ସଜ୍ଜନ ବର୍ମାଙ୍କୁ ଆକାଶଙ୍କ ଚ୍ୟାଲେଞ୍ଜ, 'ସାହାସ ଅଛି ତ ଇନ୍ଦୋରରୁ ନିର୍ବାଚନ ଲଢି ଦେଖାଅ'
Advertisement
Article Detail0/zeeodisha/odisha769096

ସଜ୍ଜନ ବର୍ମାଙ୍କୁ ଆକାଶଙ୍କ ଚ୍ୟାଲେଞ୍ଜ, 'ସାହାସ ଅଛି ତ ଇନ୍ଦୋରରୁ ନିର୍ବାଚନ ଲଢି ଦେଖାଅ'

କଂଗ୍ରେସ ନେତା ସଜ୍ଜନ ବର୍ମାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ବିଧାୟକ ଆକାଶ ବିଜୟଭାର୍ଗୀୟ। 

 ସଜ୍ଜନ ବର୍ମାଙ୍କୁ ଆକାଶଙ୍କ ଚ୍ୟାଲେଞ୍ଜ, 'ସାହାସ ଅଛି ତ ଇନ୍ଦୋରରୁ ନିର୍ବାଚନ ଲଢି ଦେଖାଅ'

ଇନ୍ଦୋର: ସରକାରୀ ଅଧିକାରଙ୍କୁ ବ୍ୟାଟରେ ପିଟି ଚର୍ଚ୍ଚାରେ ରହିଥିବା ଇନ୍ଦୋର-୩ ବିଧାନସଭା (Indore-3 Assembly Constituency) ବିଜେପି ବିଧାୟକ ଆକାଶ ବିଜୟଭାର୍ଗୀୟ (BJP MLA Akash Vijayvargiya) ଏବେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ସୋନାକାଚ (Sonkatch) ନିର୍ବାଚନମଣ୍ଡଳୀର ବିଧାୟକ ସଜ୍ଜନ ବର୍ମା (MLA Sajjan Verma) ଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏନେଇ ସେ କହିଛନ୍ତି, "ସାହାସ ଅଛି ତ ଇନ୍ଦୋରରୁ ନିର୍ବାଚନ ଲଢି ଦେଖାଅ । ସେ ମୋ ବାପା କୈଳାଶ ବିଜୟଭାର୍ଗୀୟଙ୍କ ଗୋଡର ଧୁଳି ସହିତ ସମାନ ନୁହଁନ୍ତି। ସେ ଇନ୍ଦୋରରୁ ନିର୍ବାଚନ ଲଢିଲେ ତାଙ୍କର ତାକତ କେତେ ତାହା ଜଣାପଡିବ। ଗତ ନିର୍ବାଚନରେ ତାଙ୍କର ପୁରା ଖାନଦାନ ମୋ ବିରୁଦ୍ଧରେ ଲାଗିଥିଲା। ତଥାପି ସେମାନେ ନିର୍ବାଚନ ଜିତି ପାରିନଥିଲେ। " 

 ମଧ୍ୟ ପ୍ରଦେଶରେ ହେବାକୁ ଉପନିର୍ବାଚନ ଲାଗି ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟପ୍ରଦେଶରେ କ୍ଷମତାସୀନ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ମଧ୍ୟରେ ବାକ୍ୟଯୁଦ୍ଧ ଜାରି ରହିଛି। କିଛି ଦିନ ପୂର୍ବେ ସଜ୍ଜନ ବର୍ମା, ବିଜେପି ରାଷ୍ଟ୍ରୀୟ ମହାସଚିବ (BJP National Secratary) କୈଳାଶ ବିଜୟ ଭାର୍ଗୀୟ (Kailash Vijayvargiya) ଙ୍କୁ ରାବଣ ସହ ତୁଳନା କରି କହିଥିଲେ, " ତୁମେ ସେହି ଦିନକୁ ଭୁଲି ଯାଇଥିଲ, ଯେତେବେଳେ ତୁମେ ଶାଢୀ ଚୁଡି ପିନ୍ଧି ତନ୍ତ୍ରମନ୍ତ୍ର ଜପ କରୁଥିଲ। ଆରେ ଠକ ତମେ ସେ କଥା ଭୁଲିଗଲ ଯେତେବଳେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲ। ତାଙ୍କର ନାକ ଏକ ପକୋଡା ପରି ହୋଇଯାଇଛି। ଦଶହରା ଯେତେ ପାଖେଇ ଆସୁଛି ତାଙ୍କ ଚେହେରା ରାବଣ ଭଳି ହୋଇଯାଇଛି। ମୁଁ ଭୁଲ୍ କହୁନାହିଁ, ମୁଁ ଅତି ନିକଟରୁ ଦେଖୁଛି। "