Naxal Operation: ନକ୍ସଲ ଦମନ ପାଇଁ ମିଳିଲା ଜବରଦସ୍ତ ଉପକରଣ, ପଡ଼ିବ ନାହିଁ ଗୁଳି ମାଡ଼ର ପ୍ରଭାବ
Advertisement

Naxal Operation: ନକ୍ସଲ ଦମନ ପାଇଁ ମିଳିଲା ଜବରଦସ୍ତ ଉପକରଣ, ପଡ଼ିବ ନାହିଁ ଗୁଳି ମାଡ଼ର ପ୍ରଭାବ

Anti Naxalite Operation: ନକ୍ସଲ ସମସ୍ୟାର ସମାଧାନ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଗତ ୨୦୧୯ ପର ଠାରୁ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୮୧ ନୂତନ ଶିବିର ସ୍ଥାପନ କରାଯାଇଛି। ଯେଉଁ କାରଣରୁ ନକ୍ସଲ ଚିନ୍ତିତ ହୋଇପଡ଼ିଛନ୍ତି। ନକ୍ସଲ ମୁକ୍ତ ହେବା ପରେ ଏହି ଅଞ୍ଚଳରେ ଅବସ୍ଥିତ ଶିବିରକୁ ଆହୁରି ଆଗକୁ ବଢାଇ ଦିଆଯାଇଛି।

Naxal Operation: ନକ୍ସଲ ଦମନ ପାଇଁ ମିଳିଲା ଜବରଦସ୍ତ ଉପକରଣ, ପଡ଼ିବ ନାହିଁ ଗୁଳି ମାଡ଼ର ପ୍ରଭାବ

Naxal Suppression Campaign: ନକ୍ସଲ ଦମନ ଅଭିଯାନ କ୍ଷେତ୍ରରେ ମିଳିବାକୁ ଯାଉଛି ଅନ୍ୟ ଏକ ସଫଳତା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବଳ ବ୍ୟବହାର କରୁଥିବା ହେଲିକପ୍ଟର ଅନେକ ସମୟରେ ମାଓବାଦୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇଥାଏ। ଯେଉଁ କାରଣରୁ ହେଲିକପ୍ଟର ଦୁର୍ଘଟଣା ହେବାର ସମ୍ଭାବନା ସବୁବେଳେ ରହିଥାଏ। ଏହା ସହିତ ଏପରି ଆକ୍ରମଣ କାରଣରୁ ହେଲିକପ୍ଟର ସହାୟତାରେ ନକ୍ସଲ ଦମନ ଅଭିଯାନରେ ସାମିଲ ହୋଇଥିବା ସୈନିକଙ୍କ ଜୀବନ ପ୍ରତି ସର୍ବଦା ବିପଦ ରହିଥାଏ। 

ହେଲେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ଉଦ୍ୟମ କ୍ରମେ ନକ୍ସଲ ଦମନ ଅଭିଯାନରେ (Anti Naxalite Operation) ନିୟୋଜିତ ହେଲିକପ୍ଟର ବୁଲେଟ୍ ପ୍ରୁଫ୍ (Bulletproof Helicopter) କରାଯାଉଛି। ଏପର୍ଯ୍ୟନ୍ତ ୯ ହେଲିକପ୍ଟର ବୁଲେଟ୍ ପ୍ରୁଫ୍ ହୋଇସାରିଛି। ନକ୍ସଲ ସମସ୍ୟାର (Naxalite Problem) ପ୍ରଭାବଶାଳୀ ମୁକାବିଲା କରିବା ପାଇଁ ରାତି ସମୟରେ ମଧ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରେ (Naxalite Affected Area) ହେଲିକପ୍ଟର ଅବତରଣ (Helicopter Landing) କରିବା ପାଇଁ ସେନା କର୍ମଚାରୀଙ୍କୁ ରାତ୍ରୀକାଳୀନ ଅବତରଣ ସୁବିଧା (Night Landing Facility) ମଧ୍ୟ ଯୋଗାଇ ଦିଆଯାଉଛି।

ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟରେ ମାଓବାଦୀଙ୍କୁ ସେମାନଙ୍କ ପ୍ରଭାବିତ ଅଞ୍ଚଳରୁ ବାହାର କରିବା ପରେ ବର୍ତ୍ତମାନ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ (Central Reserve Police Force) ସିଆରିପଏଫ (CRPF) ଏବଂ ଛତିଶଗଡ଼ ପୋଲିସ (Chhattisgarh Police) ରାଜ୍ୟରୁ ନକ୍ସଲ ଆତଙ୍କକୁ (Naxal Terror) ମଧ୍ୟ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ (Union Home Minister Amit Shah) ନିର୍ଦ୍ଦେଶକ୍ରମେ ସୁରକ୍ଷା ବାହିନୀ ଏପରି ଏକ ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ଏବଂ ପୋଲିସ ସହାୟତାରେ ନୂତନ ଶିବିର ସ୍ଥାପନ କରାଯାଉଛି। ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ସୁକମା ଜିଲ୍ଲାରେ (Sukma District) ନିର୍ମିତ ପୋଟକପଲ୍ଲୀ ଶିବିର ପରିଦର୍ଶନ କରି କ୍ରୋବ୍ରା କମାଣ୍ଡୋ (Cobra Commando) ଏବଂ ସିଆରପିଏଫ ଯବାନଙ୍କୁ (CRPF Jawan) ଭେଟିଥିଲେ।

ନକ୍ସଲ ସମସ୍ୟାର ସମାଧାନ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଗତ ୨୦୧୯ ପର ଠାରୁ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୮୧ ନୂତନ ଶିବିର ସ୍ଥାପନ କରାଯାଇଛି। ଯେଉଁ କାରଣରୁ ନକ୍ସଲ ଚିନ୍ତିତ ହୋଇପଡ଼ିଛନ୍ତି। ନକ୍ସଲ ମୁକ୍ତ ହେବା ପରେ ଏହି ଅଞ୍ଚଳରେ ଅବସ୍ଥିତ ଶିବିରକୁ ଆହୁରି ଆଗକୁ ବଢାଇ ଦିଆଯାଇଛି। ମାଓବାଦୀଙ୍କୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ଘାତକ ଦଳ ଗଠନ କରାଯାଇଛି। ରାତି ସମୟରେ ଅବତରଣ ସୁବିଧା ଯୋଗାଇ ଦିଆଯାଉଛି। ଯାହା ଦ୍ୱାରା ନକ୍ସଲ ଦମନ ଅଭିଯାନରେ ନିୟୋଜିତ ହେଲିକପ୍ଟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ରାତି ସମୟରେ ଅବତରଣ କରିପାରିବ।

ରାଜ୍ୟ ସହିତ ଉତ୍ତମ ସମନ୍ୱୟ ପାଇଁ ଚାରୋଟି ନୂତନ ମିଳିତ ଟାସ୍କ ଫୋର୍ସ ଗଠନ କରାଯାଇଛି। ମାଓବାଦୀଙ୍କ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଲ୍ କରାଯାଉଛି। ଯାହା ଦ୍ୱାରା ସେମାନଙ୍କୁ ମିଳୁଥିବା ପାଣ୍ଠି ଯୋଗାଣ ମଧ୍ୟ ବନ୍ଦ ହୋଇପାରିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏପର୍ଯ୍ୟନ୍ତ ମାଓବାଦୀଙ୍କ ୨୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ  ଜାତୀୟ ଅନୁସନ୍ଧାନ ଏଜେନ୍ସି ମାଓବାଦୀଙ୍କ ବିରୋଧରେ ୫୫ ମାମଲା ରୁଜୁ କରି ସାରିଛି।