Dry Day: ଜାନୁଆରୀ ୨୨ ତାରିଖକୁ ‘ଡ୍ରାଏ ଡ଼େ’ ଘୋଷଣା କଲେ ସରକାର
Advertisement

Dry Day: ଜାନୁଆରୀ ୨୨ ତାରିଖକୁ ‘ଡ୍ରାଏ ଡ଼େ’ ଘୋଷଣା କଲେ ସରକାର

Dry Day: ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। 

ସୌ(ସୋସିଆଲ ମିଡିଆ)

Assam Declared Dry Day: ପାଖେଇ ଆସୁଛି ଦିନ। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ସେହି ବିରଳ ମୁହୂର୍ତ୍ତ ଅପେକ୍ଷାରେ  ରହିଛନ୍ତି କୋଟି କୋଟି ଭାରତୀୟ। ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ଏହି ଦିନରେ ଆସାମ ସରକାର ଜାନୁଆରୀ ୧୧କୁ ଡ୍ରାଏ ଡ଼େ (Dry Day) ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆସାମରେ ସେହି ଦିନ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ (Himanta Biswa Sarma) ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକ ପରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲା ବରୁଆ (Jayanta Malla Baruah) କହିଛନ୍ତି, ରାମ ମନ୍ଦିର ଉଦ୍ଦଘାଟନ ଉପଲକ୍ଷେ ଆସାମ ସରକାର ଜାନୁଆରୀ ୨୨ତାରିଖକୁ ଡ୍ରାଇ ଡ଼େ ଘୋଷଣା କରିଛନ୍ତି ।

Also Read-Ayodhya Ram Mandir: ମହିଳାଙ୍କ ଅଜବ୍ ଜିଦ୍, 'ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମ ଦେବେ ଶିଶୁ'

ଏହି ଉତ୍ସବରେ କେବଳ ଦେଶ ନୁହେଁ ବରଂ ବିଶ୍ବର ୫୫ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ବିଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ପ୍ରକାଶ ଥାଉ କି, ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।