ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ
Advertisement

ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

Independence Day: ବ୍ରିଟିଶମାନଙ୍କ ୨୦୦ ବର୍ଷର ଦାସତ୍ୱରୁ ମୁକ୍ତ ହେବାର ଆମେ ୭୬ ବର୍ଷ ପୂରଣ କରିବୁ । ଏହି ଅବସରରେ ସମଗ୍ର ଦେଶରେ କାର୍ଯ୍ୟକ୍ରମ ହେବ । କିନ୍ତୁ କେବଳ ଆମେ ହିଁ ଏହି ଦିନ ଉତ୍ସବ ପାଳନ କରିଥାଉ କି ? ନା, ଦୁନିଆରେ ଆହୁରି ୫ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ ୧୫ରେ ନିଜର ସ୍ୱାଧୀନତା ଦିବସ ଭାବେ ପାଳନ କରନ୍ତି ।

ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: Independence Day: ଆଜି ଅର୍ଥାତ ଅଗଷ୍ଟ ୧୫ ସମଗ୍ର ଦେଶରେ ୭୬ ତମ ସ୍ୱାଧୀନତା ଦିବସ (76th indipendence Day) ପାଳନ କରାଯାଉଛି । ଫଳରେ ସମଗ୍ର ଦେଶ ଉତ୍ସବ ମୂଖର ରହିଛି । ବ୍ରିଟିଶମାନଙ୍କ ୨୦୦ ବର୍ଷର ଦାସତ୍ୱରୁ ମୁକ୍ତ ହେବାର ଆମେ ୭୬ ବର୍ଷ ପୂରଣ କରିବୁ । ଏହି ଅବସରରେ ସମଗ୍ର ଦେଶରେ କାର୍ଯ୍ୟକ୍ରମ ହେବ । କିନ୍ତୁ କେବଳ ଆମେ ହିଁ ଏହି ଦିନ ଉତ୍ସବ ପାଳନ କରିଥାଉ କି ? ନା, ଦୁନିଆରେ ଆହୁରି ୫ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ ୧୫ରେ ନିଜର ସ୍ୱାଧୀନତା ଦିବସ ଭାବେ ପାଳନ କରନ୍ତି ।

ଭାରତ (India) ପରି ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ହାସଲ କରିଥିଲେ । ଆପଣ ହୁଏତ ଜାଣି ନାହାଁନ୍ତି ଯେ ଦକ୍ଷିଣ କୋରିଆ (South Korea), ଉତ୍ତର କୋରିଆ (North Korea), କଙ୍ଗୋ (Congo), ବହାରେନ (Bahrain) ଏବଂ ଲିଚଟେଷ୍ଟାଇନ୍ (Liechtenstein) ଅଗଷ୍ଟ ୧୫ରେ ଭାରତ ସହିତ ସ୍ୱାଧୀନତା ହାସଲ କରିଥିଲେ ।

୧. ଦକ୍ଷିଣ କୋରିଆ: ଅଗଷ୍ଟ ୧୫ରେ ଦକ୍ଷିଣ କୋରିଆ ଏହାର ସ୍ୱାଧୀନତା ଦିବସ ପାଳନ କରେ । ଅଗଷ୍ଟ ୧୫, ୧୯୪୫ରେ ଦକ୍ଷିଣ କୋରିଆ ଜାପାନରୁ ସ୍ୱାଧୀନତା ହାସଲ କରିଥିଲା । ଆମେରିକା ଏବଂ ସୋଭିଏତ୍ ସୈନ୍ୟବାହିନୀ କୋରିଆକୁ ଜାପାନର କବଜାରୁ ବାହାର କରିଥିଲା । ଦକ୍ଷିଣ କୋରିଆର ଲୋକମାନେ ଏହି ଦିନକୁ ଜାତୀୟ ଛୁଟି ଦିନ ଭାବରେ ପାଳନ କରନ୍ତି ।

