ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ, ୨୩ କ୍ର୍ୟୁ ମେମ୍ବର ଆହତ
Advertisement

ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ, ୨୩ କ୍ର୍ୟୁ ମେମ୍ବର ଆହତ

'ଦି ନ୍ୟୁ ଡାଇମଣ୍ଡ' (The New Diamond) ନାମକ ଏକ ତୈଳ ବୋଝେଇ ଜାହାଜ ଭାରତୀୟ ତୈଳ ନିଗମ-ଆଇଓସି (IOC-Indian Oil Corporation) ମିଲିୟନ ବ୍ୟାରେଲ ତେଲ ନେଇ ପାରାଦ୍ୱୀପ ବନ୍ଦର ଅଭମୁଖେ ଆସୁଥିଲା ।
 

ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ, ୨୩ କ୍ର୍ୟୁ ମେମ୍ବର ଆହତ

ଚେନ୍ନାଇ: ଭାରତ ମହାସାଗରରେ (Indian Ocean) ଅବସ୍ଥିତ ଦ୍ୱୀପ ରାଷ୍ଟ୍ର (Island Nation) ଶ୍ରୀଲଙ୍କାର (Srilanka) ପୂର୍ବ ଉପକୂଳରେ ଘଟିଯାଇଛି ଏକ ବଡ ଅଘଟଣ । ଏକ ତୈଳ ବୋଝେଇ ଜାହାଜରେ (Oil Tanker) ନିଆଁ ଲାଗିଯିବାରୁ ୨୩ ଜଣ କ୍ର୍ୟୁ ମେମ୍ବର (Crew Member) ଆହତ ହୋଇଛନ୍ତି ।  ଏ ଘଟଣା ବାବଦରଲେ ଜଣାଇଛନ୍ତି ଶ୍ରୀଲଙ୍କା ନୌସେନାର ମୁଖପାତ୍ର (Sri Lankan Navy Spokeperson)।
   
'ଦି ନ୍ୟୁ ଡାଇମଣ୍ଡ' (The New Diamond) ନାମକ ଏକ ତୈଳ ବୋଝେଇ ଜାହାଜ ଭାରତୀୟ ତୈଳ ନିଗମ-ଆଇଓସି (IOC-Indian Oil Corporation) ମିଲିୟନ ବ୍ୟାରେଲ ତେଲ ନେଇ ପାରାଦ୍ୱୀପ ବନ୍ଦର ଅଭମୁଖେ ଆସୁଥିଲା ।
 
ଜାହାଜରେ ଅଗ୍ନିକାଣ୍ଡ ହେବା ପରେ ଏହାର ସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି କହିଛନ୍ତି ନୌସେନା ମୁଖପାତ୍ର କ୍ୟାପଟେନ ଇଣ୍ଡିକା ଡି ସିଲଭା । ଜାହାରର କାର୍ଗୋ ଏରିଆରେ (Cargo Area) କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଜାହାଜରେ ୨୩ କ୍ର୍ୟୁ ମେମ୍ବର ଯାତ୍ରା କରୁଥିଲେ।

ଅନ୍ୟତମ ନୌସେନା ମୁଖପାତ୍ର କମାଣ୍ଡର ରଞ୍ଜିତ ରାଜପାକ୍ଷେ ଶ୍ରୀଲଙ୍କା ପୂର୍ବ ଉପକୂଳରୁ ୨୦ ନଟିକାଲ ମାଇଲ ଦୂରରେ 'ଦି ନ୍ୟୁ ଡାଇମଣ୍ଡ' ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଛି । ଉଦ୍ଧାର କାର୍ଯ୍ୟ ଲାଗି ଶ୍ରୀଲଙ୍କା ସେନାବାହିନୀ ଗୋଟିଏ ବିମାନ, ୨ଟି  ଜାହାଜ ପଠାଇଛି।
 
ଏହି ଜାହାଜ କୁଏତର ମିନା ଅଲ ଅହମାଦି ବନ୍ଦରରୁ (Mina Al Ahmadi in Kuwait) ଅଶୋଧିତ ତୈଳ (Crude Oil) ନେଇ ଆସୁଥିଲା ।  ଏହି ଜାହାଜରୁ ତୈଳ ଲିକ ନହେବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀଲଙ୍କା ସାମୁଦ୍ରିକ ସୁରକ୍ଷା ପ୍ରାଧିକରଣ (Sri Lankans Marine Protection Authority) ପକ୍ଷରୁ କୁହାଯାଇଛି।
  
ଯଦି ଏଥିରୁ ତେଲ ନିର୍ଗତ ହୁଏ ପରିବେଶରେ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବା ନେଇ  ସ୍ଥିଙ୍ଗାପୁରସ୍ଥିତ (Singapore) ସିପବ୍ରୋକର ବିଆରଏସ ବକ୍ସି (Shipbroker BRS Baxi) ପରିଚାଳନା ନିର୍ଦ୍ଦେଶକ ଅଶୋକ ଶର୍ମା କହିଛନ୍ତି।   

ପୂର୍ବରୁ ଆଫ୍ରିକୀୟ ଦେଶ (African State) ମରିସସ (Mauritius) ଉପକୂଳରେ ଜାପାନୀ ତୈଳ ଟ୍ୟାଙ୍କରରୁ (Japanese bulk carrier) ୧୦୦୦ ଟନ ତୈଳ ନିର୍ଗତ ହେବା ପରେ ପରିବେଶଗତ ଜରୁରୀକାଳୀନ ପରିସ୍ଥିତ (Environmental Emergency) ଭଳି ସମସ୍ୟା ସୃଷ୍ଟି ହୋଇଥିଲା ।