ଜାଣନ୍ତୁ ଆସାମର SI ଭର୍ତ୍ତି ପେପର ଲିକ୍ ମାମଲା କ’ଣ ? ଯେଉଁଥିରେ ଗିରଫ ହେଲେ ବିଜେପି ନେତା
Advertisement
Article Detail0/zeeodisha/odisha758188

ଜାଣନ୍ତୁ ଆସାମର SI ଭର୍ତ୍ତି ପେପର ଲିକ୍ ମାମଲା କ’ଣ ? ଯେଉଁଥିରେ ଗିରଫ ହେଲେ ବିଜେପି ନେତା

ଆସାମ ପୋଲିସ ରାଜ୍ୟରେ ୫୮୭ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତ କରିବାକୁ ଯାଉଥିଲା । କିନ୍ତୁ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ହୋଇଯାଇଛି ।

ଜାଣନ୍ତୁ ଆସାମର SI ଭର୍ତ୍ତି ପେପର ଲିକ୍ ମାମଲା କ’ଣ ? ଯେଉଁଥିରେ ଗିରଫ ହେଲେ ବିଜେପି ନେତା

ନୂଆଦିଲ୍ଲୀ: ଆସାମ ପୋଲିସ ସବ୍ ଇନ୍ସପେକ୍ଟର ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ ମାମଲାରେ ବିଜେପି ନେତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ବିଜେପି ନେତା ଦିବାନ ଡେକା ଫେରାର ଥିଲେ । ଆସାମ ପୋଲିସ ଏହି ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରି ରଖିଥିଲା । ପୂର୍ବତନ ଡିଆଇଜି ପିକେ ଦତ୍ତ ମଧ୍ୟ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ।

ଆସାମ ପୋଲିସ ରାଜ୍ୟରେ ୫୮୭ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତ କରିବାକୁ ଯାଉଥିଲା । କିନ୍ତୁ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ହୋଇଯାଇଛି । ଏହା ପରେ ସେପ୍ଟେମ୍ବର ୨୦ରେ ପରୀକ୍ଷା ବାତିଲ କରାଯାଇଥିଲା । ଏହି ପରୀକ୍ଷାରେ ୬୦ ହଜାରରୁ ଅଧିକ ପ୍ରାର୍ଥୀ ସାମିଲ ହେବାର ଥିଲା । ପରୀକ୍ଷା ପାଇଁ ୧୫୪ଟି କେନ୍ଦ୍ର କରାଯାଇଥିଲା । କିନ୍ତୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷା ବାତିଲ କରାଯାଇଛି । ଏହି ମାମଲାରେ ବୁଧବାର ବିଳମ୍ବିତ ରାତିରେ ବାଲାଜୀ ଜିଲ୍ଲାରୁ ଦିବାନ ଡେକାଙ୍କୁ ପୋଲିସ ଗିରଫ କରିଛି । ପେପର ଲିକ୍ ଘଟଣାର ୧୦ ଦିନ ପରେ ପୋଲିସ ଦିବାନଙ୍କୁ ଗିରଫ କରିଛି । ୪୩ ବର୍ଷୀୟ ଦିବାନ ଡେକା ଦୀର୍ଘ ଦିନ ଧରି ବିଜେପି ସହ ଜଡିତ ଅଛନ୍ତି । ସେ ନିଜକୁ ବିଜେପିର କିସାନ ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ବିଶ୍ୱ ଯୁଦ୍ଧର ଆଭାସ ! ଏହି ୪ଟି ସ୍ଥାନରେ ପଡ଼ୋଶୀ ଦେଶ ମଧ୍ୟରେ ଜାରି ରହିଛି ସଂଘର୍ଷ

ଗିରଫ ପରେ ଆସାମ ପୋଲିସ ଦିବାନ ଡେକାଙ୍କୁ ପଚରାଉଚରା କରୁଛି । ଏହି ଘଟଣାରେ ଆଉ କିଏ ଜଡିତ ଅଛନ୍ତି ଏବଂ ସେ ଏହି ମାମଲାରେ କେଉଁ ଭୂମିକା ଗ୍ରହଣ କରୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ଆସାମ ପୋଲିସ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରିଛି । ପୂର୍ବତନ ଡିଜି ପିକେ ଦତ୍ତ ଏହି ମାମଲାରେ ଏବେ ବି ଫେରାର ଅଛନ୍ତି । ତାଙ୍କ ବିଷୟରେ ସୂଚନା ଦେଲେ ଆସାମ ପୋଲିସ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବାର ଘୋଷଣା କରିଛି ।