୍ଷରୁ କୁହାଯାଇଛି ।  

ପ୍ରତୀକାତ୍ମକ ଫଟୋ

ମୁମ୍ବାଇ: 'ଅମ୍ଫାନ' ପ୍ରଭାବ । ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ । ମହାରାଷ୍ଟ୍ରରୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯିବାକୁ ଥିବା ସମସ୍ତ ସ୍ପେଶାଲ ଟ୍ରେନକୁ ୨୧ ମଇ ପର୍ଯ୍ୟନ୍ତ ବାତିଲ କରାଯାଇଛି । ମହାରାଷ୍ଟ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟର ସଚିବ ପରାଗ ଜୈନ ଏହି ସୂଚନା ଦେଇଛନ୍ତି । 

ପରାଗ ଜୈନ କହିଛନ୍ତି, ବାତ୍ୟା 'ଅମ୍ଫାନ' ଯୋଗୁ ନାଗରିକଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଟ୍ରେନ ବାତିଲ କରାଯାଇଛି । ତେଣୁ ଏହିସବୁ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକ ଭିଡ଼ ନକରିବା ପାଇଁ ସେ ଅପିଲ କରିଛନ୍ତି । 

ତେବେ ଏପର୍ଯ୍ୟନ୍ତ ପାଖାପାଖି ୪ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗୃହରାଜ୍ୟକୁ ପଠାଯାଇଥିବା ଉଦ୍ଧବ ସରକାରଙ୍କ ପକ୍ଷରୁ କୁହାଯାଇଛି ।