Delta Plus ପରେ ଏବେ ଟେନସନ ଦେଲାଣି Lambda Variant, ଜାଣନ୍ତୁ ଲକ୍ଷଣ...
Advertisement

Delta Plus ପରେ ଏବେ ଟେନସନ ଦେଲାଣି Lambda Variant, ଜାଣନ୍ତୁ ଲକ୍ଷଣ...

କୋରୋନାର ଡେଲ୍ଟା ମ୍ୟୁଟେସନ ପରେ ଏବେ ଚିନ୍ତା ବଢାଇଲାଣି ଲାମ୍ବଡା ଭାରିଆଣ୍ଟ । ଯାହାକୁ ନେଇ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତାରେ।

Delta Plus ପରେ ଏବେ ଟେନସନ ଦେଲାଣି Lambda Variant, ଜାଣନ୍ତୁ ଲକ୍ଷଣ...

ନୂଆଦିଲ୍ଲୀ: ଭାରତରେ କୋରୋନା ତାର ତାଣ୍ଡବ ଲୀଳା ଜାରି ରଖିଛି । ସମୟ ବଦଳିବା ସହିତ କୋରୋନା ନିଜର ରୂପ ବି ବଦଳାଇବାରେ ଲାଗିଛି ଯାହାକୁ ନେଇ ଖାଲି ଆମ ଦେଶ ନୁହେଁ ପୁରା ବିଶ୍ୱ ଚିନ୍ତାରେ । କୋରୋନାର ଡେଲ୍ଟା ମ୍ୟୁଟେସନ ପରେ ଏବେ ଚିନ୍ତା ବଢାଇଲାଣି ଲାମ୍ବଡା ଭାରିଆଣ୍ଟ । ଯାହାକୁ ନେଇ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତାରେ। କାରଣ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅତି ଗମ୍ଭୀର ଭାରିଆଣ୍ଟ ବୋଲି ବିବେଚନା କରିବା ସହିତ ଭାରିଆଣ୍ଟ ଅଫ୍ କନସର୍ନ ବୋଲି ବିବେଚନା କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ମଧ୍ୟ କୋରୋନାର ଲାମ୍ବଡା ଭାରିଆଣ୍ଟ ପ୍ରକାରକୁ 'ଭାରିଆଣ୍ଟ ଅଫ୍ କନସର୍ଣ୍ଣ' ଶ୍ରେଣୀଭୁକ୍ତ କରିଛି । ଜୁନ୍ ୧୫ ରେ,  WHO ରିପୋର୍ଟ କରିଥିଲା ​​ଯେ, ପ୍ରାୟ ୨୯ ଟି ଦେଶରେ 'ଲାମ୍ବଡା ଭାରିଆଣ୍ଟ' (Lambda Variant)ଦେଖିବାକୁ ମିଳିଛି। ଏହି ପ୍ରକାରର ଉତ୍ପତ୍ତି ଦକ୍ଷିଣ ଆମେରିକାରୁ ବୋଲି କୁହାଯାଇଛି । ବର୍ତ୍ତମାନ ଦକ୍ଷିଣ ବ୍ରାଜିଲ ଏବଂ ବ୍ରିଟେନରେ ମଧ୍ୟ ଲାମ୍ବଡା ଭାରିଆଣ୍ଟ ମାମଲା ସାମ୍ନାକୁ ଆସିଛି। ନ୍ୟୁଜ୍ ମେଡିକାଲ୍ ଲାଇଫ୍ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଏହି କୋରୋନା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପୁଛି । ଅନେକ ରିପୋର୍ଟ ଅନୁଯାୟୀ, ଜନସ୍ୱାସ୍ଥ୍ୟ ଇଂଲଣ୍ଡ ମଧ୍ୟ ଏହି ପ୍ରକାର ବିଷୟରେ ଚିନ୍ତା ପ୍ରକଟ କରିଛି।

Also Read: Moderna Vaccine କୁ ଭାରତରେ ମଞ୍ଜୁରୀ, କେନ୍ଦ୍ର ଖୁବ୍ ଶୀଘ୍ର କରିପାରେ ଘୋଷଣା

ବ୍ରିଟେନରେ ଲାମ୍ବଡା ଭାରିଆଣ୍ଟ ପ୍ରଥମେ ଅଗଷ୍ଟ ୨୦୨୦ରେ ସାମ୍ନାକୁ ଆସିଥିଲା । ସେବେ ଠାରୁ ଏବେ ଯାଏଁ ୨୯ ଟି ଦେଶରେ ଏହି ଭାରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକଙ୍କ କହିବା କଥା, କୋରୋନା (Corona New Variant) ର ଏହି ଭାରିଆଣ୍ଟରେ ସ୍ପାଇକ୍ ପ୍ରୋଟିନ ରେ ବହୁତ ମ୍ୟୁଟେସନ ଦେଖିବାକୁ ମିଳିଛି । ଯଦ୍ୱାରା ଏହାର ପ୍ରସାର ବା ବ୍ୟାପିବାର କ୍ଷମତା ଅଧିକ ରହିଛି । ପବ୍ଲିକ ହେଲ୍ଥ  ଇଂଲଣ୍ଡ ଫେବୃଆରୀ ୨୩ ରୁ ଜୁନ୍ ୭ ଯାଏଁ ଲାମ୍ବଡା ଭାରିଆଣ୍ଟର ୬ଟି ମାମଲା ସାମ୍ନାକୁ ଆସିଥିବା ସୂଚନା ରହିଛି । ପବ୍ଲିକ ହେଲ୍ଥ  ଇଂଲଣ୍ଡ ବା (PHI) ଲଗାତାର ଏହା ଉପରେ ଗବେଷଣା ଜାରି ରଖିଛି ।

Also Read: Mobile Apps କମ୍ପାନୀ ମାଲାମାଲ୍, ମାତ୍ର ୬ ମାସରେ ଆୟ କଲେ ଏତିକି ଟଙ୍କା

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଲାମ୍ବଡା ଭାରିଆଣ୍ଟର ଲକ୍ଷଣଗୁଡ଼ିକର ଏକ ତାଲିକା ପ୍ରକାଶ କରିଛି । ଜ୍ୱର ହେବା ସହ କ୍ରମାଗତ କାଶ ଲାଗିରହିବ । ଗନ୍ଧ ଏବଂ ସ୍ୱାଦ ହରାଇବା ଭଳି ଲକ୍ଷଣ ରହିବ । ବିଶେଷଜ୍ଞଙ୍କ ଅନୁଯାୟୀ, ସଂକ୍ରମିତ ଲୋକମାନେ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଅତି କମରେ ଗୋଟିଏ ଅନୁଭବ କରିପାରନ୍ତି । ହେଲେ ଏହାରି ମଧ୍ୟରେ ଆଶ୍ୱସ୍ତି ଖବର ଏହା ଯେ,  ଦୁଇ ଡୋଜ୍ (Double Dose Of Vaccine)ଟିକା ଏହି ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି।