Boat Accident: ବ୍ରହ୍ମପୁତ୍ର ନଦୀରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଅନେକ ନିଖୋଜ
Advertisement
Article Detail0/zeeodisha/odisha1373007

Boat Accident: ବ୍ରହ୍ମପୁତ୍ର ନଦୀରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଅନେକ ନିଖୋଜ

Boat Accident on Brahmaputra river: ଡଙ୍ଗାରେ ପ୍ରାୟ ୩୦ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଧୁବ୍ରି ସର୍କଲ କାର୍ଯ୍ୟାଳୟରୁ ଆସିଥିଲେ । କିଛି ଲୋକ ଯେଉଁମାନେ ପହଁରିବା ଜାଣିଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ।

ସୌ: ସୋସିଆଲ ମିଡିଆ

Boat Accident on Brahmaputra river: ଆସାମର ଧୁବ୍ରିର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ଅନେକ ଲୋକ ବୁଡିଯାଇଥିବା ଜଣାଯାଇଛି । ଦୁର୍ଘଟଣାର ସବିଶେଷ ତଥ୍ୟ ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ଏକ ନିର୍ମାଣାଧୀନ ବ୍ରିଜ ନିକଟରେ କ୍ଷୟକ୍ଷତିର ଯାଞ୍ଚ ପାଇଁ ଏକ ଟିମକୁ ନେଇ ଯାଉଥିବା ଓଲଟି ପଡିଥିଲା । ଏହି ଡଙ୍ଗାରେ ଯାଉଥିବା ଜଣେ ଅଧିକାରୀଙ୍କ ସମେତ ଅତି କମରେ ୭ ଜଣ ନିଖୋଜ ହୋଇଯାଇଛନ୍ତି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀଙ୍କ ଅନୁଯାୟୀ ଉଦ୍ଧାରକାରୀ ଦଳ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

 

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ କହିଛନ୍ତି ଯେ ଧୁବ୍ରି-ଫୁଲବରୀ ବ୍ରିଜ ନିକଟରେ ଏକ ଛୋଟ ଚ୍ୟାନେଲ ଅଛି । ଏହି ଟିମ୍ ଏକ କାଠ ଡଙ୍ଗାରେ ଚ୍ୟାନେଲ ପାର ହେଉଥିବାବେଳେ ଓଲଟି ପଡିଥିଲା । ଡଙ୍ଗାରେ ପ୍ରାୟ ୩୦ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଧୁବ୍ରି ସର୍କଲ କାର୍ଯ୍ୟାଳୟରୁ ଆସିଥିଲେ । କିଛି ଲୋକ ଯେଉଁମାନେ ପହଁରିବା ଜାଣିଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେ କହିଛନ୍ତି ଯେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଓ ସୀମା ସୁରକ୍ଷା ବଳର ଦଳ ନିୟୋଜିତ ହୋଇଛନ୍ତି ।

ସୂଚନାନୁସାରେ, ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବ୍ରହ୍ମପୁତ୍ର ନଦୀରେ ନିର୍ମାଣାଧୀନ ସେତୁ ଯାଞ୍ଚ କରିବାକୁ ଯାଉଥିଲେ । ଏହାପରେ ଭଉଁରୀ ମଧ୍ୟରେ ଫସିଯିବା ପରେ ଡଙ୍ଗା ବୁଡ଼ିଯିବା କଥା ସାମ୍ନାକୁ ଆସୁଛି । ସୂଚନା ଅନୁଯାୟୀ, ଏଥିରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ବସିଥିଲେ । ସମସ୍ତ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି । ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଏଭଳି ଦୁର୍ଘଟଣା ଜାରି ରହିଛି । କିଛି ଦିନ ପୂର୍ବେ ଆସାମର ସୋନୀତପୁର ଜିଲ୍ଲାର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଥିଲା । ଡଙ୍ଗାରେ ତିନିଜଣ ସୈନିକ ଥିଲେ । ଗୋଟିଏ ଯବାନ ନିଖୋଜ ହୋଇଯାଇଥିବା ବେଳେ ଦୁଇ ଯବାନ ପହଁରି ନିଜକୁ ରକ୍ଷା କରିଥିଲେ ।

ଏହା ବି ପଢ଼ନ୍ତୁ: Supreme Court: ବିବାହିତା ମହିଳାଙ୍କ ବାଧ୍ୟତାମୂଳକ ଗର୍ଭଧାରଣକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ ରାୟ

ଏହା ବି ପଢ଼ନ୍ତୁ: Ed Action: ଚୀନ କମ୍ପାନୀ ଉପରେ ଇଡିର ବଡ଼ ଆକ୍ସନ, ୯ ଟି କମ୍ପାନୀର ଆକାଉଣ୍ଟ ହେଲା ଫ୍ରିଜ୍