କୃଷି ଆଇନକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା
Advertisement

କୃଷି ଆଇନକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା

Farm Bills: ବିରୋଧୀ ଦଳ ଏହି ବିଲକୁ କୃଷକ ବିରୋଧୀ ବୋଲି କହୁଛନ୍ତି । ସେହିପରି କେନ୍ଦ୍ର ସରକାର (Modi Government) ରେ ଅକାଳୀ ଦଳର କୋଟାରୁ ମନ୍ତ୍ରୀ ଥିବା ହରସିମରତ କୌର ବିଲକୁ ବିରୋଧ କରି ଇସ୍ତଫା ଦେଇଛନ୍ତି । । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ବିଲଗୁଡ଼ିକୁ ଐତିହାସିକ ବୋଲି କହିଛନ୍ତି ।

କୃଷି ଆଇନକୁ ଚାଷୀ ଓ ବିରୋଧୀ ଦଳ ଏଥିପାଇଁ କରୁଛନ୍ତି ବିରୋଧ, ଜାଣନ୍ତୁ ମାମଲା ସହ ଜଡ଼ିତ ୧୦ଟି ଖାସ୍ କଥା

ନୂଆଦିଲ୍ଲୀ: Farm Bills: ବିରୋଧୀ ଦଳର ସାଂସଦଙ୍କ ଜୋରଦାର ହଙ୍ଗାମା ମଧ୍ୟରେ ରବିବାର ଭାରତର କୃଷି କ୍ଷେତ୍ର ସହ ଜଡ଼ିତ ୩ଟି ବିବାଦୀୟ ବିଧେୟକ ମଧ୍ୟରୁ ୨ଟି ରାଜ୍ୟସଭାରେ ପାରିତ ହୋଇଯାଇଛି । ଏହି ବିଧେୟକକୁ ନେଇ ଉଭୟ କଂଗ୍ରେସ (Congress) ସମେତ ବିରୋଧ ଦଳ ଓ ଚାଷୀମାନେ (Farmers) ବିରୋଧ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ପଞ୍ଜାବ ଓ ହରିୟାଣା ଭଳି କୃଷି ପ୍ରଧାନ ରାଜ୍ୟରେ କୃଷକମାନେ ଏହି ବିଲ୍ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ବିରୋଧୀ ଦଳ ଏହି ବିଲକୁ କୃଷକ ବିରୋଧୀ ବୋଲି କହୁଛନ୍ତି । ସେହିପରି କେନ୍ଦ୍ର ସରକାର (Modi Government) ରେ ଅକାଳୀ ଦଳର କୋଟାରୁ ମନ୍ତ୍ରୀ ଥିବା ହରସିମରତ କୌର ବିଲକୁ ବିରୋଧ କରି ଇସ୍ତଫା ଦେଇଛନ୍ତି । । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ବିଲଗୁଡ଼ିକୁ ଐତିହାସିକ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତର 'ବ୍ରହ୍ମାସ୍ତ୍ର', ଚାହିଁଲେ ବି ଶତ୍ରୁ କରିପାରିବ ନାହିଁ ଆକ୍ରମଣ

କୃଷି ବିଲ୍ ସହିତ ଜଡିତ ୧୦ଟି ଖାସ୍ କଥା...

୧. ଏହି ୩ଟି କୃଷି ବିଲ୍ - କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020 ଏବଂ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020 । ଏହି ବିଲରୁ ରବିବାର ୨ଟି ବିଲ୍ ରାଜ୍ୟସଭାରେ ପାରିତ ହୋଇସାରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲରେ ଦସ୍ତଖତ କରିବା ମାତ୍ରେ ଏହା ଆଇନର ରୂପ ନେବ ।

୨. କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 202, ଅନୁଯାୟୀ ଏପରି ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରାବଧାନ ରହିଛି । ଯାହା ଚାଷୀ ଓ ବ୍ୟବସାୟୀଙ୍କୁ ମଣ୍ଡି ବାହାରେ ଫସଲ ବିକ୍ରୟ କରିବାର ସ୍ୱାଧୀନତା ମିଳିବ । 

୩. ଏହି ବିଲରେ ରାଜ୍ୟ ଭିତରେ ଓ ଦୁଇ ରାଜ୍ୟ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାର କଥା କୁହାଯାଇଛି । ମାର୍କେଟିଂ ଓ ପରିବହନ ପାଇଁ ଖର୍ଚ୍ଚ କମ୍ କରିବାର କଥା ଉଲ୍ଲେଖ ରହିଛି ।

୪. ଭାରତର ପ୍ରାୟ ୮୫ ପ୍ରତିଶତ ଚାଷୀଙ୍କ ପାଖରେ ଦୁଇ ହେକ୍ଟରରୁ କମ୍ ଜମି ଅଛି । ଏହିପରି ଚାଷୀମାନେ ସେମାନଙ୍କର ଫସଲ ପାଇଁ ବଡ କ୍ରେତାମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବା କଷ୍ଟକର । ଏଭଳି ପରିସ୍ଥିତିରେ କୃଷି ଉତ୍ପାଦନ ମଣ୍ଡି ଫସଲର ସଠିକ୍ ମୂଲ୍ୟ ଏବଂ ସଠିକ୍ ସମୟରେ ଦର ଯୋଗାଇବା ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ! 

