ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୪.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
Advertisement
Article Detail0/zeeodisha/odisha707922

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୪.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏକ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

 ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୪.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ପୋର୍ଟବ୍ଲେୟାର: ବୁଧବାର (ଜୁଲାଇ୮, ୨୦୨୦) ଭୂକମ୍ପରେ ଥରିଉଠିଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର-ଏନସିଏସ(National Center for Seismology-NCS) ପକ୍ଷରୁ କୁହାଯାଇଛି । ଏହି ଦ୍ୱୀପପୁଞ୍ଜର ୧୧.୬୮ ଉତ୍ତର ଅକ୍ଷାଂଶରୁ ୯୩.୩୮ ଦ୍ରାଘିମା ରେଖା ମଧ୍ୟରେ ଏବଂ ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରତାରେ ଏହାର ଝଟକା ଅନୁଭୂତ ହୋଇଛି।       

ଏହା ମଧ୍ୟମ ଧରଣର ଭୂକମ୍ପ ବୋଲି ଜଣାପଡିଛି । ଏନେଇ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣା ପଡିନାହିଁ । ଗତ ଜୁନ ୧୦ ତାରିଖରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ଠାରେ ରାତି ପ୍ରାୟ ୨ଟା ୧୭ମିନିଟରେ ୪.୩ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଏଠାରୁ ୧୧୦ କିମି ଦୂରର ଉତ୍ତର ପଶ୍ଚିମ ଦିଗର ଥିଲା । ଏହା ଫଳରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।