Arvind Kejriwal on The Kashmir Files: ଅରବିନ୍ଦ କେଜ୍ରିୱାଲ ନିଜେ ଚଳଚ୍ଚିତ୍ରକୁ ଭଲ ପାଆନ୍ତି ଓ ସେ ପସନ୍ଦ କରୁଥିବା ଚଳଚ୍ଚିତ୍ରକୁ ପ୍ରଶଂସା କରନ୍ତି, ଅନ୍ୟ ଲୋକଙ୍କୁ ମଧ୍ୟ ଦେଖିବା ପାଇଁ ନିବେଦନ କରନ୍ତି । ଡିସେମ୍ବର ୨୦୨୧ରେ କେଜ୍ରିୱାଲ ସରକାର ଫିଲ୍ମ '83' ଟ୍ୟାକ୍ସ ମୁକ୍ତ କରିଥିଲେ । ରଣଭୀର ସିଂଙ୍କ ଏହି ଚଳଚ୍ଚିତ୍ର ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ । ଅକ୍ଟୋବର ୨୦୧୯ରେ ଅରବିନ୍ଦ କେଜ୍ରିୱାଲ ତାପସୀ ପନ୍ନୁଙ୍କ ଫିଲ୍ମ 'ସାଣ୍ଡ କି ଆଖ୍' ଟ୍ୟାକ୍ସ ଫ୍ରି କରିଥିଲେ । ୨୦୧୬ରେ ସ୍ୱରା ଭାସ୍କରଙ୍କ ଫିଲ୍ମ 'ନିଲ ବଟ୍ଟି ସନ୍ନାଟା'କୁ ମଧ୍ୟ ଟିକସମୁକ୍ତ ଘୋଷଣା କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: Arvind Kejriwal on The Kashmir Files: ବିବେକ ଅଗ୍ନିହୋତ୍ରୀ (Vivek Agnihotri) ନିର୍ଦ୍ଦେଶିତ 'ଦି କାଶ୍ମୀର ଫାଇଲ୍ସ' (The Kashmir Files) ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହି ଚଳଚ୍ଚିତ୍ରଟି ୯୦ ଦଶକରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ । ଗୋଟିଏ ପଟେ ଏହି ଚଳଚ୍ଚିତ୍ରକୁ ଲୋକମାନେ ପ୍ରଶଂସା କରୁଛନ୍ତି, ଅନ୍ୟପଟେ ଏହାର ବିରୋଧ ମଧ୍ୟ କରାଯାଉଛି । ଏହି କ୍ରମରେ ମାର୍ଚ୍ଚ ୨୪ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଅସମ୍ବେଦନଶୀଳ ବୟାନ ଦେଇଛନ୍ତି । ଏହାସହ ୯୦ ଦଶକରେ ଘଟିଥିବା କାଶ୍ମୀରୀ ହିନ୍ଦୁମାନଙ୍କର (Kashmiri Hindus) ହତ୍ୟାକୁ ନେଇ ପରିହାସ କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ଦିଲ୍ଲୀ ବିଧାନସଭାରେ ଚର୍ଚ୍ଚା ବେଳେ କେଜ୍ରିୱାଲ କଶ୍ମୀରରେ ୧୯୯୦ ଦଶକ ହିନ୍ଦୁ ନରସଂହାର ଉପରେ ଆଧାରିତ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’କୁ ରାଜ୍ୟରେ ଟିକସମୁକ୍ତ କରିବାର ଦାବି ଉପରେ ଜବାବ ଦେଉଥିବା ବେଳେ କିଛି ଏପରି ବୟାନ ଦେଇଛନ୍ତି, ଯାହାକୁ ନେଇ କାଶ୍ମୀର ହିନ୍ଦୁ ସମେତ ଲୋକମାନେ ସୋସିଆଲ ମିଡିଆରେ ବିରୋଧ କରୁଛନ୍ତି ।
ଅରବିନ୍ଦ କେଜ୍ରିୱାଲ (Arvind Kejriwal) ହସି ହସି ହସି କହିଛନ୍ତି ଯେ, ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ କୋଟି ଟଙ୍କା ରୋଜଗାର କରୁଛନ୍ତି ଓ ବିଜେପି ଲୋକମାନେ ପୋଷ୍ଟର ଲଗାଉଛନ୍ତି । ଯଦି ସମସ୍ତଙ୍କୁ ଫିଲ୍ମ ଦେଖାଇବାକୁ ଚାହାଁନ୍ତି, ତେବେ ନିର୍ଦ୍ଦେଶକଙ୍କୁ କୁହନ୍ତୁ ଯେ ସେ ୟୁଟ୍ୟୁବରେ ଓପଲୋଡ କରନ୍ତୁ, ସମସ୍ତେ ଏହାକୁ ମାଗଣାରେ ଦେଖିପାରିବେ । ଟିକସ ଛାଡ଼ର ଆବଶ୍ୟକତା କ’ଣ ରହିଛି? କିନ୍ତୁ କାଶ୍ମୀରୀ ପଣ୍ଡିତ (Kashmiri Pandits) ଙ୍କ ନାମରେ କୋଟି କୋଟି ଟଙ୍କା ରୋଜଗାର କରାଯାଉଛି । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ବାସ୍ତବତା ଉପରେ ଆଧାରିତ ନୁହେଁ ଓ ଏହା ଏକ “ମିଛ ଫିଲ୍ମ” ଅଟେ ।
