ବେଙ୍ଗଲରେ TMC ର ବାଜିମାତ, ଭବାନୀପୁରରୁ ୫୮ ହଜାର ଭୋଟରେ ଜିତିଲେ ମମତା
Advertisement
Article Detail0/zeeodisha/odisha999077

ବେଙ୍ଗଲରେ TMC ର ବାଜିମାତ, ଭବାନୀପୁରରୁ ୫୮ ହଜାର ଭୋଟରେ ଜିତିଲେ ମମତା

ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନରେ ​​ପରାସ୍ତ ହେବା ପରେ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ଉପ-ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରୁୱାଲ ପରାସ୍ତ ହୋଇଛନ୍ତି ।

ବେଙ୍ଗଲରେ TMC ର ବାଜିମାତ, ଭବାନୀପୁରରୁ ୫୮ ହଜାର ଭୋଟରେ ଜିତିଲେ ମମତା

Bhabanipur By-Election Result: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​(West Bengal By Election) ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ (Mamata Banerjee) ଭବାନୀପୁର ବିଧାନସଭା ଉପ-ନିର୍ବାଚନରେ ​​(Bhabanipur By-Election Result) ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି । ମମତା ବାନାର୍ଜୀ ବିଜେପିର ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରୁୱାଲଙ୍କୁ ପରାସ୍ତ କରିଛନ୍ତି । ମୋଟ ୨୧ ରାଉଣ୍ଡ ଭୋଟ୍ ଗଣନା କରାଯାଇଥିଲା । ଯେଉଁଥିରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରୁୱାଲଙ୍କୁ ୫୮ ହଜାର ୮୩୨ ଭୋଟରେ ପରାସ୍ତ କରିଛନ୍ତି । ଏହା ସହ ମମତା ବାନାର୍ଜୀ ଭବାନୀପୁରରୁ ଲଗାତାର ତୃତୀୟଥର ଜିତିଛନ୍ତି ।

ମମତା ବାନାର୍ଜୀ ଗତ ଦୁଇଟି ନିର୍ବାଚନରେ ​​ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରୁ ଜିତିଛନ୍ତି, କିନ୍ତୁ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ସେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ, କିନ୍ତୁ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ପରାଜୟ ବରଣ କରିଥିଲା ଓ ଟିଏମସି ୨୧୩ ଟି ସିଟ୍ ଜିତିଥଲା । ଏହାପରେ ମମତା ବାନାର୍ଜୀ ଲଗାତାର ତୃତୀୟ ଥର ପାଇଁ CM ହୋଇଥିଲେ ।

ଏହା ବି ପଢ଼ନ୍ତୁ: SBI ଦେଉଛି ବିଶେଷ ଅଫର! ୩୪୨ ଟଙ୍କା ଦେଇ ନେଇପାରିବେ ୪ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ଡିଟେଲ୍ସ

ପଶ୍ଚିମବଙ୍ଗ, ଭବାନୀପୁର, ସାମସର୍ଗଗଞ୍ଜ ଓ ଜାଙ୍ଗିପୁରର ତିନୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭବାନୀପୁରୀରେ ବିଜୟ ସହିତ ଟିଏମସିର ଏହି ଉଭୟ ବିଧାନସଭା ଆସନରେ ଏକ ଧାରା ବଜାୟ ରଖିଛି । ମମତା ବାନାର୍ଜୀଙ୍କ ବିଜୟ ପରଠାରୁ କାଲିଘାଟରେ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ସବ ଆରମ୍ଭ ହୋଇଛି । ଏ ସମ୍ପର୍କରେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଜୟ ଉତ୍ସବ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ପଦକ୍ଷେପ ନେଇଥିଲେ ହେଁ ଏହା ପରେ ମମତା ବାନାର୍ଜୀ ଦଳ କର୍ମୀଙ୍କୁ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।