'କଂଗ୍ରେସ ଶେଷ ହୋଇଯିବା ଉଚିତ୍, ତାଙ୍କରି କାରଣରୁ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି'
Advertisement
Article Detail0/zeeodisha/odisha1237941

'କଂଗ୍ରେସ ଶେଷ ହୋଇଯିବା ଉଚିତ୍, ତାଙ୍କରି କାରଣରୁ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି'

Owaisi attack on congress: କଂଗ୍ରେସ ଉପରେ ଅସାଦୁଦ୍ଦିନ ଓୱେସି ଏକ ବଡ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଶେଷ ହେବା ଉଚିତ୍, ଯାହା ଦ୍ୱାରା ଏକ ନୂଆ ରାଜନୀତି ଆରମ୍ଭ ହୋଇପାରିବ ।

ସାଙ୍କେତିକ ଫଟୋ

Asaduddin Owaisi attack on congress: ବିହାରରେ ଅସାଦୁଦ୍ଦିନ ଓୱେସିଙ୍କ ପାର୍ଟି AIMIM ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ଓୱେସିଙ୍କ ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେଇଛନ୍ତି । ଅସାଦୁଦ୍ଦିନ ଓୱେସି (Asaduddin Owaisi) ପ୍ରାୟତଃ ବିଜେପିକୁ ଟାର୍ଗେଟ କରିଥାନ୍ତି, କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ (Congress) ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ କେବଳ ଦୁର୍ବଳ ହେବା ଉଚିତ୍ ନୁହେଁ ବରଂ ଧ୍ୱଂସ ହୋଇଯିବା ଉଚିତ୍ । କଂଗ୍ରେସ କ୍ରମାଗତ ଭାବେ ତଳକୁ ଖସୁଛି ବୋଲି ବୁଧବାର ଦିନ ସେ ଭୋପାଳରେ କହିଛନ୍ତି । ଅସାଦୁଦ୍ଦିନ ଓୱେସି କହିଛନ୍ତି, "ମୁଁ ଆଶା କରୁଛି ଯେ କଂଗ୍ରେସ କେବଳ ଦୁର୍ବଳ ନୁହେଁ ବରଂ ଧ୍ୱଂସ ହେବା ଉଚିତ୍, ଯାହା ଦ୍ୱାରା ଦେଶରେ ନୂଆ ରାଜନୀତି ଆରମ୍ଭ ହୋଇପାରିବ ।"

ଓୱେସି କହିଛନ୍ତି ଯେ କଂଗ୍ରେସ ଯୋଗୁଁ ନରେନ୍ଦ୍ର ମୋଦି ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିର୍ବାଚନରେ ​​କଂଗ୍ରେସ ଭୋଟ କାଟିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଓୱେସି ଥଟ୍ଟା କରି କହିଛନ୍ତି, 'ଯଦି ଏପରି ହୁଏ, କ'ଣ ପ୍ରଜ୍ଞା ଠାକୁର ଓୱେସି କାରଣରୁ ନିର୍ବାଚନରେ ​​ଜିତିଛନ୍ତି? କିମ୍ବା ଓୱେସି କାରଣରୁ, ୨୨ ଜଣ କଂଗ୍ରେସ ବିଧାୟକ ଶିବରାଜୀ ସିଂ ଚହ୍ୱାନଙ୍କ ସହ ହାତ ମିଳାଇ ତାଙ୍କୁ ଗାଦିରେରେ ବସାଇଲେ?'

ହାଇଦ୍ରାବାଦ ସାଂସଦ କହିଛନ୍ତି ଯେ ଯଦି ମୁସଲମାନମାନେ ସେମାନଙ୍କର ପ୍ରତିନିଧିତ୍ୱର ପ୍ରକୃତ ଅଂଶ ବୁଝନ୍ତି ତେବେ କଂଗ୍ରେସ ଶେଷ ହେବ । ସେ କହିଛନ୍ତି ଯେ ଯେତେବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ଡକାଇଥିଲା, ସେତେବେଳେ କଂଗ୍ରେସ ୧୦୦ ଲୋକଙ୍କୁ ମଧ୍ୟ ଏକାଠି କରିପାରି ନ ଥିଲା ।'

ଓୱେସି ହିନ୍ଦୀ ଅଞ୍ଚଳରେ ବାସ କରୁଥିବା ମୁସଲମାନମାନଙ୍କୁ ସ୍ଥାନୀୟ ସଂସ୍ଥା ତଥା ବିଧାନସଭା ନିର୍ବାଚନରେ ​​ଆଗକୁ ଆସିବାକୁ ଓ ଦଳିତ, ଆଦିବାସୀଙ୍କ ସହ ମିଳିତ ନିର୍ବାଚନରେ ​​ଲଢ଼ିବାକୁ ନିବେଦନ କରିଥିଲେ । ସେ କହିଛନ୍ତି ଯେ ଅନେକ ବିଧାୟକ ତିନି ଦଶନ୍ଧି ଧରି ଅଫିସରେ ରହିଆସିଛନ୍ତି କିନ୍ତୁ ସେମାନଙ୍କ ଅଞ୍ଚଳରେ ଶିକ୍ଷା ଓ ଭିତ୍ତିଭୂମିରେ ଉନ୍ନତି ଆଣିପାରି ନାହାଁନ୍ତି । ଏହି କାରଣରୁ ମୁସଲମାନମାନଙ୍କର ସାକ୍ଷରତା ହାର କମ୍ ଅଟେ । ଯେତେବେଳେ ଓୱେସିଙ୍କୁ ଔରଙ୍ଗାବାଦର ନାମ ସମ୍ଭାଜୀ ନଗରରେ ବଦଳାଇବା ଉପରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ମହାବିକାଶ ଆଗାଡିଙ୍କୁ ପ୍ରଥମେ ବିଧାନସଭାରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବାକୁ ଦିଅନ୍ତୁ ।

ଏହା ବି ପଢ଼ନ୍ତୁ: ଉଦୟପୁର ହତ୍ୟା ମାମଲାରେ ରହିଛି ପାକିସ୍ତାନ ଲିଙ୍କ; DGP କଲେ ଏହି ଖୁଲାସା

ଏହା ବି ପଢ଼ନ୍ତୁ: କହ୍ନେୟା ଲାଲ ହତ୍ୟାକୁ ନେଇ ଏପରି କ’ଣ କହିଲେ କେରଳ ରାଜ୍ୟପାଳ? ସବୁଠି ହେଉଛି ଚର୍ଚ୍ଚା