ଅନେକ କଶ୍ମୀରୀ ହିନ୍ଦୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କାଶ୍ମୀର ଫାଇଲ୍ସ (The Kashmir Files) କୁ 'ମିଛ ଫିଲ୍ମ' କହି ଅପମାନିତ କରିବା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ୧୯୯୦ ଦଶକରେ କାଶ୍ମୀରରେ କଶ୍ମୀର ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅପମାନକୁ ଦର୍ଶାଇଛି ।
ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ବିଧାନସଭାରେ ଭାଷଣ ଶେଷ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ୟୁଜର୍ସମାନେ ଗତ କିଛି ବର୍ଷ ମଧ୍ୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (AAP) ସରକାରଙ୍କ ଦ୍ୱାରା ଟିକସମୁକ୍ତ ହୋଇଥିବା ଚଳଚ୍ଚିତ୍ରର ତାଲିକା ଜାରି କରିଛନ୍ତି । କେବଳ ଏତିକି ନୁହେଁ, କେତେବେଳେ କେଉଁ କେଉଁ ଫିଲ୍ମକୁ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିଥିଲେ ଓ ଏହାକୁ ଦେଖିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ, ତାହା ମଧ୍ୟ ଲୋକମାନେ କହୁଛନ୍ତି । ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଯେତେବେଳେ ସେ ଅନ୍ୟ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିପାରିଛନ୍ତି, ତେବେ କାଶ୍ମୀରୀ ଫାଇଲ୍ସକୁ ଟିକସମୁକ୍ତ କରିବାରେ ଅସୁବିଧା କ’ଣ?
Mr. Kejriwal, this was my house of 14 rooms which had 5000 books on Kashmir and our cultural heritage. All was burnt by Islamist terrorists. #TheKashmirFiles is only an introduction of the genocide we faced. Please don’t ridicule our pain, Sir. @ArvindKejriwal @vivekagnihotri pic.twitter.com/p6PxBwTNjr
— Utpal Koul (@SarveSukhina) March 24, 2022
କାଶ୍ମୀରରେ ପୋଡ଼ିଯାଇଥିବା ଘରର ଫଟୋ ପୋଷ୍ଟ କରି କଶ୍ମୀରୀ ହିନ୍ଦୁ ଉତ୍ପଳ କୌଲ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ କାଶ୍ମୀରରେ ଏହା ତାଙ୍କ ଘର ଯେଉଁଥିରେ ୧୪ଟି କୋଠରୀ ଥିଲା ଓ କଶ୍ମୀରର ସଂସ୍କୃତି ଏବଂ ଇତିହାସ ଉପରେ ୫୦୦୦ ପୁସ୍ତକ ରହିଥିଲା । ୧୯୯୦ ଦଶକରେ ଆତଙ୍କବାଦୀମାନେ ଏହାକୁ ପୋଡ଼ି ଦେଇଥିଲେ ।
Dear @ArvindKejriwal - The Kashmir Files is not “Jhoothi Film”.. It is true story of genocide of us, Kashmiri Hindus.