୨. ଉତ୍ତର କୋରିଆ: ଦକ୍ଷିଣ କୋରିଆ ପରି ଉତ୍ତର କୋରିଆ ମଧ୍ୟ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ୧୫ ଅଗଷ୍ଟ ୧୯୪୫ରେ ଉଭୟ ଦେଶ ଜାପାନ ଦଖଲରୁ ମୁକ୍ତ ହୋଇଥିଲେ । ଉତ୍ତର କୋରିଆ ଅଗଷ୍ଟ ୧୫କୁ ଜାତୀୟ ଛୁଟିଦିନ ଭାବରେ ପାଳନ କରିଥାଏ । ଛୁଟିଦିନ ହେତୁ ଏହି ଦିନ ବିବାହ କରିବାର ପରମ୍ପରା ଆରମ୍ଭ ହୋଇଯାଇଛି ।

୩. ବହାରେନ: ବହାରେନ ମଧ୍ୟ ଅଗଷ୍ଟ ୧୫ରେ ସ୍ୱାଧୀନତା ଲାଭ କରିଥିଲା । ୧୫ ଅଗଷ୍ଟ ୧୯୭୧ରେ ବହାରେନ ବ୍ରିଟେନରୁ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ, ବ୍ରିଟିଶ ସୈନ୍ୟମାନେ ୧୯୬୦ ଦଶକରୁ ବହାରେନ ଛାଡିବା ଆରମ୍ଭ କରିଥିଲେ । ଅଗଷ୍ଟରେ ୧୫ରେ ବହାରେନ ଏବଂ ବ୍ରିଟେନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ବହାରେନ ଏକ ସ୍ୱାଧୀନ ଦେଶ ଭାବରେ ବ୍ରିଟେନ ସହିତ ସମ୍ପର୍କ ସ୍ଥାପନ କରିଥିଲା । ତେବେ ଡିସେମ୍ବର ୧୬ରେ ବହାରେନ ଏହାର ଜାତୀୟ ଛୁଟିଦିନ ପାଳନ କରିଥାଏ । ଏହି ଦିନ ବହାରେନର ଶାସକ ଇସା ବିନ୍ ସଲମାନ ଅଲ ଖଲିଫା ବହାରେନର ଶାସନ କ୍ଷମତା ହାସଲ କରିଥିଲେ ।

ଏହା ବି ପଢ଼ନ୍ତୁ:-୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର

 

୪. କଙ୍ଗୋ: ଅଗଷ୍ଟ ୧୫ରେ କଙ୍ଗୋ ସ୍ୱାଧୀନତା ହାସଲ କରିଥିଲା । ୧୫ ଅଗଷ୍ଟ ୧୯୬୦ରେ ଆଫ୍ରିକାର ଏହି ଦେଶ ଫ୍ରାନ୍ସର କବଳରୁ ମୁକ୍ତ ହୋଇଥିଲା । ଏହା ପରେ ଏହା କଙ୍ଗୋ ରିପବ୍ଲିକ୍ ହେଲା । ୧୮୮୦ରୁ କଙ୍ଗୋ ଫରାସୀ ଅଧୀନରେ ଥିଲା । ଏହା ଫରାସୀ କଙ୍ଗୋ ଭାବରେ ଜଣାଶୁଣା ଥିଲା । ତା’ପରେ ୧୯୦୩ରେ ଏହା ମିଡିଲ କଙ୍ଗୋ ଭାବେ ପରିଚିତ ହେଲା ।

୫. ଲିଚଟେଷ୍ଟାଇନ୍: ଏହି ଦେଶ ୧୫ ଅଗଷ୍ଟ ୧୮୬୬ରେ ଜର୍ମାନୀରୁ ସ୍ୱାଧୀନତା ହାସଲ କରିଥିଲା । ୧୯୪୦ରୁ ଏହି ଦେଶ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି । ଏହା ଦୁନିଆର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ ।