ଅଯୋଧ୍ୟା ରାମ ମନ୍ଦିର: ଅଗଷ୍ଟ ୪ରୁ ଆରମ୍ଭ ହେବ ନିଶାନ ପୂଜନ
Advertisement

ଅଯୋଧ୍ୟା ରାମ ମନ୍ଦିର: ଅଗଷ୍ଟ ୪ରୁ ଆରମ୍ଭ ହେବ ନିଶାନ ପୂଜନ

ରାମ ମନ୍ଦିର ନିର୍ମାଣ ପୂର୍ବରୁ ଅଯୋଧ୍ୟାରେ ଅଗଷ୍ଟ ୪ ତାରିଖରେ ନିଶାନ ପୂଜନ ଅନୁଷ୍ଠିତ ହେବ। 

ଅଯୋଧ୍ୟା ରାମ ମନ୍ଦିର: ଅଗଷ୍ଟ ୪ରୁ ଆରମ୍ଭ ହେବ ନିଶାନ ପୂଜନ

ଲକ୍ଷ୍ନୌ: ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଏହା ପୂର୍ବରୁ ଅଗଷ୍ଟ ୫ ବୁଧବାର ଭୂମି ପୂଜନ ଏବଂ ଅଗଷ୍ଟ ୩ ସୋମବାର ହେବାକୁ ଯାଉଛି ନିଶାନ ପୂଜନ। ହେଲେ ଆସନ୍ତାକାଲି ହେବାକୁ ଥିବା ନିଶାନ ପୂଜନକୁ ବାତିଲ କରାଯାଇ ଏହାକୁ ଅଗଷ୍ଟ ୪ ତାରିଖ ମଙ୍ଗଳବାର ଆୟୋଜିତ କରିବାକୁ ଯୋଜନା କରାଯାଇଛି। ଅଯୋଧ୍ୟାରେ ଅବସ୍ଥିତ ହନୁମାନଗଢିରେ ଏହି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ମଙ୍ଗଳବାର ସକାଳ ୧୦ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ଜଣାଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡ. ଅନିଲ ମିଶ୍ର। 

ଏ ସମ୍ପର୍କରେ ମତ ରଖି ଟ୍ରଷ୍ଟ ସଦସ୍ୟ ମିଶ୍ର କହିଛନ୍ତି, ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଯୋଜନାରେ ପରିବର୍ତ୍ତନ କରାଯିବା କାରଣରୁ ହନୁମାନଗଢିରେ ହେବାକୁ ଥିବା ନିଶାନ ପୂଜନଙ୍କୁ ବାତିଲ କରାଯାଇଛି। ଏକ ବିଶ୍ୱାସ ରହିଛି ଯେ ଭଗବାନ ରାମଙ୍କ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାଙ୍କର ମୁଖ୍ୟ ଭକ୍ତ ହନୁମାନଙ୍କ ନିଶାନ ପୂଜନ ଆବଶ୍ୟକ। ହିନ୍ଦୁ ରୀତିନୀତି ଅନୁସାରେ ନିଶାନ ପୂଜନ ସମାରୋହର ମହତ୍ତ୍ୱ ରହିଛି ଯାହା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପୂର୍ବରୁ କରାଯାଇଥାଏ।

ଅଗଷ୍ଟ ୨ ତାରିଖ ରବିବାର ଅଯୋଧ୍ୟା ଗସ୍ତରେ ଆସିଥାନ୍ତେ ୟୁପି ମୁଖ୍ୟମୁଖ୍ୟମନ୍ତ୍ରୀ ଯୋଗୀ। ହେଲେ ତାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କମଲା ରାନୀ ବରୁଣଙ୍କ କୋରାନା ସଂକ୍ରମଣରେ ମୃତ୍ୟୁ ହେବା କାରଣରୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଆସନ୍ତା ବୁଧବାର ହେବାକୁ ଯାଉଥିବା ଭୂମି ପୂଜନ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି କିପରି ଚାଲିଛି ସେ ନେଇ ସମୀକ୍ଷା କରିବାକୁ ଅଯୋଧ୍ୟା ଗସ୍ତରେ ଆସିଥାନ୍ତେ ଉତ୍ତର ମୁଖ୍ୟମନ୍ତ୍ରୀ ଯୋଗୀ । ଏହା ସହିତ ଏହି ଅବସରରେ ସେ ଧର୍ମ ନଗରୀରେ ଅବସ୍ଥିତ ହନୁମାନଗଢି ମନ୍ଦିର ଏବଂ 'ରାମ କି ପାଉଡି' ପ୍ରଭୂତି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା।

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର 'ଭୁମି ପୂଜନ' ଲାଗି ବିଶାଳ ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୪-୫ ତାରିଖରେ ମଥୁରା, କାଶୀ, ଚିତ୍ରକୂଟ, ପ୍ରୟାଗରାଜ, ଗୋରଖପୁର ଏବଂ ନୈମିସାରଣ୍ୟରେ ପ୍ରାର୍ଥନା କରାଯିବ ଏବଂ ଅଖଣ୍ଡ ରାମାୟଣ ଗ୍ରନ୍ଥ ପାଠ କରାଯିବ।