#BangaloreViolence: ହିଂସା ଉସକାଇବା ଅଭିଯୋଗରେ SDPI ନେତା ମୁଜାମିଲ ପାସା ସମେତ ୧୫୦ ଗିରଫ
Advertisement

#BangaloreViolence: ହିଂସା ଉସକାଇବା ଅଭିଯୋଗରେ SDPI ନେତା ମୁଜାମିଲ ପାସା ସମେତ ୧୫୦ ଗିରଫ

#BangaloreViolence: ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ହୋଇଥିବାସ ହିଂସାତ୍ମକ ଘଟଣାରେ SDPI ନେତା ମୁଜାମିଲ ପାସା ସମେତ ମୋଟ ୧୫୦ ଗିରଫ କରାଯାଇଛି ।

#BangaloreViolence: ହିଂସା ଉସକାଇବା ଅଭିଯୋଗରେ SDPI ନେତା ମୁଜାମିଲ ପାସା ସମେତ ୧୫୦ ଗିରଫ

ବେଙ୍ଗାଲୁରୁ: ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡିତ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ-ଏସଡିପିଆଇ (Social Democratic Party of India-SDPI) ନେତା ମୁଜାମିଲ ପାସାକୁ ଗିରଫ କରିଛି ପୋଲିସ । ସେ ଦଙ୍ଗାକୁ ଉସକାଇ ଥିବା ନେଇ ଗିରଫ ଏସଡିପିଆଇ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ।  ଏ ଘଟଣାରେ ସର୍ବମୋଟ ୧୫୦ ଜଣଙ୍କୁ ଗିରଫ କରା ଯାଇ ସାରିଲାଣି ।

କର୍ଣ୍ଣାଟକର କର୍ଣ୍ଣାଟକର ପୁଲକେଶୀନଗର ବିଧାନସଭା ଆସନର କଂଗ୍ରେସ ବିଧାୟକ ଅଖାଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ନବୀନଙ୍କ ପକ୍ଷରୁ କରାଯାଇଥିବା ଏକ ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ଏହି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏ ଘଚଣାରେ ନବୀନଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ଏହି ହିଂସାତ୍ମକ ସଂଘର୍ଷ ପୂର୍ବ ବେଙ୍ଗାଲୁରୁର ଡିଜେ ହାଲି (DJ Halli) ଓ କେଜି ହାଲି (KG Halli) ପୋଲିସ ଥାନା ଅଞ୍ଚଳରେ ଘଟିଛି।

ବେଙ୍ଗାଲୁର ହିଂସାକାଣ୍ଡ ଘଟଣାରେ ଗିରଫ ଏସଡିପିଆଇ ନେତା ମୁଜାମିଲ ପାସା ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଲିକେ-ବିବିଏମପି (BBMP-Bruhat Bengaluru Mahanagara Palike) ସାଗାୟାପୁରା ୱାର୍ଡରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲା । ପାସା ବ୍ୟତୀତ ଅନ୍ୟତମ ଏସଡିପିଆଇ ନେତା ଆୟାଜ ମଧ୍ୟ ପୋଲିସ ରାଡାର ମଧ୍ୟରେ ରହିଛି । ଏହା ଏହ ପ୍ରାକ ପ୍ରାୟୋଜିତ (pre-planned) ହିଂସାକାଣ୍ଡ ଏବଂ ଏ ଘଟଣାରେ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି କର୍ଣ୍ଣାଟକ ପୋଲିସ ।

ରାଜ୍ୟର ହୋଇଥିବା ହିଂସାକାଣ୍ଡ ଘଟଣାରେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ସିଟି ରବି (Karnataka Minister CT Ravi said) କହିଛନ୍ତି ଏହା ଏକ ପୂର୍ବ ପ୍ରାୟୋଜିତ ହିଂସା ଘଟଣା । କାରଣ ଏକ ବିବାଦୀୟ ଫେସବୁକ ପୋଷ୍ଟକୁ ନେଇ ହଜାର ହଜାର ଲୋକ ଏକତ୍ରୀତ ହୋଇ ହିଂସାକାଣ୍ଡ ଘଟାଇବା ସହ ୨୦୦-୩୦୦ ଗାଡି ଏବଂ ବିଧାୟକଙ୍କ ଘର ଉପରକୁ ଢେଲା ପଥର ମାଡ କରିବା ଏହା ସ୍ପଷ୍ଟ ହେଉଛି। ଏ ଘଟଣାରେ ଏସଡିପିଆଇ ଜଡିତ ରହିଛି ।
 
ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା  ଡିଜେ ହାଲି ପୋଲିସ ଥାନା କରିଛନ୍ତି ବେଙ୍ଗାଲୁରୁ ଅର୍ବାନ ଡେପୁଟି କମିଶନର(Bengaluru Urban Deputy Commissioner) ଜିଏନ ଶିବମୂର୍ତ୍ତି (GN Shivamurthy)। ଯାହା ଗତି ରାତିରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଏ ଘଟଣା ଉପରେ ମତ ରଖି କମିଶନର ଶିବମୂର୍ତ୍ତି କହିଛନ୍ତି, ଗତ ରାତିରେ ଯାହା ଘଟିଗଲା ତାହା ଦୁର୍ଭାଗ୍ୟଜନକ । ଏହା ଦ୍ୱାରା ଅନେକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଛି । ଏହି ହିଂସାକାଣ୍ଡକୁ ନେଇ ସହରବାସୀ ଉତ୍ତେଜିତ କିମ୍ବା ବିଚଳିତ ହେବାର କୌଣସି କାରଣ ନାହିଁ ।

ଗତ ରାତିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରାୟ ୫୦ ଲୋକ ଆହତ ହୋଇଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏ ଘଟଣାରେ ପ୍ରତିକ୍ରିୟା ରଖି ବେଙ୍ଗାଲୁରୁ ପୋଲିସ କମିଶନର (Bengaluru Police Commissioner) କମଲ ପନ୍ତ (Kamal Pant) ସହରରେ ହୋଇଥିବା ହିଂସାକାଣ୍ଡକୁ ରୋକିବା ଲାଗି ଡିଜେ ହାଲି ଏବଂ କେଜି ହାଲି ଥାନା ଅଞ୍ଚଳରେ ସିଆରପିସି ସେକ୍ସନ ୧୪୪ (CrPC Section 144) ଜାରି କରାଯିବା ସହ କର୍ଫ୍ୟୁ ଲଗାଯାଇଛି । ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବା ନବୀନକୁ ମଧ୍ୟ ଗିରଫ କରାଯାଇଛି ।