ଆନ୍ଦୋଳନରୁ ଓହରିବେ ଅନ୍ନଦାତା! ନୂଆ ରଣନୀତି ପ୍ରସ୍ତୁତ କଲେ ଅମିତ ଶାହା
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Thomar) ଓ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। ବୈଠକରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ କରାଯିବ ଏବଂ ଏଥିପାଇଁ କଣ ସବୁ ପଦକ୍ଷେପ ନିଆଯିବ ତାହାକୁ ଗୁରୁତ୍ୱ ଦିଆଯାଇଛି।
ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ହେଉଛି କୃଷକ ଆନ୍ଦୋଳନ। କେନ୍ଦ୍ରର ନୂଆ କୃଷି ବିଲକୁ ବିରୋଧ କରି ୫ ଦିନ ହେଲା ଧାରଣାରେ ବସିଛନ୍ତି ଦେଶର ଅନ୍ନଦାତା। ଆଉ ଏହାରି ଭିତରେ ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ନେଇ ସେ କୃଷକଙ୍କ ସମସ୍ୟା ସମ୍ପର୍କରେ ଏକ ବୈଠକ କରିଛନ୍ତି।
ଗୃହମନ୍ତ୍ରାଳୟର ସୂତ୍ରାନୁସାରେ ସୋମବାର ଅମିତ ଶାହା (Amit Shah) ଙ୍କ ସରକାରୀ ବାସଭବନରେ କୃଷକ ଆନ୍ଦୋଳନ (farmer protest) ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Thomar) ଓ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। ବୈଠକରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ କରାଯିବ ଏବଂ ଏଥିପାଇଁ କଣ ସବୁ ପଦକ୍ଷେପ ନିଆଯିବ ତାହାକୁ ଗୁରୁତ୍ୱ ଦିଆଯାଇଛି।
Also Read: କୃଷି ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇବେ ଚାଷୀ, ସେପ୍ଟେମ୍ୱର ୨୫ରୁ ଆରମ୍ଭ ହେବ ଦେଶବ୍ୟାପୀ ପ୍ରଦର୍ଶନ
କୁହାଯାଉଛି ଯେ, ଯେକୌଣସି ସମୟରେ ବି ସରକାର ଆଲୋଚନା ପାଇଁ କୃଷକଙ୍କୁ ନିମନ୍ତ୍ରଣ ଦେଇପାରନ୍ତି। ୨ ଦିନ ତଳେ କୃଷକଙ୍କୁ ସେମାନଙ୍କ ଧାରଣାସ୍ଥଳୀ ବୁରାରୀ (Burari) କୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। କିନ୍ତୁ କୃଷକମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏବେ ହେବାକୁ ଥିବା ବୈଠକ କେଉଁଠି ହେବ ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ।
ସେପଟେ ଆନ୍ଦୋଳନକାରୀ କୃଷକମାନେ ବି ନିଜ ଜିଦରେ ଅଟଳ ଅଛନ୍ତି। ସେମାନଙ୍କର କହିବା ହେଲା, ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ତାହା ନିଃସର୍ତ୍ତ ହେଉ। କିଛି କୃଷକ ନେତା ବିଜେପି ସଂସ୍ପର୍ଷରେ ଥିବା କୁହାଯାଉଛି। ଆନ୍ଦୋଳନକୁ ୫ ଦିନ ବିତିଗଲାଣି। ଧିରେ ଧିରେ ଏହା ଉଗ୍ର ହେବାରେ ଲାଗୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ଆଲୋଚାନା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିଶ୍ୱାସ କରାଯାଉଛି।
Also Read: କୃଷି ବିଲକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା
ସୂଚନାଯୋଗ୍ୟ, ଗତ ୫ ଦିନ ହେଲା ଦୀଲ୍ଲି ସୀମା (Delhi Border)ରେ ହଜାର ହଜାର କୃଷକ ଏକତ୍ରୀତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ (New farmer bill) କୁ ସେମାନେ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ଯାହାକୁ ନେଇ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସହ ପାଣିମାଡ କରିଛି। ଲାଠି ଚାର୍ଜ ବି କରାଯାଇଥିବା ଦେଖିବାକୁ ମିଳିଛି।