Assembly Election: ରାଜସ୍ଥାନ- ମଧ୍ୟପ୍ରଦେଶ- ଛତିଶଗଡ଼ରେ ବିଜେପି, ତେଲେଙ୍ଗାନାରେ କଂଗ୍ରେସକୁ ବହୁମତ ସମ୍ଭାବନା
Advertisement
Article Detail0/zeeodisha/odisha1991050

Assembly Election: ରାଜସ୍ଥାନ- ମଧ୍ୟପ୍ରଦେଶ- ଛତିଶଗଡ଼ରେ ବିଜେପି, ତେଲେଙ୍ଗାନାରେ କଂଗ୍ରେସକୁ ବହୁମତ ସମ୍ଭାବନା

ଭୁବନେଶ୍ୱର:  ପ୍ରାରମ୍ଭିକ ନିର୍ବାଚନ ଫଳାଫଳରୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିବା ସମ୍ଭାବନା ସ୍ପଷ୍ଟ ହେଉଛି।  ସେହିପରି ତେଲେଙ୍ଗାନାରେ BRSକୁ ପଛରେ ପକାଇ ଆଗକୁ ଚାଲିଛି କଂଗ୍ରେସ। ରାଜସ୍ଥାନ ବିଧାନସଭାର ସମ୍ପୁର୍ଣ୍ଣ ଆସନ ସଂଖ୍ୟା ୨୦୦ରୁ ୧୯୯ଟି ଆସନପାଇଁ ଭୋଟ ଗ୍ରହଣ ହୋଇଛି।

Assembly Election: ରାଜସ୍ଥାନ- ମଧ୍ୟପ୍ରଦେଶ- ଛତିଶଗଡ଼ରେ ବିଜେପି, ତେଲେଙ୍ଗାନାରେ କଂଗ୍ରେସକୁ ବହୁମତ ସମ୍ଭାବନା

Assembly Election: ଭୁବନେଶ୍ୱର:  ପ୍ରାରମ୍ଭିକ ନିର୍ବାଚନ ଫଳାଫଳରୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିବା ସମ୍ଭାବନା ସ୍ପଷ୍ଟ ହେଉଛି।  ସେହିପରି ତେଲେଙ୍ଗାନାରେ BRSକୁ ପଛରେ ପକାଇ ଆଗକୁ ଚାଲିଛି କଂଗ୍ରେସ।

ରାଜସ୍ଥାନ ବିଧାନସଭାର ସମ୍ପୁର୍ଣ୍ଣ ଆସନ ସଂଖ୍ୟା ୨୦୦ରୁ ୧୯୯ଟି ଆସନପାଇଁ ଭୋଟ ଗ୍ରହଣ ହୋଇଛି। ଏଠାରେ ବହୁମତ ରହିଛି ୧୦୦। ପ୍ରାଥମିକ ନିର୍ବାଚନ ଫଳାଫଳରୁ ଏବେ ବିଜେପି ୧୧୭ଟି ଆସନରେ ଆଗୁଆ ଥିବା ବେଳେ  ଶାସକ କଂଗ୍ରେସକୁ ଶକ୍ତ ଝଟକା ମିଳିଛି। ଏଠାରେ କଂଗ୍ରେସ ୬୬ଟି ଆସନରେ ଆଗୁଆ ରହିଛି। ସେହିପରି ୨୦୧୮ ମସିହା ନିର୍ବାଚନରେ ବହୁମତ ପାଇଥିବା କଂଗ୍ରେସକୁ ମଧ୍ୟପ୍ରଦେଶରେ ଝଟକା ଦେଖିବାକୁ ମିଳିଛି। ୨୦୨୦ ମସିହାରେ ଦଳ ମଧ୍ୟରେ ବିଭାଜନ ହେବାରୁ ବିଜେପି କ୍ଷମତାକୁ ଆସିଥିଲା। ଏବେ  ଭୋଟର ବିଜେପିକୁ ମଧ୍ୟପ୍ରଦେଶରେ ପସନ୍ଦ କରିଥିବା ଦେଖିବାକୁ ମିଳୁଛି। ଏଠାରେ ସମୁଦାୟ ଆସନ ସଂଖ୍ୟା ରହିଛି ୨୩୦। ୧୧୬ ହେଉଛି ମ୍ୟାଜିକ୍‍ ନମ୍ବର ବା ସରକାର ଗଠନ ଲାଗି ବିଧାନସଭାରେ ଆବଶ୍ୟକ  ସଂଖ୍ୟା। ଏଠାରେ ବିଜେପି ୧୪୦ଟି ଆସନରେ ଆଗୁଆ ରହିଛି। ଏହି ଟ୍ରଣ୍ଡ ଜାରି ରହିଲେ ବିଜେପି ଏଠାରେ ପୁଣିଥରେ ସରକାର ଗଠନ କରିପାରେ। ମଧ୍ୟପ୍ରଦେଶରେ କଂଗ୍ରେସକୁ ୮୭ଟି ଆସନ ମିଳିଛି। 
୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ  ବହୁମତ ସଂଖ୍ୟା ହେଉଛି ୪୬। ଏଥିରେ ବିଜେପି ୪୯ଟି ଆସନରେ ଆଗୁଆ ଚାଲିଛି। ଅର୍ଥାତ୍‍ ମ୍ୟାଜିକ୍‍ ନମ୍ବର ଉପରେ ରହିଛି। ଏଠାରେ ସରକାର ବିରୋଧୀ ମତ ଭୂପେଶ ବାଘେଲ ସରକାରଙ୍କୁ ହରଡ଼ ଘଣାରେ ପକାଇପାରେ। କଂଗ୍ରେସ ଏଂରେ ୪୦ଟି ଆସନରେ ଆଗୁଆ ଚାଲିଛି। 

ତେଲେଙ୍ଗାନାରେ ଚାଲିଥିବା ନିର୍ବାଚନ ଫାଇଟ୍‍ ରେ ବିଜୟଲାଭ କରିବାକୁ ଯାଉଛି କଂଗ୍ରସ। ଦଳ ପୂର୍ଣ୍ଣ ମହୂମତ ସଂଖ୍ୟାଠୁ ଆଗରେ ଚାଲିଛି। ଏଠାରେ ସମୁଦାୟ ଆସନ ସଂଖ୍ୟା ୧୧୯। ମ୍ୟାଜିକ୍‍ ସଂଖ୍ୟା ୬୦। ଶାସକ ବିଆର୍ଏପସ୍‍ ଏଠାରେ ୪୨ଟି ଆସନରେ ଆଗୁଆ ଚାଲିଥିବାବେଳେ କଂଗ୍ରେସ ୬୬ଟି ଆସନରେ ଆଗୁଆ ଚାଲିଛି। 

ନିର୍ବାଚନ ଫଳାଫଳର ଲାଇଭ୍‍ ଅପଡେଟ୍‍ ପାଇଁ ଜୀଓଡ଼ିଶାର ଲାଇଭ୍‍ ବ୍ଲଗ୍କୁ୍ କ୍ଲିକ୍‍ କରନ୍ତୁ।