କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ଶବ ବ୍ୟବଚ୍ଛେଦ କରିବାକୁ ମନା କଲେ ଡାକ୍ତର
Advertisement
Article Detail0/zeeodisha/odisha662975

କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ଶବ ବ୍ୟବଚ୍ଛେଦ କରିବାକୁ ମନା କଲେ ଡାକ୍ତର

ଏହି ଘଟଣାଟି ଅମୃତସରର ବାବା ବକାଳାର ସଠିୱାଲା ଗାଁରେ ଘଟିଛି । ମୃତକଙ୍କ ନାଁ ଗୁରଜେନ୍ଦ୍ରର କୌର ଓ ବଲବିନ୍ଦର କୌର ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ଡାକ୍ତର ପୋଷ୍ଟମୋର୍ଟମ କରିବାକୁ ମନା କରି ଦେଇଛନ୍ତି । 

କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ଶବ ବ୍ୟବଚ୍ଛେଦ କରିବାକୁ ମନା କଲେ ଡାକ୍ତର

ନୂଆଦିଲ୍ଲୀ: କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ । ପଞ୍ଜାବର ଅମୃତସରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛ । ଏଠାରେ ଜଣେ ଦମ୍ପତ୍ତି କୋରୋନା ଭୂତାଣୁର ଲକ୍ଷଣ ଯୋଗୁଁ ଭୟଭୀତ ହୋଇଯାଇଥିଲେ । ଫଳରେ ସେମାନେ ଆତ୍ମହତ୍ୟା କରି ନେଇଛନ୍ତି । ସେମାନେ ନିଜ ସୁସାଇଡ୍ ନୋଟରେ ଲେଖିଛନ୍ତି ଯେ ଆମେ କୋରୋନା ଭାଇରସ ଯୋଗୁଁ ମରିବାକୁ ଚାହୁଁନୁ । ଆମକୁ କୋରୋନା ଯୋଗୁଁ ଚିନ୍ତା ବଢ଼ି ଯାଇଛି । 

ଏହି ଘଟଣାଟି ଅମୃତସରର ବାବା ବକାଳାର ସଠିୱାଲା ଗାଁରେ ଘଟିଛି । ମୃତକଙ୍କ ନାଁ ଗୁରଜେନ୍ଦ୍ରର କୌର ଓ ବଲବିନ୍ଦର କୌର ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ଡାକ୍ତର ପୋଷ୍ଟମୋର୍ଟମ କରିବାକୁ ମନା କରି ଦେଇଛନ୍ତି । ପତିଙ୍କ ବୟସ ୬୫ ହୋଇଥିବା ବେଳେ ପତ୍ନୀଙ୍କ ବୟସ ୬୩ ବର୍ଷ ଥିଲା । ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

 ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, କୋରୋନା ଭୂତାଣୁ ଭୟ ଯୋଗୁଁ ଅନେକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି । ଏହାପୂର୍ବରୁ ବୁଧବାର ଦିନ ଉତ୍ତର ପ୍ରଦେଶର ଶାମଲିରେ କୋରାଣ୍ଟାଇନ ୱାର୍ଡରେ ଭର୍ତ୍ତି କୋରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି । ଏହି ଯୁବକଙ୍କ ଆତ୍ମହତ୍ୟାର ୨ ଦିନ ପୂର୍ବରେ ନିଜ ଗାଁକୁ ଆସିଥିଲେ । ଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ କୋରାଣ୍ଟାଇନ ୱାର୍ଡରେ ଭର୍ତ୍ତି କରାଯାଇଥିଲା, ଏହା ପରେ ଯୁବକ ଆତ୍ମହତ୍ୟା କରିଥିଲେ ।