Shame on you. pic.twitter.com/lXHEJWhRJT
— Aashish (@kashmiriRefuge) March 24, 2022
ଅନ୍ୟ ଜଣେ କଶ୍ମୀରୀ ହିନ୍ଦୁ ଆଶିଷ ଟ୍ୱିଟରରେ କେଜ୍ରିୱାଲଙ୍କୁ କହିଛନ୍ତି ଯେ ଏହା ଏକ ପ୍ରକୃତ ଚଳଚ୍ଚିତ୍ର ଓ “ମିଛ ଫିଲ୍ମ” ନୁହେଁ । ଏହା ତାଙ୍କ ଲୋକଙ୍କ ନରସଂହାରର କାହାଣୀ ବୋଲି ସେ କହିଛନ୍ତି ।
I am pained today ! If Bitta Karate killed us in open , Kejriwal killed us in Delhi assembly
— Pawan Durani (@PawanDurani) March 24, 2022
ଏହା ବି ପଢ଼ନ୍ତୁ:-ଦିନେ ଥିଲେ ପୁଟିନଙ୍କ ପ୍ରଶଂସକ, ଏବେ ଜେଲେନସ୍କିଙ୍କ ଢାଲ; ଜାଣନ୍ତୁ ୟୁକ୍ରେନର ଡେପୁଟି PMଙ୍କ ବିଷୟରେ...
ଏହା ବି ପଢ଼ନ୍ତୁ:-ଋଷକୁ ଚାରିପଟୁ ଘେରିବାରେ ଲାଗିଛି NATO! ବାଲଟିକ୍ ସାଗରରୁ କଳା ସାଗର ଯାଏ ମୁତୟନ ହେଲା ନାଟୋର ୮ଟି ଯୁଦ୍ଧ ଜାହାଜ
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପରମାଣୁ ଅସ୍ତ୍ରକୁ ମାତ୍ ଦେବ ଆମେରିକାର 'ଟାଇଗର' ଟିମ, ଅତି ଘାତକ ଭାବେ କରେ କାମ; ଜାଣନ୍ତୁ ଏହା ବିଷୟରେ...
ଏଠାରେ କହି ରଖୁଛୁ ଯେ, ଅରବିନ୍ଦ କେଜ୍ରିୱାଲ ନିଜେ ଚଳଚ୍ଚିତ୍ରକୁ ଭଲ ପାଆନ୍ତି ଓ ସେ ପସନ୍ଦ କରୁଥିବା ଚଳଚ୍ଚିତ୍ରକୁ ପ୍ରଶଂସା କରନ୍ତି, ଅନ୍ୟ ଲୋକଙ୍କୁ ମଧ୍ୟ ଦେଖିବା ପାଇଁ ନିବେଦନ କରନ୍ତି । ଡିସେମ୍ବର ୨୦୨୧ରେ କେଜ୍ରିୱାଲ ସରକାର ଫିଲ୍ମ '83' ଟ୍ୟାକ୍ସ ମୁକ୍ତ କରିଥିଲେ । ରଣଭୀର ସିଂଙ୍କ ଏହି ଚଳଚ୍ଚିତ୍ର ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ । ଅକ୍ଟୋବର ୨୦୧୯ରେ ଅରବିନ୍ଦ କେଜ୍ରିୱାଲ ତାପସୀ ପନ୍ନୁଙ୍କ ଫିଲ୍ମ 'ସାଣ୍ଡ କି ଆଖ୍' ଟ୍ୟାକ୍ସ ଫ୍ରି କରିଥିଲେ । ୨୦୧୬ରେ ସ୍ୱରା ଭାସ୍କରଙ୍କ ଫିଲ୍ମ 'ନିଲ ବଟ୍ଟି ସନ୍ନାଟା'କୁ ମଧ୍ୟ ଟିକସମୁକ୍ତ ଘୋଷଣା କରାଯାଇଥିଲା ।
ଏହା ବ୍ୟତୀତ ଅରବିନ୍ଦ କେଜ୍ରିୱାଲ ଆର୍ଟିକାଲ 15, MOM, ସିକ୍ରେଟ ସୁପରଷ୍ଟାର, ମସାନ, ଗବ୍ବର ଇଜ ବ୍ୟାକ୍, Once Upon a Time in Bihar ପରି ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି ଓ ସେଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ।