• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଆସାମରେ ବନ୍ୟା ବିତ୍ପାତ, ଅଢେଇ ଲକ୍ଷ ଲୋକ ପ୍ରଭାବିତ

ଆସାମରେ ବନ୍ୟା ବିତ୍ପାତ, ଅଢେଇ ଲକ୍ଷ ଲୋକ ପ୍ରଭାବିତ

ଆସାମରେ ବନ୍ୟା ପରିସ୍ଥିତି ଅସମ୍ଭାଳ

Edited ByZee Odisha Desk
Published: Jul 11, 2020, 09:44 AM IST|Updated: Jul 11, 2020, 09:44 AM IST
joinshare
ଆସାମରେ ବନ୍ୟା ବିତ୍ପାତ, ଅଢେଇ ଲକ୍ଷ ଲୋକ ପ୍ରଭାବିତ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଏତଲା, ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ ଓ ଅନ୍ୟ ଖବର

    ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଏତଲା, ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ ଓ ଅନ୍ୟ ଖବର

    2

    ସେୟାର ବଜାରର ସ୍ମାର୍ଟ ନିବେଶକ ହେବାକୁ ଚାହୁଁଛନ୍ତି କି? Kwala Intel AIକୁ ପଚାରନ୍ତୁ ସବୁ ପ୍ରଶ୍

    3

    ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ABVP-BCJD ପ୍ରାର୍ଥୀ ମୁହାଁମୁହିଁ, ସଭାସ୍ଥଳରେ ଚେୟାର ଭଙ୍ଗା

    4

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    5

    ଛାତିଥରା ଦୁର୍ଘଟଣା: ଭୋଜି ଖାଇବାକୁ ଯାଉଥିଲେ, ନଦୀରେ ବୁଡ଼ିଗଲେ ୧୧ ଶିଶୁ

    ଗୌହାଟି: ଆସାମରେ ବନ୍ୟା ବିତ୍ପାତ। ଭୟଙ୍କର ରୂପ ନେବାରେ ଲାଗିଛି ବନ୍ୟା ସ୍ଥିତି। ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧।୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଏକ ରିପୋର୍ଟରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ଟି ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି। 

    ଏହି ଜିଲ୍ଲା ଗୁଡ଼ିକର ପ୍ରାୟ ୩୨୩ଟି ରାଜସ୍ୱ କ୍ଷେତ୍ରରେ ୩,୪୧,୮୩୭ ଲୋକ ପ୍ରଭାବିତ ହୋଇ ସାରିଛନ୍ତି। ଶୁକ୍ରବାର ଉଦଲଗିରି ଓ ଦିବ୍ରୁଗଡ଼ ଦୁଇଟି ଜିଲ୍ଲା ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି। ଏହା ସହିତ ଏହି ଦୁଇଟି ଜିଲ୍ଲାରେ ବନ୍ୟା ଓ ଭୁସ୍ଖଳନ ପାଇଁ ୬୪ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଛି। 

    ଏହାରି ମଧ୍ୟରେ ଆସାମ ଓ ପଡ଼ୋଶୀ ରାଜ୍ୟ ମେଘାଳୟରେ ପ୍ରବଳ ବର୍ଷା ମଧ୍ୟ ହେବାର ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୟ ଓ ନୀଲ ଶାହା କହିଛନ୍ତି କି, ଶନିବାର କିଛି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ, ଧେମାଜୀ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ପାଖାପାଖି ୧।୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ଲକ୍ଷ୍ମୀପୁର ଜିଲ୍ଲାରେ ୭୫ ହଜାର ଲୋକ, ବାରପେଟାରେ ୬୩ ହଜାର ଲୋକ ବନ୍ୟା ପାଣି ପାଇଁ ପ୍ରଭାବିତ ହୋଇଛନ୍ତି। ୧୪ ଟି ଜିଲ୍ଲାରେ ୭୨୪ ଗ୍ରାମ ପ୍ରଭାବିତ ହେବା ସହିତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଏହା ସହିତ ୪୬୭୯୭ ହେକ୍ଟର ଚାଷ ଜମିରେ ମଧ୍ୟ ବନ୍ୟା ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। 

    Add Zee News as a Preferred Source
    TAGS:
    Assam flood
    worst situation
    Dibrugarh