ଗୁଜୁରାଟ ପରେ ଦିଲ୍ଲୀ-ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା
Advertisement
Article Detail0/zeeodisha/odisha598778

ଗୁଜୁରାଟ ପରେ ଦିଲ୍ଲୀ-ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫ ମପା ଯାଇଛି । ଭୂମିକମ୍ପର ଝଟକାରୁ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି । 

ଗୁଜୁରାଟ ପରେ ଦିଲ୍ଲୀ-ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫ ମପା ଯାଇଛି । ଭୂମିକମ୍ପର ଝଟକାରୁ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି । 

ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଦିଲ୍ଲୀବାସୀ ଭୟଭୀତ ହୋଇଯାଇଛି । ଲୋକେ ଘର ଓ ଅଫିସରୁ ବାହାରୁ ଆସିଛନ୍ତି । ଅନ୍ୟପକ୍ଷେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ । ଏହି ଝଟକା ପ୍ରାୟ ଆଜି ସନ୍ଧ୍ୟା ୭ଟାରେ ଅନୁଭବ କରାଯାଇଥିଲା । ମିଳୁଥିବା ସୂଚନା ମୁତାବକ, ଏହି ଭୂମିକମ୍ପର କେନ୍ଦ୍ର ଭାରତ-ନେପାଳ ସୀମା ଥିଲା । 

ୟୁନାଇଟେଡ ଷ୍ଟେଡ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂମିକମ୍ପର କେନ୍ଦ୍ର ନେପାଳର ଖପତାଡ଼ ନ୍ୟାଶନାଲ ପାର୍କ ଥିଲା । ଏହି ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧.୩ କିଲୋମିଟର ତଳେ ଥିଲା । ୨୦୧୫ରେ ନେପାଳରେ ଭୟଙ୍କର ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପ ନେପାଳକୁ ସଂପୂର୍ଣ୍ଣ ଧ୍ୱଂସ କରି ଦେଇଥିଲା । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । 

ସୋମବାର ମଧ୍ୟ ଗୁଜୁରାଟରେ ଭୂମିକମ୍ପ ଆସିଥିଲା । ଭୁଜରେ ଏହି ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିଲା । ଭରୁଚ ନିକଟ ଏହି ଭୂମିକମ୍ପର କେନ୍ଦ୍ର ଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ଖବର ଆସି ନଥିଲା ।