ଅଙ୍କିତ ଶର୍ମା ହତ୍ୟା ମାମଲା: ପୂର୍ବତନ ଏଏପି କାଉନସିଲର ତାହିର ହୁସେନର ଜାମିନ ଆବେଦନ ଖାରଜ
Advertisement
Article Detail0/zeeodisha/odisha710584

ଅଙ୍କିତ ଶର୍ମା ହତ୍ୟା ମାମଲା: ପୂର୍ବତନ ଏଏପି କାଉନସିଲର ତାହିର ହୁସେନର ଜାମିନ ଆବେଦନ ଖାରଜ

ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିର ହୁସେନ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କଡକଡଡୁମା କୋର୍ଟ।

ଅଙ୍କିତ ଶର୍ମା ହତ୍ୟା ମାମଲା: ପୂର୍ବତନ ଏଏପି କାଉନସିଲର ତାହିର ହୁସେନର ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ସିଏଏକୁ ନେଇ ଗତ ଫେବୃଆରୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମାଲାରେ ଜଡିତ ଅନ୍ୟତମ ଅଭିଯୁକ୍ତ ତଥା ଆମ ଆଦମୀ ପାର୍ଟି(ଆପ) ପୂର୍ବତନ କାଉନସିଲର ତାହିର ହୁସେନର ଜାମିନ ଆବେଦନକୁ ଖାରଜ କରିଛନ୍ତି ସ୍ଥାନୀୟ କଡକଡଡୁମା କୋର୍ଟ। ଦିଲ୍ଲୀ ଦଙ୍ଗା ବେଳେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ଜଡିତ ରହିଛି ସେ । ଚଳିତ ମାସ ୧୦ ତାରିଖରେ ଏନେଇ କୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଅଦାଲତ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ ।

ଦିଲ୍ଲୀ ଦଙ୍ଗା ସମୟରେ ଘଟିଥିବା ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିର ହୁସେନ୍ କଡକଡଡୁମା କୋର୍ଟରେ ଜାମିନ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରି ତଦନ୍ତ ଜାରି ରଖିବାକୁ ଜଣାଇଛି। ଗତ ଜୁନ ୩ ତାରିଖରେ ଦାଖଲ ହୋଇଥିବା ଚାର୍ଜସିଟରେ କ୍ରାଇମ ବ୍ରାଞ୍ଚ ତାହିର ହୁସେନ ସମେତ ୧୦ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ହୋଇଥିବାବ ଚାର୍ଜସିଟରେ କୁହାଯାଇଛି, ଖଜୁରୀଖାସ ଠାରେ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଚାର୍ଜସିଟରେ ଆଇବି ଅଧିକାରୀଙ୍କ ହତ୍ୟା ସୁଚିନ୍ତିତ ଷଡଯନ୍ତ୍ର । ଏହି ଅଞ୍ଚଳରେ ତାହିରର ଘର ବାହାରେ ଏହି ଘଟଣା ଘଟିଛି। ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଡ୍ରେନରେ ଫିଙ୍ଗି ଦିଆଯାଇଥିଲା। ଚାର୍ଜସିଟରେ ପୋଲିସ କହିଛି ଏକ ତୀକ୍ଷ୍ଣ ଅସ୍ତ୍ର ସାହଯ୍ୟରେ ପ୍ରାୟ ୫୧ ଥର ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଡାକ୍ତର ଜାଣିବାକୁ ପାଇଛନ୍ତି। ପୋଲିସ ଦାବି କରିଛି ଏପରି ପ୍ରମାଣ ହସ୍ତଗତ ହୋଇଛି, ଯେଉଁଥିରୁ ଜଣାପଡିଛି ଚାନ୍ଦବାଗ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ତାହିର ହୁସେନ ଉସକାଇଥିଲା ।