୫. କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020ରେ କୃଷି ଚୁକ୍ତି ଉପରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହି ବିଲ୍ କୃଷିଜାତ ଦ୍ରବ୍ୟର ବିକ୍ରି, କୃଷି ସେବା, କୃଷି ବ୍ୟବସାୟ ସଂସ୍ଥା, ପ୍ରୋସେସର୍, ହୋଲସେଲର, ବୃହତ ଖୁଚୁରା ବ୍ୟବସାୟୀ ଏବଂ ରପ୍ତାନିକାରୀଙ୍କ ସହ ଚାଷୀଙ୍କୁ ଯୋଡ଼ିବା ପାଇଁ ସଶକ୍ତ କରିଥାଏ । ଚୁକ୍ତିଭିତ୍ତିକ ଚାଷୀଙ୍କୁ ଗୁଣାତ୍ମକ ବିହନ ଯୋଗାଣ, ବୈଷୟିକ ସହାୟତା ଏବଂ ଫସଲ ସ୍ୱାସ୍ଥ୍ୟ ମନିଟରିଂ, ଋଣ ସୁବିଧା ଏବଂ ଫସଲ ବୀମା ଯୋଗାଇ ଦିଆଯିବ ।

୬. ଯଦିଓ ନୂତନ ବିଲରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଅର୍ଥାତ MSPକୁ ହଟା ଯାଇ ନାହିଁ । ପିଏମ୍ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏମଏସପି ହଟାଯାଉ ନାହିଁ । କିନ୍ତୁ ବାହରର ମଣ୍ଡିକୁ ଫସଲର ମୂଲ୍ୟ ସ୍ଥିର କରିବାକୁ ଅନୁମତି ଦେବାକୁ ନେଇ ଚାଷୀମାନେ ଭୟଭୀତ ଅଛନ୍ତି ।

୭. ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020 ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ, ଆଳୁକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ହଟାଇବା ପାଇଁ ପ୍ରାବଧାନ ରହିଛି । ମନେ କରାଯାଉଛି ଯେ ଏହି ବିଧେୟକର ପ୍ରାବଧାନରୁ ଚାଷୀଙ୍କୁ ସଠିକ ମୂଲ୍ୟ ମିଳିପାରିବ । କାରଣ ପ୍ରତିଯୋଗିତା ବଢ଼ିବ ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !

୮. ଚାଷୀଙ୍କ ଏହି ଚିନ୍ତା ମଧ୍ୟରେ ରାଜ୍ୟ ସରକାର- ବିଶେଷକରି ପଞ୍ଜାବ ଏବଂ ହରିୟାଣାକୁ ଏହି କଥାର ଭୟ ରହିଛି ଯେ ଯଦି ଘରୋଇ କ୍ରେତାମାନେ ଚାଷୀଙ୍କଠାରୁ ସିଧାସଳଖ ଧାନ କିଣନ୍ତି, ତେବେ ସେମାନେ ମାଣ୍ଡିରୁ ମିଳୁଥିବା ଟିକସ ହରାଇବେ ।

୯. କୃଷକ ସଂଗଠନ ଅଭିଯୋଗ କରିଛନ୍ତି ଯେ, ନୂତନ ନିୟମ ଲାଗୁ ହେବା ସହିତ କୃଷି କ୍ଷେତ୍ର ମଧ୍ୟ ପୁଞ୍ଜିପତି କିମ୍ବା କର୍ପୋରେଟ୍ ହାଉସ୍ ହାତକୁ ଯିବ । ଏହାର କ୍ଷତି ଚାଷୀଙ୍କୁ ହେବ । ପ୍ରଦର୍ଶନକାରୀମାନେ ଭୟ କରୁଛନ୍ତି ଯେ, ଏଫସିଆଇ ଏବେ ଆଉ ରାଜ୍ୟ ମାଣ୍ଡିରୁ କିଣି ପାରିବ ନାହିଁ । ଯାହାଦ୍ୱାରା ଏଜେଣ୍ଟ ଏବଂ କମିଶନରଙ୍କ ପ୍ରାୟ ୨.୫ ପ୍ରତିଶତ କ୍ଷତି ହେବ । ଏଥିସହ ରାଜ୍ୟ ମଧ୍ୟ ନିଜ ୬ ପ୍ରତିଶତ ହରାଇବ । ଯାହା ଏଜେନ୍ସିର କ୍ରୟ ଉପରେ ଲଗାଯାଉଥିଲା ।

୧୦. ଏହି ତିନୋଟି ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି । ବିଶେଷ କରି କଂଗ୍ରେସ ଏହି ବିଧେୟକଗୁଡ଼ିକର ଜୋରଦାର ବିରୋଧ କରିବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଚାଷୀ ବିରୋଧୀ ଷଡଯନ୍ତ୍ର ବୋଲି କହିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ, "ଚାଷୀମାନେ ହିଁ କ୍ରୟ ଖୁଦୁରାରେ ଓ ସେମାନଙ୍କ ଉତ୍ପାଦକୁ ଥୋକରେ ବିକ୍ରୟ କରନ୍ତି । ମୋଦି ସରକାରଙ୍କ ଏହି ତିନୋଟି 'କଳା' ଅଧ୍ୟାଦେଶ କୃଷକ-କୃଷି ଶ୍ରମିକଙ୍କ ଉପରେ ଘାତକ ପ୍ରହାର ଅଟେ । ଯାହା ଦ୍ୱାରା ସେମାନଙ୍କୁ MSP କିମ୍ବା ଅଧିକାର ମିଳିବ ନାହିଁ । ଏବଂ ଅସହାୟତାରେ ନିଜ ଜମି ପୁଞ୍ଜିପତିଙ୍କ ନିକଟରେ ବିକ୍ରୟ କରିବେ । ମୋଦିଜୀଙ୍କର ଆଉ ଏକ କୃଷକ ବିରୋଧୀ ଷଡଯନ୍ତ୍ର ।"