ପୁଣି ଉଗ୍ର ରୂପ ନେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ସେନା ମୁତୟନ କଲା ଋଷ
Advertisement
Article Detail0/zeeodisha/odisha775455

ପୁଣି ଉଗ୍ର ରୂପ ନେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ସେନା ମୁତୟନ କଲା ଋଷ

ଆଜେରବାଇଜାନ ସରକାର (Azerbaijan Govt) କହିଛନ୍ତି ଯେ, ନାଗୋର୍ଣ୍ଣୋ-କରାବାଖ ନିକଟରେ ଆର୍ମେନିଆ ଦ୍ୱାରା ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୨୧ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଆର୍ମେନିଆ (Armenia) ଅଭିଯୋଗ କରିଛି ଯେ, ଆଜେରବାଇଜାନ ସେନା କ୍ରମାଗତ ଭାବେ ରକେଟ ମାଡ଼ କରୁଛି । 

ପୁଣି ଉଗ୍ର ରୂପ ନେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ସେନା ମୁତୟନ କଲା ଋଷ

ନୂଆଦିଲ୍ଲୀ: Armenia-Azerbaijan war: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald trump) ଙ୍କ ଦାବି ତିନି ଦିନ ମଧ୍ୟ ତିଷ୍ଠି ପାରିନାହିଁ । ପୁଣି ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ (Armenia-Azerbaijan War) ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ଟ୍ରମ୍ପ ଦାବି କରିଥିଲେ ଯେ, ଦୁଇ ଦେଶ ଅସ୍ତ୍ରବିରତି ଉପରେ ସହମତ ହୋଇଛି । ବୁଧବାର ଉଭୟ ଆର୍ମେନିଆ ଓ ଆଜେରବାଇଜାନ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ଆଜେରବାଇଜାନ ସରକାର (Azerbaijan Govt) କହିଛନ୍ତି ଯେ, ନାଗୋର୍ଣ୍ଣୋ-କରାବାଖ ନିକଟରେ ଆର୍ମେନିଆ ଦ୍ୱାରା ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୨୧ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଆର୍ମେନିଆ (Armenia) ଅଭିଯୋଗ କରିଛି ଯେ, ଆଜେରବାଇଜାନ ସେନା କ୍ରମାଗତ ଭାବେ ରକେଟ ମାଡ଼ କରୁଛି । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-ରାଜଧାନୀ ଦିଲ୍ଲୀରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ଋଷର ସମ୍ୱାଦ ଏଜେନ୍ସି ରିୟା ନୋଭୋଷ୍ତୀ ଆର୍ମେନିଆର ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିଶ୍ଚିତ କରିଛି ଯେ ନାଗୋର୍ଣ୍ଣୋ-କରାବାଖ (Nagorno-Karabakh conflict) ରେ ଆର୍ମେନିଆ ସୀମାରେ ଋଷର ସୀମା ସୁରକ୍ଷା ଗାର୍ଡ ମୁତୟନ କରାଯାଇଛି । ଆର୍ମେନିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଋଷର ସୀମା ରକ୍ଷାକାରୀଙ୍କ ମୁତୟନରେ କିଛି ବିଶେଷ ନାହିଁ । ଆର୍ମେନିଆ ସ୍ୱୀକାର କରିଛି ଯେ ଆଜେରବାଇଜାନର ସେନା ଇରାନ ସହ ଲାଗିଥିବା ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଗୁବାଦଲି ସହରକୁ ଦଖଲ କରିଛି । 

ଅଧିକ ପଢ଼ନ୍ତୁ:-କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

ଏହାପୂର୍ବରୁ ଋଷ ଇସାରାରେ ତୁର୍କୀ, ଇସ୍ରାଏଲ୍ ସମେତ ଅନ୍ୟ ବିଦେଶୀ ଶକ୍ତିକୁ ଗୁରୁତର ଚେତାବନୀ ଦେଇଥିଲା । ଏହି ସଙ୍କଟର କୂଟନୈତିକ ସମାଧାନ ସମ୍ଭବ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି । ଏହାର ସାମରିକ ସମାଧାନକୁ ପ୍ରୋତ୍ସାହିତ କରିବା ବନ୍ଦ କରିବାକୁ ସେ ସମସ୍ତ ବିଦେଶୀ ଶକ୍ତିକୁ ଚେତାବନୀ ଦେଇଛନ୍ତି । ଲାଭ୍ରୋଭ କହିଛନ୍ତି ଯେ ଏହା ଏକ ରହସ୍ୟ ନୁହେଁ ଯେ ଆମେ ଏହି ସମସ୍ୟାର ସାମରିକ ସମାଧାନର ସମ୍ଭାବନାକୁ ସମର୍ଥନ କରୁନାହୁଁ । ଆର୍ମେନିଆ କହିଛି ଯେ, ଆଜେରବାଇଜାନ ସେନା ନାଗୋର୍ଣ୍ଣୋ-କରାବାଖର ଜନବସତି ଅଞ୍ଚଳରେ ଆକ୍ରମଣ କରୁଛି ।

ଅଧିକ ପଢ଼ନ୍ତୁ:-'ଦଶହରାରେ ପ୍ରଥମ ଥର ପିଏମ ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି'

ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନିଆନ୍ କହିଛନ୍ତି ଯେ, ଆର୍ମେନିଆର ତୁର୍କୀ ଏବଂ ଇରାନ ସୀମାରେ ଋଷର ସୀମା ସୁରକ୍ଷା ଗାର୍ଡ ମୁତୟନ ରହିଛନ୍ତି । ବର୍ତ୍ତମାନ ଏହି ନୂତନ ଘଟଣାକ୍ରମ ପରେ ଦେଶର ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ସୀମାରେ ଋଷର ସୀମା ସୁରକ୍ଷା ଗାର୍ଡ ନିୟୋଜିତ ହୋଇଛନ୍ତି । ବୁଧବାର ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଟ୍ରମ୍ପଙ୍କ ମାନବିକ ଅସ୍ତ୍ରବିରତି ପରେ ଏହି ସଂଘର୍ଷ ଘଟିଛି ।