୮୦ ଦିନ ପରେ ମାହିଙ୍କୁ ମନେ ପକାଇଲା ବିସିସିଆଇ!
Advertisement
Article Detail0/zeeodisha/odisha777128

୮୦ ଦିନ ପରେ ମାହିଙ୍କୁ ମନେ ପକାଇଲା ବିସିସିଆଇ!

ଅଷ୍ଟ୍ରେଲିଆ ଗସ୍ତ ପାଇଁ ୩୨ ଜଣିଆ ଭାରତୀୟ ଦଳର ଘୋଷଣା ପରେ ବଦଳଛି ବିସିସିଆଇ ଟ୍ୱିଟର ପେଜର କଭର ଫଟୋ।

@BCCI

ନୂଆଦିଲ୍ଲୀ: ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମ୍ନାନ ଜଣାଇଛି ବିସିସିଆଇ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ପରେ ବିସିସିଆଇ ଟ୍ୱିଟର ପେଜର କଭର ଫଟୋ ଅପଡେଟ୍ କରିଛି। ସେଥିରେ ମାହିଙ୍କ ଫଟୋ ସହ #ଥ୍ୟାଙ୍କ୍ୟୁଏମଏସଧୋନି ଲେଖା  ହୋଇଛି।

ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଭାରତୀୟ କ୍ରିକେଟରେ ଅବଦାନ ପାଇଁ ଏମଏସ ଧୋନିଙ୍କୁ ପ୍ରଶଂସା କରିଥିଲେ। ଗାଙ୍ଗୁଲି ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଏହା ଏକ ଯୁଗର ସମାପ୍ତ ହୋଇଛି ଏବଂ ତାଙ୍କର ନେତୃତ୍ୱ ଗୁଣ ସହ ମେଳ ହେବା କଷ୍ଟକର ହେବ, ବିଶେଷ କରି ଖେଳର ଛୋଟ ଫର୍ମାଟରେ। ୱିକେଟ୍ କିପରମାନେ ମଧ୍ୟ ଧୋନିଙ୍କ ଆଦର୍ଶରେ ଅନୁପ୍ରାଣିତି  ହୋଇ ନିଜର ଉଲ୍ଲେଖନୀୟ କ୍ୟାରିୟର ଶେଷ କରିବେ।

ସୂଚନାଯୋଗ୍ୟ, ବିଶ୍ୱକପ ସେମି ଫାଇନାଲଠାରୁ ଭାରତୀୟ ଦଳ ପାଇଁ କ୍ୟାପଟେନ କୁଲ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳନଥିଲେ। ବିଶ୍ୱକପ ପରବର୍ତ୍ତି ଟିମରେ ତାଙ୍କୁ ସାମିଲ କରାଯାଇନଥିଲା। ଦୀର୍ଘ ସମୟ ଧରି ସେ ଦଳରେ ନିଜକୁ ଏକୁଟିଆ ମନେ କରୁଥିଲେ। ଶେଷରେ ଚଳିତବର୍ଷ ଅଗଷ୍ଟ ୧୫ ଅର୍ଥାତ ସ୍ୱାଧିନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ। ମାହିଙ୍କ ଅବସରର କିଛି ସମୟ ମଧ୍ୟରେ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ଘୋଷଣା କରିଥିଲେ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ପ୍ରଶଂସକମାନେ ଏବେ ଡ୍ରିମ ୧୧ ଆଇପିଏଲରେ ଧୋନୀଙ୍କୁ ଚେନ୍ନାଇ ସୁପରକିଙ୍ଗ ଟିମରେ ଦେଖୁଛନ୍ତି। ତେବେ, ହଳଦିଆ ରଙ୍ଗର ପୁରୁଷମାନେ ଏହି ଲିଗରେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଚେନ୍ନାଇକୁ ତିନିଥର ଟାଇଟଲ୍‌କୁ ନେଇ ଏମଏସ ଧୋନିଙ୍କ ଚତୁର୍ଥ ଟାଇଟଲ ଜିତିବା ପାଇଁ ଚଳିତ ବର୍ଷ ବିଫଳ ହୋଇଛନ୍ତି। ପ୍ଲେ ଅଫ୍ ରେସରୁ ବାଦ ପଡିଥିବା ଚେନ୍ନାଇ ଆଜି ଆବୁଧାବିରେ ପଞ୍ଜାବ ସହ ମୁକାବିଲା କରିବ।