ବିହାର ନିର୍ବାଚନ ୨୦୨୦: ୧୪୩ ଆସନରେ ଏକା ଲଢିବ ଏଲଜେପି
Advertisement

ବିହାର ନିର୍ବାଚନ ୨୦୨୦: ୧୪୩ ଆସନରେ ଏକା ଲଢିବ ଏଲଜେପି

ଏନଡିଏରେ ସାମିଲ ଥିବା ବେଳେ ସମାନ ସଂଖ୍ୟକ ଆସନରେ ଦେବାକୁ ମେଣ୍ଟର ଅନ୍ୟ ଅଂଶୀଦାର ଦଳଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଥିଲା ଏଲଜେପି । ଏନେଇ ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକ ପରେ ଦଳ କେତୋଟି  ଆସନରେ ପ୍ରତିଦ୍ୱନ୍ଦିତ କରିବ ସେ ନେଇ ଔପଚାରିକ ଭାବେ ଘୋଷଣା କରିଛି ଏଲଜେପି । 

ବିହାର ନିର୍ବାଚନ ୨୦୨୦: ୧୪୩ ଆସନରେ ଏକା ଲଢିବ ଏଲଜେପି

ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି (BJP) ନେତୃତ୍ୱାଧିନ ଏନଡିଏ (NDA) ମେଣ୍ଟରୁ ବାହାରିଯାଇଛି ଅନ୍ୟତମ ଅଂଶୀଦାର ଦଳ ଲୋକ ଜନଶକ୍ତି ପାର୍ଟି-ଏଲଜେପି(LJP-Lok janashakti Party) । ମେଣ୍ଟରୁ ବାହାରି ଯିବା ପରେ ରାଜ୍ୟର ୧୪୩ଟି ସିଟରେ ଏକା ଲଢିବାକୁ ଘୋଷଣା କରିଛି ଦଳ । ବିହାରରେ ମୋଟ ୨୪୩ ବିଧାନସଭା ଆସନ (Assembly Constituency) ରହିଛି । 

ଏନଡିଏରେ ସାମିଲ ଥିବା ବେଳେ ସମାନ ସଂଖ୍ୟକ ଆସନରେ ଦେବାକୁ ମେଣ୍ଟର ଅନ୍ୟ ଅଂଶୀଦାର ଦଳଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଥିଲା ଏଲଜେପି । ଏନେଇ ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକ ପରେ ଦଳ କେତୋଟି  ଆସନରେ ପ୍ରତିଦ୍ୱନ୍ଦିତ କରିବ ସେ ନେଇ ଔପଚାରିକ ଭାବେ ଘୋଷଣା କରିଛି ଏଲଜେପି । ଏନେଇ ଦଳର ସଭାପତି ଚିରାଗ ପାଶ୍ୱାନ (Chirag Paswan) ଙ୍କ ପକ୍ଷରୁ ନିଆଯାଇଥିବା ପ୍ରାର୍ଥୀ ଛିଡା କରିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଏଲଜେପିର ଦଳୀୟ ମହଲରେ ସ୍ୱାଗତ କରାଯାଇଛି । 

ଏଲଜେପି ସଂସଦୀୟ ବୋର୍ଡ ଚେୟାରମ୍ୟାନ୍ (LJP Parliamnentary Board) ରାଜୁ ତିୱାରୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଦଳର ମୁଖିଆ ଚିରାଗ ପାଶ୍ୱାନ ଆହ୍ୱାନକ୍ରମେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ନେଇ ଦଳର କର୍ମୀ, ସମର୍ଥକ, ନେତା ଓ ପ୍ରାର୍ଥୀ ଏକାଠି ଠିଆ ହୋଇଛନ୍ତି ।

ଏନେଇ ମତ ରଖି ଦଳର ଲୋକସଭା ସାଂସଦ (LJP Lok Sabha MP) ଚନ୍ଦନ ସିଂ କହିଛନ୍ତି ଦଳର ସଭାପତି ଚିରାଗ ପାଶ୍ୱାନଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଏଲଜେପି ଯଥା ସମ୍ଭବ ଅଧିକ ଆସନରେ ଲଢିବା ଉପରେ ଗୁରୁତ୍ୱ ପ୍ରଦାନ କରିଛି। 

ଏନଡିଏରେ ସାମିଲ ଥିବା ଅନ୍ୟତମ ସହଯୋଗୀ ଜନତାଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱରେ ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲଢିବ ନାହିଁ ବୋଲି ଘୋଷଣା କରିଥିଲା ଏଲଜେପି ।