Baba Vanga 2022 Prediction: ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ବିନାଶ!
Advertisement
Article Detail0/zeeodisha/odisha1054726

Baba Vanga 2022 Prediction: ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ବିନାଶ!

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । 

Baba Vanga 2022 Prediction: ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ବିନାଶ!

ନୂଆଦିଲ୍ଲୀ: Baba Vanga 2022 Prediction: କିଛି ଭଲ ଓ କିଛି ଖରାପ ସ୍ମୃତି ସହିତ ବିଦାୟ ନେବାକୁ ଯାଉଛି ୨୦୨୧ ଓ ନୂଆ ଆଶାର ଆଲୋକ ସହ ନୂତନ ବର୍ଷ ୨୦୨୨ର ଆଗମନ ହେବାକୁ ଯାଉଛି । ଏହାସହ ୨୦୨୨କୁ ନେଇ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଭବିଷ୍ୟବାଣୀ (Prediction 2022) ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ୨୦୨୨ ବର୍ଷ ପାଇଁ ସେ କ’ଣ ଭବିଷ୍ୟବାଣୀ (Baba Vanga Ki Bhavishyavani 2022) କରିଛନ୍ତି ଆସନ୍ତୁ ଜାଣିବା...

ଦୁନିଆରେ ଦେଖାଦେବ ଜଳର ଅଭାବ

ଭେଙ୍ଗା ବାବାଙ୍କ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ଜଳ ସଙ୍କଟ ଆହୁରି ଗଭୀର ହେବାକୁ ଯାଉଛି । ଅନେକ ସହରରେ ପାନୀୟ ଜଳର ଅଭାବ ଦେଖାଦେବ । ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ଓ ପୋଖରୀଗୁଡ଼ିକର ପାଣି ଶୁଖିବାକୁ ଲାଗିବ । ଜଳ ଅଭାବରୁ ଲୋକମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହେବେ ।

ଲୋକଙ୍କୁ ଲାଗିଯିବ ଗ୍ୟାଜେଟର ନିଶା

ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ଲୋକମାନେ ମୋବାଇଲ୍, ଲାପଟପ୍ ଏବଂ କମ୍ପ୍ୟୁଟରରେ ଅଧିକ ସମୟ ଅତିବାହିତ କରିବେ ସେମାନଙ୍କର ଏହି ଅଭ୍ୟାସ ଧୀରେ ଧୀରେ ନିଶାର ରୂପ ନେବ, ଯେଉଁଥିପାଇଁ ଲୋକଙ୍କ ମାନସିକ ଅବସ୍ଥା ଖରାପ ହେବ ଓ ସେମାନେ ମାନସିକ ସ୍ତରରେ ଅସୁସ୍ଥ ହୋଇଯିବେ ।

ସାଇବରିଆରେ ମିଳିବ ବିପଜ୍ଜନକ ଭାଇରସ

ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ମିଂ ଚଳିତ ବର୍ଷ ପ୍ରଳୟକାରୀ ସିଦ୍ଧ ହେବ । ଗରମ ହେତୁ ରୁଷର ସାଇବେରିଆ ଅଞ୍ଚଳରେ ବରଫ ତରଳିବା ଆରମ୍ଭ କରିବ, ଯେଉଁ କାରଣରୁ ବୈଜ୍ଞାନିକଙ୍କ ଦଳକୁ ଏକ ମାରାତ୍ମକ ଭୂତାଣୁ ମିଳିବ । ଏହି ଭୂତାଣୁ ଅତ୍ୟଧିକ ସଂକ୍ରମିତ ହେବ ଓ ଶୀଘ୍ର ବିସ୍ତାର ହେବ । ଏହି ସଂକ୍ରମଣର ମୁକାବିଲା କରିବାରେ ଦୁନିଆର ସମସ୍ତ ବ୍ୟବସ୍ଥା ବିଫଳ ହେବ ।

ଭାରତରେ ୫୦ ଡିଗ୍ରୀ ପହଞ୍ଚିବ ତାପମାତ୍ରା

ଭାରତ ଉପରେ ମଧ୍ୟ ଗ୍ଲୋବାଲ ୱାର୍ମିଂର ପ୍ରଭାବ ପଡ଼ିବ । ଏହି କାରଣରୁ ଦେଶର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ତାପମାତ୍ରା ବୃଦ୍ଧି ହେତୁ ପଙ୍ଗପାଳର ଉତ୍ପାଦନ ବୃଦ୍ଧି ପାଇବ ଓ ସେମାନେ କୋଟି କୋଟି ସଂଖ୍ୟାରେ ସବୁଜ ଅଞ୍ଚଳ ଉପରେ ଆକ୍ରମଣ କରିବେ ଏବଂ ନଷ୍ଟ କରିବେ । ଏହାଦ୍ୱାରା ଦେଶରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ ।

ଏହା ବି ପଢ଼ନ୍ତୁ:-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୨୭୮ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ଅତିଥି ଓ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା

 

ସୁନାମି ଓ ଭୂକମ୍ପ ଆଶଙ୍କା ବୃଦ୍ଧି ପାଇବ

ଭେଙ୍ଗା ବାବା (Baba Vanga Ki Bhavishyavani 2022) ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ଭୂକମ୍ପ ଓ ସୁନାମି ହେବାର ଆଶଙ୍କା ବଢ଼ିବ । ଭାରତ ମହାସାଗରରେ ଭୂକମ୍ପ ପରେ ଏକ ବଡ଼ ସୁନାମି ସୃଷ୍ଟି ହେବ ଯାହା ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଣ୍ଡୋନେସିଆ, ଭାରତ ସମେତ ବିଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳକୁ କ୍ଷତି ପହଞ୍ଚାଇବ । ଏହି ସୁନାମିରେ ଶହ ଶହ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିବ ।

ଏଠାରେ କହି ରଖୁଛୁ ଯେ, ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ (Baba Vanga 2022 Prediction) କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି । ୨୦୨୨  ବିଷୟରେ ତାଙ୍କର ମୂଲ୍ୟାଙ୍କନ କେତେ ସଠିକ୍, କେବଳ ସମୟ କହିବ ।

(Disclaimer: ZEE ODISHA ଏହି ଦାବିଗୁଡିକର ସତ୍ୟତାକୁ ପୃଷ୍ଟି କରେ ନାହିଁ)