କିଏ ଏହି ତାହିର? ଯିଏ ପାଟନାରେ ପିଏମ ମୋଦିଙ୍କୁ ଆକ୍ରମଣ କରିବା ପାଇଁ କରିଥିଲା ଷଡଯନ୍ତ୍ର
Advertisement
Article Detail0/zeeodisha/odisha1260002

କିଏ ଏହି ତାହିର? ଯିଏ ପାଟନାରେ ପିଏମ ମୋଦିଙ୍କୁ ଆକ୍ରମଣ କରିବା ପାଇଁ କରିଥିଲା ଷଡଯନ୍ତ୍ର

ବିହାର ପୋଲିସ (Bihar Police) ଶୁକ୍ରବାର ଦିନ ପାଟନାରେ ଜଣେ ୨୬ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ଦ୍ୱାରା ପରିଚାଳିତ ହ୍ୱାଟସ୍ ଆପ୍ ଗ୍ରୁପ୍ ମାଧ୍ୟମରେ ଭାରତ ବିରୋଧୀ ମତ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିହାର ପୋଲିସ (Bihar Police) ଶୁକ୍ରବାର ଦିନ ପାଟନାରେ ଜଣେ ୨୬ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ଦ୍ୱାରା ପରିଚାଳିତ ହ୍ୱାଟସ୍ ଆପ୍ ଗ୍ରୁପ୍ ମାଧ୍ୟମରେ ଭାରତ ବିରୋଧୀ ମତ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି । ପାଟନାରେ ଫୁଲୱାରୀ ସରିଫ (Phulwari Sharif) ନିବାସୀ ୨୬ ବର୍ଷୀୟ ଅହମ୍ମଦ ଦାନିଶ ଓରଫ ତାହିରଙ୍କର (Danish aka Tahir) ମଧ୍ୟ ପାକିସ୍ତାନ ଭିତ୍ତିକ ଉଗ୍ରବାଦୀ ଦଳ ତେହେରିକ-ଇ-ଲାବବାଇକ ସହ ସମ୍ପର୍କ ଥିବା ଦେଖିବାକୁ ମିଳିଛି ।

ବରିଷ୍ଠ ପୋଲିସ ଅଧୀକ୍ଷକ ମାନବଜିତ ସିଂ ଧିଲୋନ୍ (Manavjit Singh Dhillon) କହିଛନ୍ତି, "ତାହିର 'ଗଜୱା-ଇ-ହିନ୍ଦ' ନାମକ ଏକ ହ୍ୱାଟସ୍ ଆପ୍ ଗ୍ରୁପ ଚଳାଉଥିଲେ, ଯାହା ମାଧ୍ୟମରେ ସେ ଭାରତ ବିରୋଧୀ ମତ ପ୍ରଚାର କରୁଥିଲେ । ଏହି ଗ୍ରୁପରେ ପାକିସ୍ତାନ ଓ ବାଂଲାଦେଶର ଲୋକ ମଧ୍ୟ ଥିଲେ । ସେଠାରେ ଅନେକ ବିଦେଶୀ ଥିଲେ । ତାଙ୍କ ଫୋନ୍ ଜବତ କରାଯାଇଛି ଓ ନମ୍ବର ଯାଞ୍ଚ କରାଯାଉଛି ।"

ଏସଏସପି କହିଛନ୍ତି, "ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ତାହିର ତେହେରିକ-ଇ-ଲାବବାଇକ ସହ ଜଡିତ ଥିଲେ । ସେ ପାକିସ୍ତାନୀ ନାଗରିକ ଫୈଜାନଙ୍କ ସହ ମଧ୍ୟ ନିୟମିତ ଯୋଗାଯୋଗରେ ଥିଲେ । ଯାଞ୍ଚକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଗ୍ରୁପରେ ଜାତୀୟ ପତାକା ଓ ପ୍ରତୀକକୁ ଅପମାନିତ କରୁଥିବା ବାର୍ତ୍ତା ରହିଛି । " ସେ କହିଛନ୍ତି ଯେ ତାହିର ଗ୍ରୁପର ଆଡମିନ ଥିଲେ ଓ ଅନ୍ୟାନ୍ୟ ବିଦେଶୀ ଗ୍ରୁପ ସହିତ ମଧ୍ୟ ସମ୍ପର୍କ ବଜାୟ ରଖିଥିଲେ ।

ଅନ୍ୟପକ୍ଷରେ, ଝାଡଖଣ୍ଡର ଅବସରପ୍ରାପ୍ତ ପୋଲିସ୍ ମହମ୍ମଦ ଜାଲାଉଦ୍ଦିନ ଓ ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆର ଜଣେ ପୂର୍ବତନ ସଦସ୍ୟ ଅତହର୍ ପରଭେଜ୍ ମଧ୍ୟ ଯିଏ ପିଏଫ୍ଆଇ ଓ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ର ବର୍ତ୍ତମାନ ମେମ୍ବର ଅଟନ୍ତି । ଏହି ମାମଲାରେ ଅତହର୍ ପରଭେଜଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ସୂତ୍ରରୁ ପ୍ରକାଶ ଯେ ଗିରଫ ଅଭିଯୁକ୍ତମାନେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୧୨ ରେ ପାଟନା ଗସ୍ତ କରିଥିବାବେଳେ ପରଭେଜ ଓ ଜାଲାଲୁଦ୍ଦିନଙ୍କୁ ଜୁଲାଇ ୧୧ ରେ ଫୁଲୱାରୀ ସରିଫ ଅଞ୍ଚଳରୁ ଗିରଫ କରାଯାଇଥିଲା । ପୋଲିସ କହିଛି ଯେ ଜୁଲାଇ ୬ ଓ ୭ ରେ ଦୁହିଁଙ୍କର ମଧ୍ୟ ଏକ ଗୁପ୍ତ ବୈଠକ ହୋଇଥିଲା ।

ମାମଲାର ଅଧିକ ଯାଞ୍ଚରୁ ଜଣାପଡିଛି ଯେ ପରଭେଜ ଓ ଜାଲାଲୁଦ୍ଦିନଙ୍କର ତିନୋଟି ବ୍ୟାଙ୍କ ଆକାଉଣ୍ଟ ଥିଲା ଯେଉଁଥିରେ କ୍ରମାଗତ ତିନି ଥରରେ ୧୪ ଲକ୍ଷ, ୩୦ ଲକ୍ଷ ଓ ୪୦ ଲକ୍ଷ ଟଙ୍କା ଟ୍ରାନ୍ଜେକ୍ସନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ପାକ୍ ସାମ୍ବାଦିକଙ୍କ ସହ ହମିଦଙ୍କ 'ଫଟୋ' ଦେଖାଇଲା ବିଜେପି; ଅନସାରୀ ଦେଲେ ଏହି ଜବାବ