ଉଡା଼ଣ ବେଳେ ପକ୍ଷୀ ସହ ପିଟିହେଲା ବିମାନ; ଏପରି ଉପାୟରେ ଉଦ୍ଧାର ହେଲେ ଯାତ୍ରୀ
Advertisement
Article Detail0/zeeodisha/odisha999960

ଉଡା଼ଣ ବେଳେ ପକ୍ଷୀ ସହ ପିଟିହେଲା ବିମାନ; ଏପରି ଉପାୟରେ ଉଦ୍ଧାର ହେଲେ ଯାତ୍ରୀ

ବିମାନ ଚାଳକଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶହେରୁ ଅଧିକ ବିମାନଯାତ୍ରୀ।

ଉଡା଼ଣ ବେଳେ ପକ୍ଷୀ ସହ ପିଟିହେଲା ବିମାନ; ଏପରି ଉପାୟରେ ଉଦ୍ଧାର ହେଲେ ଯାତ୍ରୀ

ନୂଆଦିଲ୍ଲୀ: ରନ୍ ୱେରୁ ଉଡାଣ ଭରୁଥିବା ବେଳେ ବିମାନ ଇଞ୍ଜିନରେ ଲାଗିଲା ନିଆଁ। ଏହି ଦୁର୍ଘଟଣା କାରଣରୁ ହେବାକୁ ଥିବା ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିମାନଯାତ୍ରୀ। ଯୁକ୍ତରାଷ୍ଟ୍ରର ଆମେରିକାର ନ୍ୟୁ ଜର୍ସିସ୍ଥିତ ଆଟଲାଣ୍ଟିକ ସହରରେ ଅବସ୍ଥିତ ବିମାନବନ୍ଦର ଠାରେ ଘଟିଯାଇଛି ଏଭଳି ଘଟଣା।

ଏବିସି ନ୍ୟୁଜ ରିପୋର୍ଟ (ABC News Report) ଅନୁସାରେ ସ୍ପିରିଟ ଏୟାରଲାଇନ୍ସ (Spirit Airlines) ଦ୍ୱାରା ପରିଚାଳିତ ଏନକେ ୩୦୪୪ ନାମକ ଏକ ବିମାନ (Flight NK3044) ପ୍ରାୟ ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ  ଉଡା଼ଣ ଭରୁଥିବା ବେଳେ ଏହାର ଡାହାଣ ପଟ ଇଞ୍ଜିନରେ ଏକ ପକ୍ଷୀ ଆସି ପିଟି ହୋଇଯାଇଥିଲା।

Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

ଏନେଇ ଜାଣିବା ପରେ ବିମାନ କର୍ମଚାରୀ ସତର୍କ ହୋଇଉଠିବା ସହ ଏହରା ଚାଳକ ବିମାନ ଉଡାଣକୁ ବାତିଲ କରି ଜରୁରୀକାଳୀନ ସେବା ସହ ଯୋଗାଯୋଗ କରିଥିଲେ। ଏହା ସହିତ ଫ୍ଲାଇଟ ଆଟେଣ୍ଡାଟ୍ ଯାତ୍ରୀଙ୍କୁ ନିଜ ଲଗେଜ ଛାଡି଼ ବିମାନରୁ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ଘଟଣାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

 ବିମାନ ଚାଳକଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶହେରୁ ଅଧିକ ବିମାନଯାତ୍ରୀ। ତାଙ୍କର ଏହି କାମ ପାଇଁ ତାଙ୍କ ନିକଟକୁ ପ୍ରଂଶସାର ସୁଅ ଛୁଟିବାରେ ଲାଗିଛି।